ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ପରାବାହାଲି ଗାଁରେ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଗାଁରେ ଆଦିବାସୀ ସମ୍ପ୍ରଦାୟର ୨୦ ପରିବାର ବସବାସ କରନ୍ତି। ଗାଁରେ ପାଠ ପଢିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ବଣପାହାଡ଼ ଘେରା ରାସ୍ତାରେ ପିଲାମାନେ ୪କି.ମି. ଦୂର ଆମପଦର ଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଇଥାନ୍ତି। କିନ୍ତୁ ସେଠାରେ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ରହିଥିବାରୁ ଛାତ୍ରୀଛାତ୍ରଙ୍କ ଆଗକୁ ପାଠ ପଢ଼ିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଗାଁର ଛାତ୍ରୀଛାତ୍ର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଭଟାଙ୍ଗପଦର ଓ କାଉଗୁଡା ଆବାସିକ ବିଦ୍ୟାଳୟକୁ ଯାଇଥିଲେ ମଧ୍ୟ ନାମଲେଖା ସମ୍ପୂର୍ଣ୍ଣ ହୋଇସାରିଛି, ଆଉ ଲେଖାଯାଇପାରିବ ନାହିଁ ବୋଲି ମନା କରିଦେବାରୁ ଆମେ ଫେରି ଆସିଲୁ ବୋଲି ଛାତ୍ରୀଛାତ୍ରଙ୍କ ସହିତ ସେମାନଙ୍କ ଅଭିଭାବକ ମତପ୍ରକାଶ କରିଛନ୍ତି।

ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ପିଲାଙ୍କୁ ପାଠ ପଢ଼ାଇବା ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏ ନେଇ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କୁ ପଚାରିବାରୁ ସେ ଅଞ୍ଚଳକୁ ପରିଦର୍ଶନ କରିଥିଲି। ଅଧାରୁ ପାଠ ଛାଡିଥିବା କିଛି ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଆବାସିକ ବିଦ୍ୟାଳୟରେ ନାମ ଲେଖାସରିଛି। ଏହାଛଡା ବ୍ଲକରେ ସର୍ଭେ କରାଯାଇ ଯେଉଁ ଛାତ୍ରୀଛାତ୍ର ଅଧାରୁ ପାଠପଢା ଛାଡିଛନ୍ତି ଆସ ସ୍କୁଲ ଯିବା ଅଭିଯାନରେ ସମସ୍ତଙ୍କୁ ବିଦ୍ୟାଳୟରେ ନାମ ଲେଖାଇବୁ ବୋଲି ପ୍ରକାଶ କରିଥିଲେ ।

Share