ବଜ୍ରପାତରେ ଗୁରୁତର ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଲେ, ପରିବାରରେ ଖେଳିଗଲା ଆନନ୍ଦ

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏଭଳି ଉକ୍ତିକୁ ଯଦି ଦେଖିବା ତେବେ ବଜ୍ରପାତରେ ଗୁରୁତର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ସେ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ସଠିକ୍‌ ସମୟରେ ଭର୍ତ୍ତି ହୋଇଥିବାରୁ ଉତ୍ତମ ଚିକିତ୍ସା ପାଇ ସେ ସୁସ୍ଥ ହୋଇ ଶୁକ୍ରବାର ନିଜ ଗ୍ରାମକୁ ଫେରିଛନ୍ତି।

Dharitri – The Largest & Most Trusted Odia Daily

Share