ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ ଯୋଗୁ ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରେ। ନିମ୍ନ ଘଟଣାଗୁଡ଼ିକୁ ଅନୁଧ୍ୟାନ କଲେ ତାହା ଜଣାପଡ଼ିବ। ଏକ ମିଳିତ ସରକାରରେ କିଛି ଚାପ ରହିଥାଏ। ଏହି ଚାପ ମଧ୍ୟରେ ସରକାର ବଞ୍ଚାଇ ରଖିବାକୁ ହେଲେ ସହଯୋଗୀ ଦଳକୁ ସାଥିରେ ନେଇ ବା ସନ୍ତୁଷ୍ଟ କରି କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏକଥା ସତ୍ୟ ଯେ, ଏହି ବ୍ୟବସ୍ଥାରେ କିଛି ଯୋଜନା କାର୍ଯ୍ୟକାରୀ ହୋଇପାରିବ କିଛି ହୋଇପାରିବ ନାହିଁ। କିନ୍ତୁ ମନମୁଖି କିଛି ହୋଇପାରିବ ନାହିଁ। ତୃତୀୟ ପାଳିର ଏନ୍‌ଡିଏ ସରକାର ଓ ପ୍ରଧାନମନ୍ତ୍ରୀ ଏବେ ଏକଥା ଅନୁଭବ କରିପାରୁଥିବେ।
ପ୍ରଥମତଃ ଦେଖିବା ଅଷ୍ଟାଦଶ ଲୋକ ସଭାର ପ୍ରଥମ ବଜେଟ ଅଧିବେଶନରେ କେନ୍ଦ୍ର ସରକାର ଅଗଷ୍ଟ ୨୨ରେ ସଂଶୋଧିତ ୱକଫ୍‌ ବିଲ୍‌ ଆଗତ କଲେ। ସଂଶୋଧିତ ବ୍ୟବସ୍ଥାରେ ୱକଫ୍‌ ବୋର୍ଡରେ ଅଣ-ମୁସଲିମ ସଦସ୍ୟ ରହିବାର ବ୍ୟବସ୍ଥା କରାଗଲା। ଏଥିସହ ବୋର୍ଡରେ ମହିଳା ସଦସ୍ୟ ରଖାଯିବାର ବ୍ୟବସ୍ଥା ମଧ୍ୟ ହେଲା। ତେବେ ସମ୍ପତ୍ତି ଅଧିକାର ବା ଅଧିଗ୍ରହଣ କ୍ଷମତା ୱକଫ୍‌ ବୋର୍ଡ ନିକଟରୁ ପ୍ରତ୍ୟାହାର କରିନିଆଯାଇଛି। କୌଣସି ସମ୍ପତ୍ତି ଯଦି ୱକଫ୍‌ ବୋର୍ଡ ଅଧିଗ୍ରହଣ କରେ ସମ୍ପୃକ୍ତ ସମ୍ପତ୍ତି ଅନୁଷ୍ଠାନର ବୋଲି ଜିଲାପାଳଙ୍କୁ ବୋର୍ଡ ହୃଦ୍‌ବୋଧ କରାଇବାର ଆବଶ୍ୟକତା ରହିଛି। ଅର୍ଥାତ୍‌ ସମ୍ପତ୍ତି ଅଧିଗ୍ରହଣ ସମ୍ପର୍କରେ ଜିଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ, ବୋର୍ଡର ନୁହେଁ। ୧୯୯୫ ୱକଫ୍‌ ଆଇନର ଏହି ସଂଶୋଧିତ ବିଲ୍‌କୁ ମୁସଲିମ ସମ୍ପ୍ରଦାୟ ତୀବ୍ର ବିରୋଧ କରିବା ସହ ବିରୋଧୀ ଦଳଗୁଡ଼ିକ ଏହାର ବିରୋଧ କରିଥିଲେ। ସରକାରୀ ଦଳ ଏନ୍‌ଡିଏର ସହଯୋଗୀ ତେଲୁଗୁ ଦେଶମ୍‌ ମଧ୍ୟ ଏହି ବିଲ୍‌କୁ ତରବରିଆ ଭାବେ ଉପସ୍ଥାପନ କରିବା ସପକ୍ଷରେ ରହିଲେ ନାହିଁ। ଫଳରେ ଅଧିକ ଅନୁଧ୍ୟାନ ଓ ତର୍ଜମା ପାଇଁ ବିଲ୍‌ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଗଲା। କିନ୍ତୁ ଯୁଗ୍ମ ସଂସଦୀୟ କମିଟି କେତେ ସମୟ ସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବେ ତାହା ଧାର୍ଯ୍ୟ କରାଯାଇ ନାହିଁ। ଅବଶ୍ୟ ଇତିମଧ୍ୟରେ ଯୁଗ୍ମ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ସର୍ବସାଧାରଣଙ୍କ ନିକଟରୁ ମତାମତ ଆହ୍ବାନ କରାଯାଇଛି। ସେହିପରି ନୂଆ ପ୍ରସାରଣ ସେବା (ନିୟନ୍ତ୍ରଣ) ବିଲ୍‌ – ୨୦୨୪ ଚିଠା ପ୍ରସ୍ତାବକୁ ମଧ୍ୟ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ବିଭିନ୍ନ ଗଣମାଧ୍ୟମ ସଂଗଠନ ପକ୍ଷରୁ ସମାଲୋଚନା କରାଯିବା ପରେ ସରକାର ପୁନର୍ବାର ସଂଶୋଧିତ ଚିଠା ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ସେହିପରି ଅଗଷ୍ଟ ୧୮ରେ ୟୁପିଏସ୍‌ସି ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ କରାଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଗଲା। ଏହାକୁ ଲାଟେରାଲ ଏଣ୍ଟ୍ରି ନିଯୁକ୍ତି କୁହାଗଲା। ଏହି ବିଜ୍ଞାପନ ଅନୁଯାୟୀ ୨୪ଟି ମନ୍ତ୍ରଣାଳୟରେ ୧୦ ଜଣ ଯୁଗ୍ମ ସଚିବ, ୩୫ ଉପସଚିବ ବା ନିର୍ଦ୍ଦେଶକ ପାହ୍ୟାର ଅଧିକାରୀ ସେପ୍ଟେମ୍ବର ୧୭ ସୁଦ୍ଧା ନିଯୁକ୍ତି ପାଇଥାନ୍ତେ। ବିରୋଧୀ ଦଳ ଓ ସରକାରୀ ଦଳର ସହଯୋଗୀ ଏହାର ପ୍ରତିବାଦ କରିବାରୁ ଦୁଇ ଦିନ ପରେ ଅଗଷ୍ଟ ୨୦ରେ ୟୁପିଏସ୍‌ସି ନିଜ ବିଜ୍ଞାପନ ପ୍ରତ୍ୟାହାର କରିନେଲେ। ପ୍ରତିବାଦର କାରଣ ଥିଲା ବିଜ୍ଞାପନରେ ସଂରକ୍ଷଣ ବ୍ୟବସ୍ଥା ରଖାଯାଇ ନ ଥିଲା। ଆବଶ୍ୟକ ଚିନ୍ତା କରା ନ ଯାଇ ଏହି ବିଜ୍ଞାପନ ପ୍ରକାଶ କରାଯାଇଥିଲା ବା କିଛି ଭିନ୍ନ ଉଦ୍ଦେଶ୍ୟରେ ଏହା ହୋଇଥିଲା। ସେହିପରି ଦୀର୍ଘମିଆଦୀ ସମ୍ପତ୍ତିରୁ ମିଳୁଥିବା ଲାଭାଂଶ ଉପରେ ଜାରି ଟିକସ ମଧ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ସ୍ପଷ୍ଟ ବହୁମତ ବଳରେ ୨୦୨୦ରେ କୃଷି ଓ କୃଷକଙ୍କ ଉନ୍ନତି ସଂକ୍ରାନ୍ତ ୩ଟି ବିଲ୍‌ ଲୋକ ସଭାରେ ସରକାର ଗୃହୀତ କରାଇ ଆଇନରେ ପରିଣତ କରିଦେଲେ। ଏହା ବିରୋଧରେ ଚାଷୀଙ୍କ ପ୍ରବଳ ଆନ୍ଦୋଳନ ହେବାରୁ ୨୦୨୧ ମସିହା ଡିସେମ୍ବର ମାସରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ଅବଶ୍ୟ ଏହି ଆଇନ କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ।
ବିରୋଧୀ ଦଳ ଅନୁପସ୍ଥିତିରେ ଏନ୍‌ଡିଏ ସରକାର ୨୦୨୦ ମସିହାରେ କୃଷି ଓ କୃଷକ କଲ୍ୟାଣ ସଂକ୍ରାନ୍ତ ବିଲ୍‌ ଗୃହୀତ କରାଇ ତତ୍କାଳ ଏହାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ କରାଇବା ଠିକ୍‌ ନ ଥିଲା। ସେତେବେଳେ ଲୋକ ସଭାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୩୦୩। ଅର୍ଥାତ୍‌ ଦଳର ସ୍ପଷ୍ଟ ବହୁମତ ରହିଥିଲା। କାହାରି ସହାୟତା ବ୍ୟତିରେକ ସରକାର ଚଳାଇବାର ଦମ୍ଭ ଭାଜପାର ରହିଥିଲା। ଏହି କୃଷି ବିଲ୍‌କୁ ବିରୋଧ କରି ସହଯୋଗୀ ଶିରୋମଣି ଅକାଳୀ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଏହାର ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଏହାକୁ ଖାତିର ନ କରି ବିଲ୍‌ ଗୃହୀତ କରାଇଥିଲେ। ତେବେ ଏହା ବିରୋଧରେ ଦୀର୍ଘ ଦିନ ଚାଷୀ ଆନ୍ଦୋଳନ ଚାଲିବାରୁ ପ୍ରତ୍ୟାହାର ବିଷୟ ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଅର୍ଥାତ୍‌ ଚାଷୀଙ୍କ ଆନ୍ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ।
ପୂର୍ବରୁ ଏନ୍‌ଡିଏ ସରକାର ବିରୋଧୀ ଦଳକୁ ଏକପ୍ରକାର ଅଣଦେଖା କରି ଚାଲିଥିଲେ। ଚଳିତ ଥର କିନ୍ତୁ ପରିସ୍ଥିତି ଭିନ୍ନ ରହିଛି। ଭାଜପାର ଆଉ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନାହିଁ। ୨୦୧୯ ମସିହା ଆସନ ସଂଖ୍ୟାରୁ ୬୩ଟି ଆସନ ହରାଇ ଗତ ନିର୍ବାଚନରେ ଦଳ ୨୪୦ଟି ଆସନରେ ବିଜୟୀ ହୋଇଛି। ଫଳରେ ଯେ କୌଣସ ସଂସଦୀୟ କାର୍ଯ୍ୟ ନିମନ୍ତେ ଦଳକୁ ସହଯୋଗୀ ଦଳ ଉପରେ ଅଧିକ ଭରସା କରିବା ପାଇଁ ପଡ଼ିବ, ଯାହା ଉପରୋକ୍ତ ଘଟଣାରୁ ଜଣାପଡ଼ଛି। ଲାଟେରାଲ ଏଣ୍ଟ୍ରି ବ୍ୟବସ୍ଥାକୁ ସହଯୋଗୀ ଲୋକ ଜନଶକ୍ତି ପାର୍ଟି ବିରୋଧ କରିଥିବାବେଳେ ୱକଫ୍‌ ବିଲ୍‌କୁ ସମର୍ଥନ ଦେବା ପାଇଁ ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ କୁଣ୍ଠା ପ୍ରକାଶ କରିଥିବା ଘଟଣାରୁ ଏହା ଜଣାପଡ଼ୁଛି।
୨୦୨୪ ନିର୍ବାଚନରେ ଭାଜପା ସ୍ପଷ୍ଟ ବହୁମତ ନ ପାଇବା ପରେ ନିର୍ବାଚନ ପ୍ରଚାରରେ ଶାଳୀନତା ଅଭାବ ରହିଥିବା ଓ ସେବକ ଅହଂକାରୀ ହେବା ଉଚିତ ନୁହେଁ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ କୁହାଯାଇଥିଲା। ତେବେ ଆର୍‌ଏସ୍‌ଏସ୍‌ ମତ ପରେ ସରକାରରେ ଯେଉଁ ପ୍ରଭାବ ଦେଖିବାକୁ ମିଳିଲା ତାହା ହେଲା ସରକାରୀ କର୍ମଚାରୀ ଏଣିକି ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ଅଂଶଗ୍ରହଣ ଦୀର୍ଘ ଦିନ ଧରି ନିଷେଧ ଥିଲା। ଏହି ନିଷେଧାଦେଶକୁ ପୂର୍ବ ଦୁଇ ଥର କ୍ଷମତାସୀନ ଥିବା ଏନ୍‌ଡିଏ ସରକାର ଉଠାଇ ନ ଥିଲେ। କିନ୍ତୁ ଚଳିତ ଥର ଏହାକୁ ଉଠାଇ ଦିଆଯାଇଛି। ବୋଧହୁଏ ଏଥର ସରକାର ଦୁର୍ବଳ ଥିବାରୁ ବିଭିନ୍ନ ଦଳ ବା ସଂଗଠନ ଉପରେ ନିର୍ଭରଶୀଳ ରହିବା ପାଇଁ ଉଦ୍ୟମ କରୁଛି। ଚଳିତ ବଜେଟ ଅଧିବେଶନରେ ବିରୋଧୀ ଦଳର ଯୁକ୍ତି ମଧ୍ୟ ବେଶ୍‌ ଶାଣିତ ଥିଲା। ଏଣୁ ଏତିକି କୁହାଯାଇପାରେ ଏବେ ସରକାର ସ୍ବେଚ୍ଛାଚାରୀ ଭାବେ ବିମୁଦ୍ରୀକରଣ ବା କୋଭିଡ୍‌ ପରିପ୍ରେକ୍ଷୀରେ ତାଲାବନ୍ଦ ପରି ନିଷ୍ପତ୍ତି ନେଇ ପାରିବେ ନାହିଁ। ଗଣତନ୍ତ୍ରରେ ଭାଗୀଦାର ସମସ୍ତ ପକ୍ଷଙ୍କ ମତକୁ ବିଚାରକୁ ନେଇ ନୀତିଗତ ନିଷ୍ପତ୍ତି ନେବେ। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri