ଭୁବନେଶ୍ବର,୧।୧୨: ପୁଣି ଚର୍ଚ୍ଚାରେ KIIT ବିଶ୍ବବିଦ୍ୟାଳୟ। KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ ବୋଲି ଜଣାପଡିଥିବା ବେଳେ ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ ଛାତ୍ର ବୋଲି ଏସିପି ସୋନାଲ ସିଂ ପରମାର କହିଛନ୍ତି।
ଅନ୍ୟପକ୍ଷେ ଛାତ୍ରଙ୍କ ମୃତ୍ୟୁର ସଠିକ କାରଣ ଜଣାପଡି ନ ଥିବା ବେଳେ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଅପରପକ୍ଷେ KIIT କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।