ଜଳପ୍ରପାତରେ ପ୍ରବଳ ସ୍ରୋତ: ପର୍ଯ୍ୟଟକଙ୍କୁ ଯିବା ମନା

ଗଜପତି,୦୬।୧୦(ଗିରିଧାରୀ ପରିଛା): ଲଗାଣ ବର୍ଷା ଯୋଗୁ ଜଳପ୍ରପାତ ଗୁଡ଼ିକରେ ପ୍ରବଳ ବର୍ଷାଜଳର ସ୍ରୋତ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି। ଗଜପତି ଜିଲା ପ୍ରଶାସନ ଦ୍ୱାରା ଜିଲାର ଜଳପ୍ରପାତ ଅଞ୍ଚଳକୁ କାହାରିକୁ ପ୍ରବେଶ ନିଷେଧ କରାଯାଇଛି। ଏ ସମ୍ପର୍କରେ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ଜିଲାର ସମସ୍ତ ବିଡିଓଙ୍କୁ ଚିଠି କରିଛନ୍ତି ପର୍ଯ୍ୟଟନ ଅଧିକାରୀ।

ଜିଲାରେ ଥିବା ବିଭିନ୍ନ ଜଳପ୍ରପାତ ଯଥା ଗଣ୍ଡା ହାତୀ ଜଳପ୍ରପାତ, ମାଙ୍କଡଡିଆଁ ଜଳ ପ୍ରପାତ, ଖସଡ଼ା ଜଳପ୍ରପାତ,ଗୁଦୁଗୁଦା ଜଳପ୍ରପାତକୁ ପର୍ଯ୍ୟଟକ ଯିବା ପାଇଁ ମନା। କାରଣ ଲଗାଣ ବର୍ଷାଯୋଗୁ ପାହାଡ଼ ପର୍ବତ ଘେରା ଗଜପତି ଜିଲାରେ ବିଭିନ୍ନ ନାଳରେ ବର୍ଷା ଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେବାସହ ପାହାଡିଆ ଜମିଗୁଡିକରେ ଏବେଭି ବର୍ଷାଜଳ ଠିଆ ହୋଇରହିଛି। ଯାହା ଫଳରେ ସମସ୍ତ ଚିରସ୍ରୋତା ଝରଣା ଗୁଡିକରେ ପ୍ରବଳ ଜଳ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ବର୍ଷା ଜଳସ୍ରୋତର ପ୍ରଭାବରେ ଭୂସ୍ଖଳନ ହେବା ସହ ପଥର ଧସିହୋଇଜିବା ଦେଖା ଦେଇଛି। ତେଣୁ ଜଳପ୍ରପାତ ଗୁଡ଼ିକରେ ଜଳର ସ୍ରୋତ ଅଧିକ ଥିବା ଯୋଗୁ କିଛି ଅମାନିଆ ପର୍ଯ୍ୟଟକ କାଳେ ଝରଣା ଦେଖି ବେକାବୁ ହୋଇ ଯାଇ କୌଣସି ଅଘଟଣ ହୋଇପାରେ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ବର୍ତ୍ତମାନ ପିକନିକର ଋତୁ ଆରମ୍ଭ ହେବା ପୂର୍ବରୁ ଏଭଳି ପ୍ରାକୃତି ନିଜ ତାଣ୍ଡବ ରଚିଥିବା ହେତୁ ପର୍ଯ୍ୟଟକଙ୍କୁ ନିରାଶ କରିଛି । ଅନେକ ପର୍ଯ୍ୟଟକ ଜିଲାରେ ରହିଥିବା ଅନେକ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ନିରାଶ ହୋଇ ଫେରୁଛନ୍ତି । ସମସ୍ତେ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ପାହାଡ଼ ଜଙ୍ଗଳଘେରା ଅଞ୍ଚଳ ବୁଲି ପ୍ରକୃତିକୁ ଅନୁଭବ କରିବା ପାଇଁ ଚାହୁଁଛନ୍ତି। ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ଗଜପତି ଜିଲାରେ ଯେଭଳି ଲଗାଣ ବର୍ଷା ସ୍ଥାନେ ସ୍ଥାନେ ତାଣ୍ଡବ ରଚିଛି । ଏଭଳି ସ୍ଥିତିରେ ପ୍ରଶାସନ କୌଣସି ଅଡ଼ୁଆ ପରିସ୍ଥିତିକୁ ସାମ୍ନା କରିବାକୁ ଚାହୁଁନି ଗଜପତି ପ୍ରଶାସନ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri