ହେବନି ଛାତ୍ର ସଂସଦ ନିର୍ବାଚନ, ବିରୋଧ ତେଜିଲା

ଭୁବନେଶ୍ୱର, ୧୪।୯(ଅସମାପିକା ସାହୁ)ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ କରାଯାଇନାହିଁ। ଫଳରେ ରାଜ୍ୟରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ସ୍ପଷ୍ଟ ହୋଇଛି। ଏହାପରେ ବିରୋଧ ଓ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଙ୍ଗଠନଗୁଡିକ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ତୀବ୍ର ବିରୋଧ କରିବା ସହ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରିଛନ୍ତି।

ଚଳିତ ବର୍ଷ କ୍ରମାଗତ ଷଷ୍ଠ ଥର ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ଏଆଇଏସ୍‌ଏଫ୍‌ କହିଛି, ଗଣତନ୍ତ୍ରର ପାଠଶାଳା ଓ ନେତୃତ୍ୱ ବିକାଶର ଅନ୍ତୁଡ଼ିଶାଳ ହେଉଛି ଛାତ୍ର ସଂସଦ ନିର୍ବାଚନ। କେବଳ ବିଧାନସଭା ଓ ସଂସଦ ପାଇଁ ନୁହେଁ, ସମାଜର ଦିଶା ନିର୍ଣ୍ଣୟରେ ନେତୃତ୍ୱକାରୀ ଭୂମିକା ନେବା ପାଇଁ ଏହି ପ୍ରକ୍ରିୟାରେ ନେତା ତିଆରି ହୁଅନ୍ତି। ଛାତ୍ର ଜୀବନରୁ ଉତ୍ତର ଦାୟିତ୍ୱରେ ଏକ ସ୍ବତନ୍ତ୍ର ପ୍ରକ୍ରିୟା ହେଉଛି ଛାତ୍ର ସଂସଦ। ଏହାକୁ ବନ୍ଦ କରିବା ଫଳରେ ନେତୃତ୍ୱ ସୃଷ୍ଟି ହେବା ବନ୍ଦ ହେଲାଣି। ନୂତନ ନେତୃତ୍ୱ ସୃଷ୍ଟିର ସଂକଟ ଗଣତନ୍ତ୍ର ପାଇଁ ବିପଦ। ଛାତ୍ର ସଂସଦ ନିର୍ବାଚନ ବନ୍ଦ ଯୋଗୁ ସାଧାରଣ ପରିବାରର ପିଲାଟିଏ ନେତା ହୋଇପାରିବ ନାହିଁ। ରାଜତନ୍ତ୍ରରେ ରାଜା ପୁଅ ରାଜା ହେଲା ଭଳି ନେତାଙ୍କ ପିଲା ହିଁ ନେତା ହେବେ। ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ୧୬ ତାରିଖରେ ରାଜ୍ୟସ୍ତରୀୟ ଛାତ୍ର ଅଧିକାର ସମାବେଶ ହେବ ବୋଲି ଏଆଇଏସ୍‌ଏଫ୍‌ ପକ୍ଷରୁ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି।

ସେପଟେ ଏବିଭିପି ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଗାମୀ ୨ ଦିନରେ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ମୁଖରେ ଏହାର ପ୍ରତିବାଦ କରାଯିବ ବୋଲି ଘୋଷଣା କରିଛି। ସରକାର ଏ ଦିଗରେ ପୁନର୍ବାର ଚିନ୍ତା କରନ୍ତୁ ଏବଂ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ଯଦି ସରକାର ତାଙ୍କ ନିଷ୍ପତ୍ତି ନ ବଦଳାନ୍ତି, ତେବେ ଆଗାମୀ ଦିନରେ ଏବିଭିପି କୋର୍ଟର ଆଶ୍ରୟ ନେବ। ଏ ନେଇ ପିଆଇଏଲ୍‌ ଫାଇଲ କରାଯିବ ବୋଲି ଏବିଭିପିର ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ୱଜିତ ମହାପାତ୍ର କହିଛନ୍ତି। ସେହିଭଳି ଏଆଇଡିଏସ୍‌ଓ ପକ୍ଷରୁ କୁହାଯାଇଛି, ଗତ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ନିର୍ବାଚିତ ଛାତ୍ରସଂସଦ ଗଠନ କରିବା ଛାତ୍ରୀଛାତ୍ରଙ୍କର ସଂଗ୍ରାମଲବ୍ଧ ଅଧିକାର। ତେଣୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିବର୍ର୍ାଚନ କରିବା ଦାବିରେ ଆସନ୍ତା ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦିବସ ପାଳନ କରାଯିବ। ଏଥିରେ ସାମିଲ ହେବା ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦିଆଯାଇଛି। ଅନ୍ୟପକ୍ଷରେ ସରକାର ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ବଦଳାଇବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ବାତ୍ୟା ‘ତିତ୍‌ଲି’ ପାଇଁ ଛାତ୍ର ସଂସନ ନିର୍ବାଚନ ବନ୍ଦ ହୋଇଥିଲା। ତା’ପରେ ନିର୍ବାଚନ ଯୋଗୁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହୋଇଥିବାରୁ ୨୦୧୯ରେ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରୀ କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ରେ କରୋନା ଯୋଗୁ ଶିକ୍ଷାନୁଷ୍ଠାନ ଖୋଲିପାରି ନ ଥିଲା। ୨୦୨୧ରେ କରୋନା ସ୍ଥିତି ଲାଗି ରହିଥିବାରୁ ନିର୍ବାଚନ କରାଯାଇ ନ ଥିଲା। ସେହିପରି କରୋନା ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଏଥିରେ ସୁଧାର ଆଣିବା ପାଇଁ ୨୦୨୨ରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିଲା। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇ ଆସୁଛି। ଏଥିପାଇଁ କିଛିଦିନ ହେବ ବିଭିନ୍ନ କଲେଜ ଓ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ଧାରଣା ତଥା ବିକ୍ଷୋଭ ମାଧ୍ୟମରେ ଦାବି ରଖି ଆସୁଥିଲେ। ହେଲେ ସରକାର ଛାତ୍ର ସଂସଦ ନିର୍ବାଚନକୁ କୌଶଳକ୍ରମେ ବନ୍ଦ କରାଯାଇଥିବାରୁ ବିଭିନ୍ନ କ୍ୟାମ୍ପସରେ ଅସନ୍ତୋଷ ତେଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri