ଗୁଗୁଲ ଏବଂ ଫେସବୁକ୍‌ରେ ମାଗଣାରେ ପ୍ରକାଶ ହୋଇପାରିବ ନାହିଁ ନ୍ୟୁଜ୍‌

ଓଟାବା,୨୪।୬:ଗୁଗୁଲ, ଫେସବୁକ୍‌ ଏବେ ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବେ। ସେମାନେ ଗଣମାଧ୍ୟମର ଖବର ମାଗଣାରେ ନିଜ ଇଣ୍ଟରନେଟ୍‌ରେ ପ୍ରକାଶ କରିପାରିବେ ନାହିଁ। ଏନେଇ କାନାଡ ସଂସଦରେ ‘ଅନଲାଇନ ନ୍ୟୁଜ୍‌ ଆକ୍ଟ’କୁ ନେଇ ଏକ ବିଲ୍‌ ପାରିତ ହୋଇଛି। ଯାହାକୁ ନେଇ କାନାଡ ସରକାର ଓ ମେଟା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।

କାନାଡ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଇଣ୍ଟରନେଟ୍‌ ୟୁଜର୍ସଙ୍କ ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଦ୍ୱାରା ଆସୁଥିବା ଖବରକୁ ବନ୍ଦ କରିବାକୁ ଯୋଜନା କରିଛି ମେଟା ପ୍ଲାଟଫର୍ମ। ଅନଲାଇନ ନ୍ୟୁଜ ଆକ୍ଟକୁ ସିନେଟ ଦ୍ୱାରା ଅନୁମୋଦିତ ହୋଇଥିବାବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।

ଟେକ କମ୍ପାନୀଗୁଡିକ ଉପରେ କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିଗୁଡିକ ନିଜର ନିୟନ୍ତ୍ରଣ ଚାହୁଁଥିଲେ। ଯାହାକୁ ନେଇ ସେଠାକାର ସରକାର ଏହି ବିଲ୍‌ ଆଗତ କରିଛନ୍ତି। କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିର ଏକ ଅଭିଯୋଗ ପରେ ସଂସଦରେ ଏହି ଆଇନକୁ ପ୍ରସ୍ତାବ ଦିଆଯାଇଥିଲା। ଏହାଦ୍ୱାରା ମିଡିଆକୁ ଅନଲାଇନ ବିଜ୍ଞାପନ ବଜାରରୁ ରୋକାଯାଇପାରିବ। ତେବେ ଏହି ବିଲ୍‌ ନେଇ କାନାଡାର ସମସ୍ତ ୟୁଜର୍ସଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନ୍ୟୁଜ ସେବା ବନ୍ଦ କରିବ ବୋଲି କହିଛିି ମେଟା। ଫେସବୁକ ଏବଂ ଆଲଫାବେଟର ଗୁଗୁଲ ପରି ପ୍ଲାଟଫର୍ମଗୁଡିକରେ ବାଣିଜ୍ୟ କାରବାର ପାଇଁ ଚର୍ଚ୍ଚା ଏବଂ ଖବର ପ୍ରକାଶକମାନଙ୍କୁ ସେମାନଙ୍କ ବିଷୟବସ୍ତୁ ପାଇଁ ଦେୟ ଦେବାକୁ ବାଧ୍ୟ କରୁଛି ବୋଲି ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମେଟା। ମେଟା କହିଛି ୨୦୨୧ମସିହାରେ ଅଷ୍ଟ୍ରେଲିଆରେ ଏହିଭଳି ବିଲ୍‌ ସଂସଦରେ ପାରିତ ହୋଇଥିଲା।
ତେବେ କାନାଡର ଏହି ବିଲ୍‌କୁ ସଂଶୋଧନ କରିବାକୁ ଗୁଗୁଲ ପ୍ରସ୍ତାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri