୨ ଭଉଣୀଙ୍କୁ ଉଲଗ୍ନ କରି ମାଡ଼: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଯାଜପୁର/ଜେନାପୁର/ଚଢେଇଧରା (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ/ଦିଲୀପ ପରିଡ଼ା),୧୩ା୮ :ଆଧୁନିକ ଜ୍ଞାନକୌଶଳ ବଳରେ ମଣିଷ ଆଗକୁ ଅଗ୍ରସର ହେଉଛି ା ହେଲେ ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡି ଓ ପ୍ରେତାମତ୍ା ପରି ଅନ୍ଧବିଶ୍ୱାସ କେତେଜଣ ଲୋକଙ୍କ ମନରେ ବସାବାନ୍ଧି ରହିଛିା ଏହି ଅନ୍ଧବିଶ୍ୱାସ ଭିତରେ ପେଷି ହୋଇ ବିଗତ ଦିନରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ନଜିର ରହିଛି ା ଏହି ରୁଗ୍‌ଣ ମାନସିକତା ଓ ଅନ୍ଧବିଶ୍ୱାସ ଯୋଗୁ ଗୁଣିଗାରେଡ଼ିରେ ଲିପ୍ତ ଲୋକମାନେ ଆକ୍ରୋଶର ଶିକାର ହେଉଛନ୍ତି ା ଏଭଳି ଏକ ଘଟଣା ଯାଜପୁର ଜିଲା ଜେନାପୁର ଥାନା ପନ୍ତୁରି ଗ୍ରାମରେ ଦେଖିବାକୁ ମିଳିଛି।
ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରି ଗ୍ରାମରେ ମଙ୍ଗଳବାର ସକାଳେ ଠାକୁରାଣୀ ଲାଗିବା ନାଁରେ ଦୁଇ ଭଉଣୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗକୁ ଆଧାର କରି ଜେନାପୁର ଥାନା ପୋଲିସ ୨ ମହିଳା କାଳିଶିଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏନେଇ ଜେନାପୁର ଥାନାରେ ଏକ ମାମଲା(ନଂ.୨୮୫/୨୦୨୫)ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ପନ୍ତୁରି ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ବଡ଼ ଝିଅ ଜ୍ୟୋତି (୨୧) ଓ ତାଙ୍କ ନାବାଳିକା ଭଉଣୀ(୧୬) ଅସୁସ୍ଥ ଥିବାରୁ ସେମାନଙ୍କୁ କଟକ ମେଡିକାଲ ନିଆଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ଉଭୟେ ଘରକୁ ଫେରିଥିଲେ। ସୋମବାର ରାତିରେ ଜ୍ୟୋତି କୌଣସି କାରଣରୁ ଚିତ୍କାର କରିଥିଲେ। ଏହାପରେ ପରିବାର ଲୋକେ ୨ ଝିଅଙ୍କୁ ସେହି ଗ୍ରାମର କାଳିଶି ଗେଡି ଦେହୁରୀ(୪୫) ଏବଂ ତୁଳସୀ ମହାକୁଡ଼(୨୬)ଙ୍କ ପାଖକୁ ନେଇଯାଇଥିଲେ। ସେଠାରେ ଉଭୟ ଭଉଣୀଙ୍କୁ ବସାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୨ ଜଣ କାଳିଶି ଜ୍ୟୋତି ଓ ତାଙ୍କ ସାନ ଭଉଣୀଙ୍କୁ ଉଲଗ୍ନ କରିଥିଲେ । ଜ୍ୟୋତିଙ୍କ ପାଟିରେ ବେତ ପୂରାଇ ଗାଁ ରାସ୍ତାରେ ବୁଲାଇ ପିଟିଥିଲେ। ଏହା ପରେ ନାବାଳିକା ଭଉଣୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଜ୍ୟୋତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଭଉଣୀଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଜେନାପୁର ପୋଲିସ ପହଞ୍ଚି କାଳିଶି ଗେଡି ଓ ତାଙ୍କ ସ୍ବାମୀ ସୁବାସ ଦେହୁରୀ, ପୂଜକ ବ୍ରହ୍ମବରଦା ଅଞ୍ଚଳର ଅଭିମନ୍ୟୁ ଓଝା ଓ ତୁଳସୀଙ୍କୁ ଥାନାରେ ଅଟକ ରଖାଯାଇଛି। ଏନେଇ ଥାନାଧିକାରିଣୀ ନିରୁପମା ଜେନା କହିଛନ୍ତି, ଏହି ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି। ଆବଶ୍ୟକ ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।