ତେଜିଲା ବିରୋଧୀ ସ୍ବର: ଆଜି ବାଲେଶ୍ୱର ବନ୍ଦ

ଭୁବନେଶ୍ୱର,୧୬ା୭(ସୁନିତ୍‌ ମିଶ୍ର/ରବିନାରାୟଣ ଜେନା):ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଛାତ୍ରୀ ଆଖି ବୁଜି ଦେଇଥିବା ଘୋଷଣା କରାଯିବା ପରଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି। ସରକାରୀ ଉଦାସୀନତାର ପ୍ରତିବାଦରେ ଜୁଲାଇ ୧୭ରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଇଁ କଂଗ୍ରେସ ଡାକରା ଦେଇଛି। ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ନେତୃତ୍ୱରେ ବାମପନ୍ଥୀଙ୍କ ସମେତ ୮ ବିରୋଧୀ ଦଳ ବନ୍ଦରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ବୁଧବାର ଲୋକସେବା ଭବନ ଘେରାଯିବା ସହ ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯିବ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ମୃତ୍ୟୁ ଭାଜପାର ସିଷ୍ଟମ୍‌ ଦ୍ୱାରା କରାଯାଇଥିବା ଏକ ସଙ୍ଗଠିତ ହତ୍ୟା ରୂପେ ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏକ ବିଫଳ ବ୍ୟବସ୍ଥା ଯୋଗୁ ଛାତ୍ରୀଙ୍କ ଜୀବନ ଚାଲିଗଲା। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri