ହେବନି ଛାତ୍ର ସଂସଦ ନିର୍ବାଚନ, ବିରୋଧ ତେଜିଲା

ଭୁବନେଶ୍ୱର, ୧୪।୯(ଅସମାପିକା ସାହୁ)ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ କରାଯାଇନାହିଁ। ଫଳରେ ରାଜ୍ୟରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ସ୍ପଷ୍ଟ ହୋଇଛି। ଏହାପରେ ବିରୋଧ ଓ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଙ୍ଗଠନଗୁଡିକ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ତୀବ୍ର ବିରୋଧ କରିବା ସହ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରିଛନ୍ତି।

ଚଳିତ ବର୍ଷ କ୍ରମାଗତ ଷଷ୍ଠ ଥର ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ଏଆଇଏସ୍‌ଏଫ୍‌ କହିଛି, ଗଣତନ୍ତ୍ରର ପାଠଶାଳା ଓ ନେତୃତ୍ୱ ବିକାଶର ଅନ୍ତୁଡ଼ିଶାଳ ହେଉଛି ଛାତ୍ର ସଂସଦ ନିର୍ବାଚନ। କେବଳ ବିଧାନସଭା ଓ ସଂସଦ ପାଇଁ ନୁହେଁ, ସମାଜର ଦିଶା ନିର୍ଣ୍ଣୟରେ ନେତୃତ୍ୱକାରୀ ଭୂମିକା ନେବା ପାଇଁ ଏହି ପ୍ରକ୍ରିୟାରେ ନେତା ତିଆରି ହୁଅନ୍ତି। ଛାତ୍ର ଜୀବନରୁ ଉତ୍ତର ଦାୟିତ୍ୱରେ ଏକ ସ୍ବତନ୍ତ୍ର ପ୍ରକ୍ରିୟା ହେଉଛି ଛାତ୍ର ସଂସଦ। ଏହାକୁ ବନ୍ଦ କରିବା ଫଳରେ ନେତୃତ୍ୱ ସୃଷ୍ଟି ହେବା ବନ୍ଦ ହେଲାଣି। ନୂତନ ନେତୃତ୍ୱ ସୃଷ୍ଟିର ସଂକଟ ଗଣତନ୍ତ୍ର ପାଇଁ ବିପଦ। ଛାତ୍ର ସଂସଦ ନିର୍ବାଚନ ବନ୍ଦ ଯୋଗୁ ସାଧାରଣ ପରିବାରର ପିଲାଟିଏ ନେତା ହୋଇପାରିବ ନାହିଁ। ରାଜତନ୍ତ୍ରରେ ରାଜା ପୁଅ ରାଜା ହେଲା ଭଳି ନେତାଙ୍କ ପିଲା ହିଁ ନେତା ହେବେ। ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ୧୬ ତାରିଖରେ ରାଜ୍ୟସ୍ତରୀୟ ଛାତ୍ର ଅଧିକାର ସମାବେଶ ହେବ ବୋଲି ଏଆଇଏସ୍‌ଏଫ୍‌ ପକ୍ଷରୁ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି।

ସେପଟେ ଏବିଭିପି ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଗାମୀ ୨ ଦିନରେ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ମୁଖରେ ଏହାର ପ୍ରତିବାଦ କରାଯିବ ବୋଲି ଘୋଷଣା କରିଛି। ସରକାର ଏ ଦିଗରେ ପୁନର୍ବାର ଚିନ୍ତା କରନ୍ତୁ ଏବଂ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ଯଦି ସରକାର ତାଙ୍କ ନିଷ୍ପତ୍ତି ନ ବଦଳାନ୍ତି, ତେବେ ଆଗାମୀ ଦିନରେ ଏବିଭିପି କୋର୍ଟର ଆଶ୍ରୟ ନେବ। ଏ ନେଇ ପିଆଇଏଲ୍‌ ଫାଇଲ କରାଯିବ ବୋଲି ଏବିଭିପିର ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ୱଜିତ ମହାପାତ୍ର କହିଛନ୍ତି। ସେହିଭଳି ଏଆଇଡିଏସ୍‌ଓ ପକ୍ଷରୁ କୁହାଯାଇଛି, ଗତ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ନିର୍ବାଚିତ ଛାତ୍ରସଂସଦ ଗଠନ କରିବା ଛାତ୍ରୀଛାତ୍ରଙ୍କର ସଂଗ୍ରାମଲବ୍ଧ ଅଧିକାର। ତେଣୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିବର୍ର୍ାଚନ କରିବା ଦାବିରେ ଆସନ୍ତା ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦିବସ ପାଳନ କରାଯିବ। ଏଥିରେ ସାମିଲ ହେବା ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦିଆଯାଇଛି। ଅନ୍ୟପକ୍ଷରେ ସରକାର ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ବଦଳାଇବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ବାତ୍ୟା ‘ତିତ୍‌ଲି’ ପାଇଁ ଛାତ୍ର ସଂସନ ନିର୍ବାଚନ ବନ୍ଦ ହୋଇଥିଲା। ତା’ପରେ ନିର୍ବାଚନ ଯୋଗୁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହୋଇଥିବାରୁ ୨୦୧୯ରେ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରୀ କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ରେ କରୋନା ଯୋଗୁ ଶିକ୍ଷାନୁଷ୍ଠାନ ଖୋଲିପାରି ନ ଥିଲା। ୨୦୨୧ରେ କରୋନା ସ୍ଥିତି ଲାଗି ରହିଥିବାରୁ ନିର୍ବାଚନ କରାଯାଇ ନ ଥିଲା। ସେହିପରି କରୋନା ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଏଥିରେ ସୁଧାର ଆଣିବା ପାଇଁ ୨୦୨୨ରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିଲା। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇ ଆସୁଛି। ଏଥିପାଇଁ କିଛିଦିନ ହେବ ବିଭିନ୍ନ କଲେଜ ଓ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ଧାରଣା ତଥା ବିକ୍ଷୋଭ ମାଧ୍ୟମରେ ଦାବି ରଖି ଆସୁଥିଲେ। ହେଲେ ସରକାର ଛାତ୍ର ସଂସଦ ନିର୍ବାଚନକୁ କୌଶଳକ୍ରମେ ବନ୍ଦ କରାଯାଇଥିବାରୁ ବିଭିନ୍ନ କ୍ୟାମ୍ପସରେ ଅସନ୍ତୋଷ ତେଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri