ଛାତ୍ରୀଙ୍କୁ ଅସଦାଚରଣ ପରେ କାର୍ଯ୍ୟାନୁଷ୍ଠାନ, ପୋକ୍ସୋ ଆକ୍ଟରେ ଗିରଫ ପରେ ପ୍ରଧାନଶିକ୍ଷକ…

ଭବାନୀପାଟଣା/ଜୁନାଗଡ଼ ,୩।୯(ଉତ୍ତମ କୁମାର  ଦାଶ/ସୁନୀଲ କୁମାର ସିଂହ )- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ କରୁଥିବା ନେଇ ମଙ୍ଗଳବାର ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ ଏକ ମାମଲା ନଂ(୫୭୭/୨୫) ରୁଜୁ କରି ଘଟଣାର ତଦନ୍ତ  କରିଥିଲା। ତେବେ ତଦନ୍ତ ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋକ୍ସୋ ଆକ୍ଟରେ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଜୁନାଗଡ଼ ଆଇଆଇସି ଶେଷଦେବ ବେହେରା ସୂଚନା ଦେଇଛନ୍ତି।
ଅପରପକ୍ଷେ ଏହି ଘଟଣା ପରେ ଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ବୁଧବାର ଅପରାହ୍ନରେ ପ୍ରଧାନ ଶିକ୍ଷକ ମେହେରଙ୍କୁ ନିଲମ୍ବିତ କରିଛନ୍ତି। ଜୁନାଗଡ଼ ବିଇଓଙ୍କ ପତ୍ରସଂଖ୍ୟା ୩୨୪୦ ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଜୁନାଗଡ଼ ବିଇଓ ତପନ ମାଝୀ ସୂଚନା ଦେଇଛନ୍ତି।

Share