ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟର ବାର୍ଷିକ କ୍ରିଡା ପ୍ରତିଯୋଗିତା ଦୌଡରେ ଭାଗନେଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଜୟଦେବ ବେକ୍।
ସେ ଆଜି ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଖେଳୁଥିବା ସମୟର ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଶିକ୍ଷକମାନେ ସଙ୍ଗେ ସଙ୍ଗେ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଣିଥିଲେ । ତେବେ ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିବା ସହ ସ୍ଥାନୀୟ ପୋଲିସ, ପିଏଆଇ ଟିଡିଏ, ଡିବ୍ଲୁଓ ଓ ଅତିରିକ୍ତ ଜିଲାପାଳଙ୍କୁ ସୂଚନା ଦେବା ପରେ ପ୍ରାଶାସନିକ ତଦନ୍ତ ଆରମ୍ଭ ହୋଇଛି। ପିଏଆଇ ଟିଡିଏ, ଡିବ୍ଲୁଓ ଓ ଅତିରିକ୍ତ ଜିଲାପାଳ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣା ସମ୍ବେଦନଶୀଳ ଥିବାରୁ ମେଡିକାଲ କଲେଜ ଆଣ୍ଡ ହସପିଟାଲର ସମସ୍ତ ଗେଟ ଏବଂ ଏକଲବ୍ୟ ମଡେଲ ସ୍କୁଲର ଗେଟ ବନ୍ଦ କରି ଦିଆଯାଇଛି। ସୂଚନା ଅନୁସାରେ ଗତକାଲି ମଧ୍ୟ ଜୟଦେବ ବେକ ଦୌଡୁ ଥିବା ବେଳେ ପଡ଼ି ଅଜ୍ଞାନ ହୋଇ ଯାଇଥିଲେ। ତେବେ ଗତ କାଲି ମଧ୍ୟ ତାଙ୍କୁ ଚିକିତ୍ସା କରାଯାଇନଥିଲା କିମ୍ୱା ଏହି ଘଟଣା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରି ନଥିବା ଜଣା ପଡିଛି। ତେବେ ଏହି ଘଟଣା ବୁଦ୍ଧିଜିବୀ ମହଲରେ ପହଞ୍ଚିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଖବର ପାଇ ପରିବାର ଲୋକେ ଓ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।