୩ ଦିନ ହେବ ନିଖୋଜ ଥିଲେ ଛାତ୍ରୀ: ପୋଖରୀରୁ ମିଳିଲା ମୃତଦେହ

ଗୋପାଳପୁର,୨୮।୭(ନବୀନ ରାଜ ଆଚାରୀ): ତିନି ଦିନ ପରେ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ଗୋପାଳପୁର ଥାନା ପୋଲିସ କରାପୁଲୀର ଏକ ପୋଖରୀର ମୃତଦେହକୁ ଠାବ କରିଛି l ମୃତକ ଜଣଙ୍କ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା ନାୟକ (୧୮) ବୋଲି ପୋଲିସ ସୂଚନା ଦେଇଛି l
ସୂଚନା ଅନୁସାରେ, ଗୋପାଳପୁର ଏନଏସି ଅଞ୍ଚଳରେ ସ୍ନେହଲତାଙ୍କ ଘର। ସେ ରାମଚନ୍ଦ୍ରପୁର ଠାରେ ଥିବା ଆଇଟିଆଇ କଲେଜରେ ପାଠ ପଢୁଥିଲେ l ଗତ ଗୁରୁବାର ସକାଳେ ସାଢେ ୯ଟା ସମୟରେ ଘର ପାଇଁ ରାସନ ଆଣିବାକୁ ଯାଇଥିଲେ l ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକ ଆଖ ପାଖ ଓ ସମ୍ପର୍କୟ ଘରକୁ ଖୋଜା ଖୋଜି କରିଥିଲେ ମଧ୍ୟ ସ୍ନେହଲତାଙ୍କ ସନ୍ଧାନ ମିଳି ନ ଥିଲା। ଫୋନ ମଧ୍ୟ ସୁଇଚ ଅଫ ରହିଥିଲା ଏନେଇ ୨୭ରେ ପରିବାର ଲୋକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନ ୧୭/୨୪ପ୍ରକାରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l
ରବିବାର ସକାଳେ କରାପୁଲୀ ଗ୍ରାମରେ ଏକା ପୋଖରୀ ଅଜଣା ମୃତଦେହ ଭାସୁଥିବା ନେଇ ଦେଖିବାକୁ ସ୍ଥାନୀୟ ଲୋଳ ପାଇଥିଲେ l ଏ ନେଇ ଭଞ୍ଜବିହାର ଫାଣ୍ଡିରେ ଖବର ଦେଇଥିଲେ। ପରେ ସ୍ଥାନୀୟ ପୋଲିସ ଓ କନିସି ଅଗ୍ନିଶମ କର୍ମୀଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀ ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ମୃତଦେହ ଦେଖି ଏହା ସ୍ନେହଲତା ବୋଲି ଜଣାପଡିଥିଲା। ମୃତଦେହ ଫୁଲି ଯାଇଥିବା ସହ ଦୁର୍ଗନ୍ଧ ବାହାରୁଥିଲା l ପୋଲିସ ମୃତଦେହକୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ଏନେଇ ମୃତକଙ୍କ ବାପା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଥାନା କେଶ ନ ୧୩/୨୪ପ୍ରକାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି l ବ୍ୟବଛେଦ କରିବା ପରେ ମୃତଦେହକୁ ପୋଲିସ ପରିବାର ଲୋକକୁ ହସ୍ତାନ୍ତର କରିଛି l ତଦନ୍ତ ଅଧିକାରୀ ଲିସା ରାଣୀ ସେଠୀଙ୍କୁ ପଚାରିବାରୁ ବ୍ୟବଛେଦ ରିପୋର୍ଟ ଆସିଲେ ସ୍ନେହଲତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହବ ବୋଲି କହିଥିଲେ। କିଭଳି କେଉଁ ପରିସ୍ଥିତିରେ ସ୍ନେହଲତା ମୃତ୍ୟୁ ହେଲା ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି l


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?