ଭୁବନେଶ୍ୱର,୧୮।୨: ଥମୁନି କିଟ୍ ଅଶାନ୍ତି। ପ୍ରଚଣ୍ଡ ଖରାରେ ବସି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। କିପରି ହଷ୍ଟେଲ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା ତାହା ଛାତ୍ରୀଛାତ୍ର କହିଛନ୍ତି। ମାଡ଼ ମରାଯିବା ସହ ମୋବାଇଲ, ଲାପଟପ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଛାତ୍ର। ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେଙ୍କ ନାଁରେ ଅଭିଯୋଗ ହୋଇଛି। ଛାତ୍ରୀଛାତ୍ର କହିବାଅନୁସାରେ, ଦୁହେଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ହେଉ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କାହିଁକି ଘଟଣା ପରେ ପୋଲିସକୁ ନ ଡାକି ଅନ୍ୟମାନଙ୍କୁ ଡାକିଥିଲେ ବୋଲି ଛାତ୍ରୀଛାତ୍ର କହିଛନ୍ତି।
ଅନ୍ୟପଟେ KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରାଯାଇଛି। ସୋମବାର କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍ ଦୁଃଖିତ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।