ପାଟଣା,୧୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରାବାସର ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ରାତିରେ ନିଆଁ ପୁଇଁ ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ହେଉଛନ୍ତି ତୁରୁମୁଙ୍ଗା ଥାନା ସାନ ଗମ୍ଭାରୀଆ ଗ୍ରାମର ଜୟନ୍ତି ମୁଣ୍ଡା। ତାଙ୍କୁ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସାଙ୍ଗମାନଙ୍କ ସହ ନିଆଁରେ ସେକି ହେଉଥିବା ବେଳେ ସାର୍ଟରେ ନିଆଁ ଲାଗି ଅଣ୍ଟା ଠାରୁ ତଳକୁ ପୋଡ଼ି ଯାଇଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ଚରଣ ମୁର୍ମୁଙ୍କୁ ଫୋନ କରିଥିଲେ ହେଁ ସେ ଫୋନ ଉଠାଇନଥିଲେ। ଆବାସିକ ହଷ୍ଟେଲ କର୍ତ୍ତୃପକ୍ଷ ବ୍ଲକ ମଙ୍ଗଳ ଅଧିକାରୀ ସିପ୍ରା ରାଣୀ ମହାନ୍ତଙ୍କୁ ଏନେଇ ପଚାରିବାରୁ ଆମେ ଛାତ୍ରୀଙ୍କର ଉଚ୍ଚ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବୁ । ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ସ୍ଥାନାନ୍ତରପାଇଁ ଅଧିକାରୀଙ୍କ ସହ ବିଚାର ବିମର୍ଶ କରୁଛୁ ବୋଲି କହିଛନ୍ତି।