ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ ଜୋର ଧରୁଛି। କିଏ ବିଜୟୀ ହେବ, କାହାକୁ କେତେ ଭୋଟ ମିଳିବ ଏସବୁ କଥା ଚା’ ଖଟିଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି। ଏହି ଆସନ ପାଇଁ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୪ ଜଣ ନିର୍ବାଚନ ଲଢ଼ୁଛନ୍ତି।
ନୂଆପଡ଼ାକୁ ବିଜେଡିର ଗଡ଼ କୁହାଯାଇଥାଏ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜୟ ଢୋଲକିଆ ଭାଜପାର ପ୍ରାର୍ଥୀ ହୋଇଛନ୍ତି। ଏହାପରେ ଏଠାରେ ରାଜନୀତି ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବିଜେଡି ଏଠାକାର ନେତାଙ୍କ ଉପରେ ଭରସା ନ କରି ପୂର୍ବତନ ମନ୍ତ୍ରୀ ତଥା ଦଳର ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ହୋଇ ସ୍ବାଧୀନ ଭାବେ ଲଢି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଘାସିରାମ ମାଝୀ ଏବେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ତିନି ଦଳ ଏବେ ବିଜୟୀ ହେବା ପାଇଁ କସରତ କରୁଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦେଖିଲେ ଏଠାରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ, ଭାଜପାରୁ ଅଭିନନ୍ଦନ ପଣ୍ଡା, କଂଗ୍ରେସରୁ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୨,୫୪,୪୯୭ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧,୨୪,୫୪୪ ଜଣ ପୁରୁଷ, ୧,୨୯,୯୩୨ ଜଣ ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଟନ୍ତି। ଗତ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ୫୦,୯୪୧ ଭୋଟ ପାଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଭାଜପାର ଅଭିନନ୍ଦନ ପଣ୍ଡା ୪୪,୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ଶରତ ପଟ୍ଟନାୟକ ୫୬୫୫ଖଣ୍ଡ ଭୋଟ ପାଇଥିଲେ। ରାଜେନ୍ଦ୍ର ଢୋଲକିଆ ପ୍ରାୟ ୧୦,୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ନୂଆପଡ଼ା ନିର୍ବାଚନମଣ୍ଡଳୀ ୨ ବ୍ଲକ ନୂଆପଡ଼ା ଓ କୋମନା ଏବଂ ଦୁଇଟି ଏନ୍‌ଏସି ନୂଆପଡ଼ା ଓ ଖରିଆର ରୋଡ୍‌କୁ ନେଇ ଗଠିତ। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ କୋମନା ବ୍ଲକରେ ୩୨ ପଞ୍ଚାୟତ ରହିଛି। ସେହିପରି ନୂଆପଡ଼ା ଏନ୍‌ଏସିରେ ୧୪ ୱାର୍ଡ ଓ ଖରିଆର ରୋଡ୍‌ ଏନ୍‌ଏସିରେ ୧୯ ୱାର୍ଡ ରହିଛି।
ଏହି ଉପନିର୍ବାଚନରେ ସ୍ଥିତି ଏକପ୍ରକାର ଅଲଗା ରହିଛି। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଥିବାବେଳେ ଏବେ କିନ୍ତୁ ଭାଜପା ସରକାର ରହିଛି। ଅପରପକ୍ଷେ ଜୟ ଢୋଲକିଆ ଭାଜପାକୁ ଗଲା ପରେ ରାଜେନ୍ଦ୍ର ଢୋଲକିଆଙ୍କ ଅନେକ ସମର୍ଥକ ମଧ୍ୟ ଭାଜପାକୁ ଯାଇଛନ୍ତି। ପ୍ରାୟ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଭାଜପାକୁ ଯାଇଛନ୍ତି। ସେତେବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ଅନେକେ ଏବେ ଭାଜପାକୁ ସମର୍ଥନ କରି ପ୍ରଚାର କରୁଛନ୍ତି। ସହାନୁଭୂତି ପାଇବା ପାଇଁ ପ୍ରଚାର ବେଳେ ଉଭୟ ଭାଜପା ଓ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଉଭୟ ଦଳ ମଧ୍ୟରେ ତୁ ତୁ ମେ ମେ ଭଳି ପରିସ୍ଥିତି ଦେଖାଦେଇଥିଲା। ତିନି ଦଳର ହେଭିୱେଟ ନେତା ପ୍ରଚାର କରି ମତଦାତାଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛନ୍ତି।
ସାଧାରଣ ଲୋକଙ୍କୁ କିନ୍ତୁ ଭିନ୍ନ ମେସେଜ ଯାଇଛି। କେହି କେହି ଜୟଙ୍କ ଦଳବଦଳକୁ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ବରଗଡ଼ ଜିଲା ଅତାବିରାରୁ ଆସି ଏଠାରେ ବିଜେଡିର ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ ବାହାରିଆ ବୋଲି କହୁଛନ୍ତି। ଏହାସହିତ ଗତ ନିର୍ବାଚନରେ ଘାସିରାମଙ୍କୁ ଆଦିବାସୀ ସଂଘ ସମର୍ଥନ ଦେଇଥିବା ବେଳେ ଏବେ କିନ୍ତୁ ଉକ୍ତ ସଂଘ ଭାଗ ଭାଗ ହୋଇଥିବା କୁହାଯାଉଛି। ମାତ୍ର କଂଗ୍ରେସ ପ୍ରାର୍ଥୀ ଘାସିରାମ ଆଦିବାସୀମାନେ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି। ଏସବୁ ଭିତରେ ନୂଆପଡ଼ାରେ ଏବେ ସାରା ରାଜ୍ୟର ନେତା ଆସି ଭୋଟରଙ୍କୁ ଭିନ୍ନ ଢଙ୍ଗରେ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି। ବିପୁଳ ଟଙ୍କା ଖର୍ଚ୍ଚ କରି ସବୁ ଦଳ ସଭାସମିତି ଓ ରୋଡ୍‌ ଶୋ’ କରି ଲୋକଙ୍କୁ ଏକାଠି କରାଉଛନ୍ତି। ସବୁଠି ଭୋଜି ଭାତ ଆୟୋଜନ ହେଉଛି। ଏହାସହିତ ସଭାସମିତି ଓ ରାଲିକୁ ଆସିବା ପାଇଁ ଜଣପିଛା ୨ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ଏସବୁ ଭିତରେ ଭୋଟର କିନ୍ତୁ ଚାଲାକ ହୋଇଯାଇଛନ୍ତି। କୁଆଡେ ଜଣପିଛା ଏକ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଚର୍ଚ୍ଚା ହେଉଥିବାରୁ ଭୋଟରମାନେ ନିଜକୁ କୌଣସି ଗୋଟିଏ ଦଳର ବୋଲି କହୁନାହାନ୍ତି। ସାଧାରଣରେ ଏବେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହୋଇପାରେ ବୋଲି ଆଲୋଚନା ହେଉଛି। କେହି ଭାଜପା ସପକ୍ଷରେ ମତଦାନ ହୋଇପାରେ ବୋଲି ଆକଳନ କରୁଥିବା ବେଳେ ଆଉ କେହି ନବୀନଙ୍କ ଲୋକପ୍ରିୟତା ଯୋଗୁ ବିଜେଡି ବାଜିମାତ କରିପାରେ ବୋଲି କହୁଛନ୍ତି। ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଥିବା କଂଗ୍ରେସର ଘାସିରାମ ବି କୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରନ୍ତି ବୋଲି କେତେଜଣ ଚର୍ଚ୍ଚା କରୁଛନ୍ତି। ଆଗାମୀ ୧୧ତାରିଖରେ ମତଦାନ ହେବ। ଏଥିପାଇଁ ସମୁଦାୟ ୩୫୮ ବୁଥ୍‌ କରାଯାଇଛି। ନୂଆପଡ଼ା ଏନ୍‌ଏସିରେ ୧୭, ଖରିଆର ରୋଡ୍‌ ଏନ୍‌ଏସିରେ ୧୯, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକ ପାଇଁ ୧୬୫ ବୁଥ୍‌ କରାଯାଇଛି। ନିର୍ବାଚନ ଫଳାଫଳ ଆସନ୍ତା ୧୪ରେ ପ୍ରକାଶ ପାଇବ। ସେତେବେଳେ ଜଣାପଡ଼ିବ ନୂଆପଡାବାସୀ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri