ବିଜେଡି ନେତାଙ୍କୁ ଜୋରଦାର ବିରୋଧ

ବଲାଙ୍ଗୀର/ ଖପ୍ରାଖୋଲ,୨୦।୧(ବୀରେନ୍ଦ୍ରକୁମାର ଝାଙ୍କର/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡିଆରେ ରବିବାର ପଶ୍ଚିମ ଓଡିଶା ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେଡି ନେତ୍ରୀନେତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମପି ଭବାନୀ ଶଙ୍କର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାମୀ ସୋମବେଶ ସରସ୍ବତୀ, ପରିବେଶବିଦ ପ୍ରଫୁଲ୍ଲ ସାମନ୍ତରା, ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍‌, କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର, ଏସୟୁସିଆଇ ରାଜ୍ୟ ସଦସ୍ୟ ଅଶୋକ ମିଶ୍ର, ଜିନ୍ଦାବାଦ ସଙ୍ଗଠନ ପ୍ରତିଷ୍ଠାତା ତ୍ରିଲୋଚନ ପୁଞ୍ଜି, ପୂର୍ବତନ ଆବାହକ ବୃନ୍ଦାବନ ବାରିକ, କାର୍ଯ୍ୟକାରୀ ସଭାପତି ଡାଇମଣ୍ଡ ଭୋଇ, ଗୌତମ ବିଶ୍ୱାଳ, କେନ୍ଦ୍ରୀୟ ଆବାହକ ରବି ନାରାୟଣ ସାହୁ, ହରିଶଙ୍କର ଶାଖା ଆବାହକ ଜୟସିଂ ପୁଝାରୀ, ଲବ ସୁନାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ଜନସାଧାରଣ ଯୋଗଦାନ କରିଥିଲେ। ଏହି ସମାବେଶ ଚାଲିଥିବା ବେଳେ ଏଥିରେ ଯୋଗ ଦେବାକୁ ବିଜେଡି ନେତ୍ରୀ ତଥା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର ଓ ବରଗଡ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଏକାସଙ୍ଗରେ ଆସି ସଭାମଞ୍ଚକୁ ଚଢ଼ିଥିଲେ। ସଭା ମଞ୍ଚକୁ ଚଢ଼ିବା ସମୟରେ ଜନସାଧାରଣ ବସିଥିବା ଗ୍ୟାଲେରିରୁ ଜୋରଦାର ନାରାବାଜି ଆରମ୍ଭ ହୋଇଥିଲା। କଳିଙ୍ଗ ନଗରରେ ଆଦିବାସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ଦଳର ନେତ୍ରୀନେତା ଏହି ସମାବେଶରେ ବସିବାକୁ ଯୋଗ୍ୟ ନୁହନ୍ତି ବୋଲି କହିଥିଲେ। ବିଜେଡିର ଏହି ନେତାନେତ୍ରୀମାନେ ସଭାମଞ୍ଚରେ ବସିଲେ ଲୋକେ ଉଠିଯିବେ ବୋଲି କହି ବିରୋଧ କରିଥିଲେ। ଶାସନ କ୍ଷମତାରେ ଥିଲା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା କଥା ନ କହି ଏବେ କାହିଁକି ଆସିଛ ବୋଲି କହି କିଛି ଲୋକ ସଭାରୁ ଉଠି ଯାଇଥିଲେ। ଏଭଳି ବିରୋଧ ଓ ନାରାବାଜି ଯୋଗୁ କିଛି ସମୟ ଧରି ମିଟିଂ ବନ୍ଦ ହୋଇଯାଇଥିଲା। ପରେ ସଭାମଞ୍ଚରୁ କେତେଜଣ ନେତୃସ୍ଥାନୀୟ ବ୍ୟକ୍ତି ଆସି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ସଭାରେ ବିଜେଡି ନେତ୍ରୀ ପୂର୍ବତନ ମନ୍ତ୍ରୀ ଛୁରିଆ ଆମେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଛୁ ଏବଂ ଲୋକଙ୍କ ଯାହାବି ଦାବି ରହିଛି ସେନେଇ ଆମ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ କହିବୁ ବୋଲି କହିଥିଲେ। ଅନ୍ୟ ନେତାନେତ୍ରୀମାନେ ମଧ୍ୟ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri