କ୍ଲାସ୍‌ରୁମ୍‌କୁ ଛାତ୍ରୀଛାତ୍ରଙ୍କୁ ମୋବାଇଲ ମନା, ଏହି ଦିନଠାରୁ ହେବ କାର୍ଯ୍ୟକାରୀ

ସିଓଲ,୨୮ା୮: ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ୍‌ ନିଶା ଚିନ୍ତାର ବିଷୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ରଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଥିଲା। ଏବେ ଦକ୍ଷିଣ କୋରିଆ ମଧ୍ୟ ସମାନ ନିଷ୍ପତ୍ତି ନେଇ କ୍ଲାସ୍‌ରୁମ୍‌ ମୋବାଇଲ ଏବଂ ଡିଜିଟାଲ ଡିଭାଇସ ନେବାକୁ ନିଷେଧ କରିଛି। ଏହି ନିଷ୍ପତ୍ତି ଦେଶର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେବ। ଏଠାକାର ନେତାମାନେ କହିଛନ୍ତି ଯେ, ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ମିଡିଆ ନିଶା ଏକ ବଡ଼ ସଙ୍କଟର ରୂପ ନେଉଛି।

ଦକ୍ଷିଣ କୋରିଆର ସଂସଦ ଦ୍ୱାରା ଗୃହୀତ ଏହି ନିଷ୍ପତ୍ତି ଆସନ୍ତା ବର୍ଷ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ। ଏହି ନିୟମ ପ୍ରସ୍ତାବ ଦେଇଥିବା ନେତା ଚୋ ଜଙ୍ଗ-ହୁନ କହିଛନ୍ତି, ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମ ଚଲାନ୍ତି। ପ୍ରତିଦିନ ସକାଳେ ସେମାନଙ୍କର ଆଖି ଲାଲ ଥାଏ ଏବଂ ସେମାନେ ରାତି ୨-୩ଟା ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମରେ ରୁହନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡରେ ମଧ୍ୟ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି।

ଦକ୍ଷିଣ କୋରିଆର ୯୮ ପ୍ରତିଶତ ଜନସଂଖ୍ୟାର ସ୍ମାର୍ଟଫୋନ ଅଛି ଏବଂ ଏଠାକାର ପ୍ରାୟ ୯୯ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ୍‌ ବ୍ୟବହାର କରନ୍ତି। ଗତ ବର୍ଷ ଏଠାକାର ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା। ଏଥିରେ, ୩୭ ପ୍ରତିଶତ ମଧ୍ୟମା ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର କହିଥିଲେ ଯେ, ସୋସିଆଲ ମିଡିଆ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ସର୍ଭେରେ ଅଂଶଗ୍ରହଣ କରିଥିବା ୨୨ ପ୍ରତିଶତ ଛାତ୍ରୀଛାତ୍ର କହିଛନ୍ତି, ଯେତେବେଳେ ସେମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ, ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ଏହି କାରଣରୁ ଅନେକ ସ୍କୁଲରେ ସ୍ମାର୍ଟଫୋନ ପୂର୍ବରୁ ନିଷିଦ୍ଧ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ନିୟମ ସାରା ଦେଶର ସ୍କୁଲଗୁଡ଼ିକରେ ଲାଗୁ କରାଯାଇଛି। ତଥାପି ଏହି ନିୟମରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହା ସହିତ ପାଠପଢ଼ା ପାଇଁ ସ୍ମାର୍ଟଫୋନ ବ୍ୟବହାର ଉପରେ କୌଣସି ନିଷେଧ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri