‘ଗୁଣାତ୍ମକ ଶିକ୍ଷାର ବିକାଶ ହେଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ’

ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସହକାରୀ ଜିଲା ମଙ୍ଗଳ ଅଧିକାରୀ, ଭଞ୍ଜନଗର ଅମୀୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ରୁଢାପଦର ପଞ୍ଚାୟତ ସରପଞ୍ଚ ବିନୋଦ କୁମାର ଜାନି, ଲିଙ୍ଗରାଜ ମିଶ୍ର ଅଧ୍ୟକ୍ଷ, ଗ୍ରାମ ବିକାଶ ବିଦ୍ୟାବିହାର, ଗାୟାଗଣ୍ଡା, ରୁଢାପଦର କ୍ଲଷ୍ଟରସି.ଆର୍‌.ସି.ସି ଶୈଳେନ୍ଦ୍ର କୁମାର ସାହୁ, ଅନୀତା ରାଣୀ ଦାସ, ପ୍ରଧାନଶିକ୍ଷୟିତ୍ରୀ, ବଡ଼ଗୁଣ୍ଡିରିବାଡ଼ି ଉଚ୍ଚ ବିଦ୍ୟାଳୟ, ସୁଦର୍ଶନ ମଲିକ, ଏସ୍‌ଏମ୍‌ସି ସଭାପତି, ରୁଢାପଦର ଆଶ୍ରମ ବିଦ୍ୟାଳୟ, ଆଦିତ୍ୟ କୁମାର ପରିଡ଼ା, ପ୍ରଧାନଶିକ୍ଷକ, ପ୍ରାଥମିକ ବିଦ୍ୟାଳୟ,ଗାୟାଗଣ୍ଡା କଲୋନୀ ଓ ମୁଖ୍ୟବକ୍ତା ପଦ୍ମଚରଣ ପ୍ରଧାନ, ପ୍ରାକ୍ତନ ପ୍ରଧାନଶିକ୍ଷକ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। ଛାତ୍ରୀ ଦୀପା, ତୁଳସୀ, ଶାଳିନୀ, ଝିଆନୀ ଓ ରାଇମନୀ ମଣ୍ଡଳ ସମେତ ଅନ୍ୟ ଛାତ୍ରୀମାନେ ଏକ ଚିତ୍ତାକର୍ଷକ ସାଗତ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଆଶ୍ରମର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଆଶ୍ରମରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ସୂଚାରୁରୂପେ ଶିକ୍ଷାଦାନ କରିବା ସହିତ ୨ଟି ହଷ୍ଟେଲ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ରହିଥିବା କଥା ପ୍ରଧାନଶିକ୍ଷକ ପ୍ରକାଶ କରିବା ସହିତ ଏହାର ପ୍ରତିକାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଅତିଥି ସହକାରୀ ଜଲ୍ଲା ମଙ୍ଗଳ ଅଧିକାରୀ ତାଙ୍କ ବକ୍ତବ୍ୟରେ ଦେଶର ସର୍ବୋଚ୍ଚ ସମ୍ମାନସ୍ପଦ ରାଷ୍ଟ୍ରପତି ଆସନରେ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି କିପରି ନିଜର ଦକ୍ଷତା ବଳରେ ଆସୀନ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହିତ ଛାତ୍ରୀଛାତ୍ର ମଧ୍ୟ ନିଷ୍ଠା ଓ ସାଧନା ବଳରେ ନିଜର ଶ୍ରେଷ୍ଠତା ପ୍ରକାଶ କରିପାରିବେ ବୋଲି ପ୍ରେରଣା ଦେଇଥିଲେ।

ମୁଖ୍ୟବକ୍ତା ଅଭିଭାଷଣ କ୍ରମେ ପିଲାଙ୍କ ମଧ୍ୟରେ ମାନବିକ ଗୁଣ ବିକାଶ ହେବା ପାଇଁ ‘ମୁକ୍ତା’ ଶୀର୍ଷକ ଗଳ୍ପ ମାଧ୍ୟମରେ ପିଲାଙ୍କୁ ବୁଝାଇଥିଲେ। ମଞ୍ଚାସୀନ ଅନ୍ୟ ଅତିଥିମାନେ ପିଲାଙ୍କୁ ଉପଦେଶାତ୍ମକ ଉଦ୍‌ବୋଧନ ଦେଇଥିଲେ। କ୍ରୀଡ଼ା ପ୍ରତିଯୋଗିତାର ବାଳକ ବିଭାଗରେ ଝିମା ଶବର ଓ ବାଳିକା ବିଭାଗରେ ଇନ୍ଦୁମତୀ ମଳିକ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆଶ୍ରମର ୨୦୨୫-୨୬ ଶିକ୍ଷା ବର୍ଷର ସର୍ବୋତ୍ତମ ଛାତ୍ର ଚନ୍ଦନ ଚୌଧୁରୀ ଓ ଛାତ୍ରୀ ରାଇମନୀ ମଣ୍ଡଳ ଅତିଥିମାନଙ୍କ ଦାରା ସମ୍ମାନିତ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଲିଣ୍ଟନ ଦଳବେହେରା, ସନ୍ତୋଷ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ଜୟନ୍ତୀ ପାତ୍ର ଓ ମଧୁସ୍ମିତା ପରିଡ଼ା କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଦିତ୍ୟ ପରିଡ଼ା ସାର୍‌ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହିତ ସଂଯୋଜନା କରିଥିଲେ। ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri