Posted inଫୁରସତ

ଟ୍ୟୁଶନ ଫି’ ଫେରସ୍ତ ମାଗିଲେ ଛାତ୍ରୀ

ୱାଶିଂଟନ: ଆମେରିକାର ବୋଷ୍ଟନ ସହରରେ ଥିବା ନର୍ଥ ଇଷ୍ଟର୍ନ ୟୁନିଭର୍ସିିଟିର ଜଣେ ଛାତ୍ରୀ ତାଙ୍କ ପ୍ରଫେସରଙ୍କ ଉପରେ ଚାଟ୍‌ ଜିପିଟିର ବ୍ୟବହାର କରି ନୋଟ୍ସ ଦେଉଥିବାର ଅଭିଯୋଗ ଆଣିଛନ୍ତି। ଏଲା ଷ୍ଟାପ୍‌ଲଟନ୍‌ ନାମ୍ନୀ ଏହି ଛାତ୍ରୀ କହିଛନ୍ତି, ସେ ଜଣେ ବିଜ୍‌ନେସ୍‌ ଷ୍ଟୁଡେଣ୍ଟ୍‌ ଭାବେ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। ଅର୍ଗାନାଇଜେଶ୍‌ନାଲ ବିହେବିୟର୍‌ ବିଷୟରେ ତାଙ୍କ ପ୍ରଫେସର୍‌ ଦେଇଥିବା ନୋଟ୍ସ ତାଙ୍କୁ ପ୍ରଥମେ ଅଜବ ଲାଗିଥିଲା। ଉକ୍ତ ନୋଟ୍ସରେ ସେ ଚାଟ୍‌ ଜିପିଟିର ପ୍ରମ୍ପ୍ଟ ‘ଏକ୍ସପାଣ୍ଡ୍‌ ଇନ୍‌ ଅଲ୍‌ ଏରିଆଜ୍‌, ବି ମୋର ଡିଟେଲ୍ଡ ଆଣ୍ଡ୍‌ ସ୍ପେସିଫିକ୍‌’କୁ ଦେଖିବାକୁ ପାଇଥିଲେ। ଚାଟ୍‌ ଜିପିଟିର ବ୍ୟବହାରରେ ଉକ୍ତ ନୋଟ୍ସ ପ୍ରସ୍ତୁତ ହୋଇଥିବା ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ଫଳରେ ସେ ତାଙ୍କ ପ୍ରଫେସର୍‌ ଦେଇଥିବା ନୋଟ୍ସକୁ ଗଭୀର ଭାବେ ଅନୁସନ୍ଧାନ କରିଥିଲେ। ଉକ୍ତ ନୋଟ୍ସରେ ଏଆଇ ଜେନେରେଟେଡ୍‌ ଇମେଜ୍‌, ବିକୃତ ଫଣ୍ଟ୍‌ ଏବଂ ଅନେକ ବନାନ ତ୍ରୁଟି ରହିଥିବାରୁ ତାଙ୍କ ପ୍ରଫେସର୍‌ ଚାଟ୍‌ ଜିପିଟିରୁ କପିକରି ନୋଟ୍ସ ଦେଉଥିଲେ ବୋଲି ଏଲା କହିଛନ୍ତି। ସେ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିର ବିଜ୍‌ନେସ୍‌ ସ୍କୁଲରେ ଏନେଇ ଏକ ଅଭିଯୋଗ ଦାଖଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସେ ଦାଖଲ କରିଥିବା ୮ ହଜାର ଡଲାର (ପ୍ରାୟ ୬.୫ ଲକ୍ଷ ଟଙ୍କା) ଟ୍ୟୁଶନ ଫି’କୁ ତାଙ୍କୁ ଫେରସ୍ତ କରାଯାଉ ବୋଲି ଏଲା ନିଜ ଅଭିଯୋଗରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri