କ୍ଲାସ୍‌ରୁମ୍‌କୁ ଛାତ୍ରୀଛାତ୍ରଙ୍କୁ ମୋବାଇଲ ମନା, ଏହି ଦିନଠାରୁ ହେବ କାର୍ଯ୍ୟକାରୀ

ସିଓଲ,୨୮ା୮: ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ୍‌ ନିଶା ଚିନ୍ତାର ବିଷୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ରଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିଥିଲା। ଏବେ ଦକ୍ଷିଣ କୋରିଆ ମଧ୍ୟ ସମାନ ନିଷ୍ପତ୍ତି ନେଇ କ୍ଲାସ୍‌ରୁମ୍‌ ମୋବାଇଲ ଏବଂ ଡିଜିଟାଲ ଡିଭାଇସ ନେବାକୁ ନିଷେଧ କରିଛି। ଏହି ନିଷ୍ପତ୍ତି ଦେଶର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେବ। ଏଠାକାର ନେତାମାନେ କହିଛନ୍ତି ଯେ, ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ମିଡିଆ ନିଶା ଏକ ବଡ଼ ସଙ୍କଟର ରୂପ ନେଉଛି।

ଦକ୍ଷିଣ କୋରିଆର ସଂସଦ ଦ୍ୱାରା ଗୃହୀତ ଏହି ନିଷ୍ପତ୍ତି ଆସନ୍ତା ବର୍ଷ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ। ଏହି ନିୟମ ପ୍ରସ୍ତାବ ଦେଇଥିବା ନେତା ଚୋ ଜଙ୍ଗ-ହୁନ କହିଛନ୍ତି, ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମ ଚଲାନ୍ତି। ପ୍ରତିଦିନ ସକାଳେ ସେମାନଙ୍କର ଆଖି ଲାଲ ଥାଏ ଏବଂ ସେମାନେ ରାତି ୨-୩ଟା ପର୍ଯ୍ୟନ୍ତ ଇନ୍‌ଷ୍ଟାଗ୍ରାମରେ ରୁହନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡରେ ମଧ୍ୟ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି।

ଦକ୍ଷିଣ କୋରିଆର ୯୮ ପ୍ରତିଶତ ଜନସଂଖ୍ୟାର ସ୍ମାର୍ଟଫୋନ ଅଛି ଏବଂ ଏଠାକାର ପ୍ରାୟ ୯୯ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ୍‌ ବ୍ୟବହାର କରନ୍ତି। ଗତ ବର୍ଷ ଏଠାକାର ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା। ଏଥିରେ, ୩୭ ପ୍ରତିଶତ ମଧ୍ୟମା ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର କହିଥିଲେ ଯେ, ସୋସିଆଲ ମିଡିଆ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ସର୍ଭେରେ ଅଂଶଗ୍ରହଣ କରିଥିବା ୨୨ ପ୍ରତିଶତ ଛାତ୍ରୀଛାତ୍ର କହିଛନ୍ତି, ଯେତେବେଳେ ସେମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ, ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ଏହି କାରଣରୁ ଅନେକ ସ୍କୁଲରେ ସ୍ମାର୍ଟଫୋନ ପୂର୍ବରୁ ନିଷିଦ୍ଧ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ନିୟମ ସାରା ଦେଶର ସ୍କୁଲଗୁଡ଼ିକରେ ଲାଗୁ କରାଯାଇଛି। ତଥାପି ଏହି ନିୟମରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହା ସହିତ ପାଠପଢ଼ା ପାଇଁ ସ୍ମାର୍ଟଫୋନ ବ୍ୟବହାର ଉପରେ କୌଣସି ନିଷେଧ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri