KIIT University: କିଟ୍‌ରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭ା୨: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ପରିଚିତମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର, ପୀଡ଼ିତାଙ୍କ ଉପରେ ତିନି ବର୍ଷର ସମ୍ପର୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ।

ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ତାଙ୍କ ତିନି ବର୍ଷର ସମ୍ପର୍କ ମଧ୍ୟରେ ଅଦ୍ବିକ ଶ୍ରୀବାସ୍ତବ ନିରନ୍ତର ନିର୍ଯାତନା ଦେଉଥିଲେ। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ, ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଦ୍ବିକଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କ୍ୟାମ୍ପସ୍‌ ନିକଟରେ ସହପାଠୀମାନେ ଅବରୋଧ କରିଥିଲେ। ‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା କିଟ୍‌ ପରିସର। ଏହା ପରେ ତ୍ୱରିତ ପଦକ୍ଷେପ ନେଇଥିଲା ପୋଲିସ।

ଖବର ଲେଖାହେବା ସୁଦ୍ଧା ପରିସ୍ଥିତି ପରିଚାଳନା ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ସମୟରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ଏବଂ ତାଙ୍କ ପିତାମାତାଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri