ସ୍କୁଲରେ ଖେଳୁଥିବାବେଳେ ଛାତ୍ରଙ୍କ ଉପରେ ଭାଙ୍ଗିପଡିଲା ଫଳକ, ଚାଲିଗଲା ଜୀବନ

ବାଲିଆପାଳ, ୯।୧(ଅମୁଲ୍ୟ ଦାସ ): ସ୍କୁଲରେ ଫଳକ ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲ ପରିସରରେ ଖେଳୁଥିବାବେଳେ ଫଳକ ଭାଙ୍ଗି ପଡିଥିଲା। ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଜାମକୁଣ୍ତା ପଞ୍ଚାୟତ କେନ୍ଦୁଆଡିହା ଗ୍ରାମର ସନାତନ ଧଳଙ୍କ ପୂଅ ପ୍ରହ୍ଲାଦ ଧଳ। ସୂଚନା ଅନୁଯାୟୀ ୩ ବର୍ଷ ପୂର୍ବରୁ ଏହି ବିଦ୍ୟାଳୟରେ ଏକ ନୂତନ କୋଠା ଘର ନିର୍ମାଣ ପାଇଁ ସୂଚନା ଫଳକ ଲଗାଇଥିଲେ ଠିକାଦାର। ଗତକାଲି ମଧ୍ୟାହ୍ନଭୋଜନ ବିରତି ସମୟରେ ଛାତ୍ରୀଛାତ୍ରମାନେ ଏହି ଫଳକ ନିକଟରେ ଖେଳୁଥିବା ବେଳେ ଫଳକଟି ଭାଙ୍ଗି ପଡି ପ୍ରହ୍ଲାଦଙ୍କ ଉପରେ ପଡିଯାଇଥିଲା। ପ୍ରଧାନଶିକ୍ଷକ ପିଲାଟିକୁ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ମାତ୍ର ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ବେଆଇନ ଭାବେ ବିକୁଥିଲେ ମଦ: ଅଚାନକ ଚଢ଼ାଉ କରି ଜଣଙ୍କୁ ବାନ୍ଧିବା ସହ ବିପୁଳ…

ଛତ୍ରପୁର,୯।୧( ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା...

ଅତର ଭାଟିରୁ ଚୋରି, ୫ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା…

ଛତ୍ରପୁର,୯ା୧(ଦିଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri