ଛାତ୍ରୀଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ହେଲା ନାଟକ‘ସତ୍ୟ ମାଷ୍ଟ୍ରଙ୍କ ନୂଆ କାହାଣୀ’

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠାଗ୍ରାମସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବରଦାକାନ୍ତ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ ଗଞ୍ଜାମ ଜିଲା ସଭାପତି ମନୋରଞ୍ଜନ ଗୌଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରାଜେନ୍ଦ୍ର ଗୌଡ, ସିମାଞ୍ଚଳ ପ୍ରଧାନ, ସୁଧାଂଶୁ ଶେଖର ପଣ୍ଡା , ଶ୍ୟାମସୁନ୍ଦର ମହାରଣା , ରାମହରି ଗୈାଡ , ରାମକୃଷ୍ଣ ଗୌଡ , ସତ୍ୟବାନ ଗୌଡ , ଅନନ୍ତ ବାସୁଦେବ , ସୈାଭାଗ୍ୟ ରାଉତ , ପ୍ରଦୀପ ପାଇକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିହର ଗୌଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସହକାରୀ ଶିକ୍ଷକ ବିଜୟ କୁମାର ଗୈାଡଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଦ୍ବାରା ଶୈକ୍ଷିକ ସାମାଜିକ ନାଟକ ‘ସତ୍ୟ ମାଷ୍ଟ୍ରଙ୍କ ନୂଆ କାହାଣୀ’ ମଞ୍ଚସ୍ଥ ହୋଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ , ହରପ୍ରସାଦ ଗନ୍ତାୟତ , ବାବୁଲା ବାତ୍ୟା, ଶିକ୍ଷୟିତ୍ରୀ ସ୍ନେହଲତା ଦଳାଇଙ୍କ ସମେତ ଆଖପାଖ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।