ଖଇରା,୧୬ା୧୦(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ଡ. ହରେକୃଷ୍ଣ ମହତାବ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା, ଚୟନ ପ୍ରକ୍ରିୟାରେ ପାତରଅନ୍ତର ସହ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣି ପ୍ରଥମେ ଗୁରୁବାର କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ଅଧ୍ୟକ୍ଷ କିଛି ନ ବୁଝିବା ପରେ ପୁନଶ୍ଚ ଶୁକ୍ରବାର ପ୍ରଥମେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିବା ସହ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ଖଇରା ତହସିଲଦାର ଓ ଖଇରା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ପିଲାମାନେ ବୁଝି ନ ଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଛୁଟି ଘୋଷଣା କରିଥିଲେ।

