ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍ ଗେଟ୍ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ଦାବିରେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀଛାତ୍ର ଏହି ଆନ୍ଦୋଳନ ମୁକ୍ତ ପଦେକ୍ଷପ ଗ୍ରହଣ କରିଛନ୍ତି। ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସ୍କୁଲ ଆଗରେ ଏହି ଧାରଣା ଚାଲିଥିବା ବେଳେ କୌଣସି ଉଚ୍ଚ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ନୂତନ ସ୍କୁଲ ଗୃହ ନିର୍ମାଣ କିମ୍ବା ଛାତ୍ରୀଛାତ୍ରଙ୍କ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ସ୍କୁଲ କମିଟି ସଭାପତି ଶଙ୍କର୍ଷଣ ଜାନା, ରଜ କୁମାର ନାୟକ, ଶଙ୍କର ବେରା, ପଞ୍ଚାନନ ଦାସ, ମଞ୍ଜୁଲତା ପରିଡ଼ା, ପୂର୍ଣ୍ଣିମା ବେରା, ଲକ୍ଷ୍ମୀ ଦାସ, ଶିବାନୀ ଦାସ, ଜୟନ୍ତୀ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି।
ପ୍ରକାଶ ଯୋଗ୍ୟ, ଏହି ବିଦ୍ୟାଳୟରେ ଶୁକ୍ରବାର ସ୍କୁଲ ଛାତ ପାଷ୍ଟର ପଢ଼ି ୩ ଛାତ୍ରୀ ଆହତ ହୋଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଶାନ୍ତ ମାଝୀ ବିଦ୍ୟାଳୟର ଦୂରା ବସ୍ତା ବାବଦରେ ବିଡିଓ, ବିଇଓ, ଜନଶୁଣାଣିରେ ଅଭିଯୋଗରେ ଅଭିଯୋଗ ନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ଦେଇଥିଲେ ମଧ୍ୟ କୌଣସି ପଦେକ୍ଷପ ନିଆ ନ ଯିବା କ୍ଷୋଭ ଓ ଅସନ୍ତୋଷର କାରଣ ହୋଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।