କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍ରେ ତାଲା ଠୁଙ୍କିଛନ୍ତି ଛାତ୍ରୀଛାତ୍ର। ମେଧାବୃତ୍ତି ନ ମିଳିବା ଓ ବିଭିନ୍ନ ବିଭାଗର ପରୀକ୍ଷାଫଳ ୨ ବର୍ଷ ହେବ ପ୍ରକାଶିତ ନ ହେବା, ହଷ୍ଟେଲ ସମସ୍ୟା ପ୍ରଫେସର ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ତାତିଛନ୍ତି ଛାତ୍ରୀଛାତ୍ର। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଧାରଣାରେ ବସିବେ ବୋଲି ଛାତ୍ରନେତାମାନେ ପ୍ରକାଶ କରିଛନ୍ତି।