ଉଲଗ୍ନ କରି ଚଲାଇଥିଲେ

ଭୁବନେଶ୍ୱର,୨୮ା।୯(ବ୍ୟୁରୋ) ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ପ୍ରତିଦିନ କିପରି ନିର୍ଯାତନା ଦେଇଆସୁଛି ସେନେଇ ୨୬ ତାରିଖ ରବିବାର ଧରିତ୍ରୀରେ ‘ଲୋଭ ଦେଖାଇ ଲୁଟିନେଲା’ ଶୀର୍ଷକ ଖବର ମାଧ୍ୟମରେ ଯାହା ଜଣାଇଛୁ ତାହା ଆରମ୍ଭ ମାତ୍ର। ହାଡ଼ିଗୁଡ଼ା ପଞ୍ଚାୟତର ଡିମିଣ୍ଡି ଗ୍ରାମବାସୀଙ୍କ ଘଟଣା ଭଳି ଶହଶହ ସମସ୍ୟା ଏବଂ ଗରିବଙ୍କୁ ନିର୍ଯାତନା ମିଳିବା କାହାଣୀ କମ୍ପାନୀ ଚାରିପାଖରେ ଭରି ରହିଛି। ସେସବୁ ବିଷୟରେ ଧରିତ୍ରୀ ତରଫରୁ ସଂଗ୍ରହ ହୋଇଥିବା ବିଶେଷ ରିପୋର୍ଟ ସାଙ୍ଗକୁ ଭିଡିଓ ମଧ୍ୟ ପ୍ରସ୍ତୁତ କରି ଆଣିଛୁ।
ଉତ୍କଳ ଆଲୁମିନା କମ୍ପାନୀ ଟିକିରି ଅଞ୍ଚଳରେ ସବୁ ପ୍ରକାର ବ୍ୟବସାୟିକ ଚେର ଲମ୍ବାଇ ଦେଇ ଉପଭୋଗ କରିଚାଲିଛି। କମ୍ପାନୀର ଏହିସବୁ ଷଡ଼ଯନ୍ତ୍ର ଯେପରି ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର ନ ହେବ ସେଥିଲାଗି ସେମାନେ ବିଭିନ୍ନ ଉପାୟରେ ପ୍ରଶାନିକ ଅଧିକାରୀ ଓ ରାଜନୈତିକ ଲୋକଙ୍କୁ ସନ୍ତୁଷ୍ଟ କରି ରଖିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେହି ଅଞ୍ଚଳକୁ କୌଣସି ଖବରକାଗଜଟିଏ ମଧ୍ୟ ଯାଉନାହିଁ। ଏପରିକି ସେଠାରେ ଖବର ସଂଗ୍ରହ କରିବା ସମୟରେ ଓଡ଼ିଶାରେ ପ୍ରକାଶ ପାଉଥିବା କେତେକ ଆଗଧାଡ଼ିର ଖବରକାଗଜ ଏପରିକି ଧରିତ୍ରୀରେ ଗତ ମାସେ ମଧ୍ୟରେ ଟିକିରି ଅଞ୍ଚଳର କ’ଣ ସବୁ ଖବର ପ୍ରକାଶ ପାଉଛି ବୋଲି ଖୋଜୁଥିଲୁ। ହେଲେ କୌଣସିଥିରେ ଟିକିରି ଅଞ୍ଚଳର ଗୋଟିଏ ହେଲେ ଖବର ମିଳିଲା ନାହିଁ। ଏଥିରୁ କମ୍ପାନୀ ଚାରିପାଖରେ ନିର୍ଯାତିତ ଅବସ୍ଥାରେ ଥିବା ଲୋକଙ୍କ କଥା ଦବାଇଦେବାକୁ କେଉଁ ପ୍ରକାର ସଲାସୁତୁରା ଚାଲିଛି ତାହା ବୁଝାପଡୁଛି। ଶୁଣିବାକୁ ମିଳୁଛି ଅନେକ ସାମ୍ବାଦିକଙ୍କ ଭ୍ରାତା ଓ ଅନ୍ୟ ପରିବାରବର୍ଗଙ୍କୁ କମ୍ପାନୀ ଚାକିରି ଦେଇ ରଖିଛି। ସେଥିପାଇଁ ସବୁ ସାମ୍ବାଦିକ ନୀରବ! ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯେ କେବଳ ଟଙ୍କା ଲୋଭରେ ଏପରି କରୁଥିବେ ତାହା ଠିକ୍‌ କାରଣ ହୋଇ ନ ପାରେ। କମ୍ପାନୀ ଯେଉଁଭଳି ସେହି ସ୍ଥାନଗୁଡ଼ିକୁ ନିଜ ଅକ୍ତିଆରରେ ରଖିଛି ଜଣେ ଖବରଦାତା ସେଠାରେ ବସବାସ କରି ବୋଧହୁଏ ଉତ୍କଳ ଆଲୁମିନା କମ୍ପାନୀ ବିରୋଧରେ ଖବର ପ୍ରକାଶ କଲେ ନିଜକୁ ସୁରକ୍ଷିତ ରଖିପାରିବ ନାହିଁ ବୋଲି ମନେକରି ଏଭଳି କରୁଥାଇପାରନ୍ତି।

ଆମେ ଚଳିତ ମାସ ୨୧ ତାରିଖରେ ପ୍ରଥମେ ନୂଆପଡ଼ା ବଜାରଠାରେ ପହଞ୍ଚିଥିଲୁ। ଟିକିରି ବଜାରଠାରୁ ନୂଆପଡ଼ା ମାତ୍ର ୧୨ କି.ମି. ଦୂର ହେବ। ଟିକିରି ନିକଟସ୍ଥ ଉଷାପଡ଼ାଠାରେ ଥିବା ଏକ ଲଜିଂରେ ରହିବା ବେଳେ ସେଠାରେ ମଧ୍ୟ ଖବରକାଗଜ ପଢ଼ିବା ପାଇଁ ଖୋଜିଥିଲୁ। ହେଲେ ଯେହେତୁ ସେଠାରେ ରହୁଥିବା ଲୋକ ସମସ୍ତେ କମ୍ପାନୀର ଏବଂ ସେମାନେ ଅଧିକାଂଶ ଅଣଓଡ଼ିଆ ସେଥିଲାଗି ଖବରକାଗଜ ରଖାଯାଉ ନ ଥିବା ହୋଟେଲ କର୍ମଚାରୀ କହିଥିଲେ। ପ୍ରଥମ ଥର ଲାଗି କେହି ଜଣେ ଏଠାରେ ଖବରକାଗଜ ମାଗିଲେ ବୋଲି ମଧ୍ୟ କର୍ମଚାରୀ ଜଣକ ଉତ୍ତର ଦେଇଥିଲେ। ଆଉ କହିଥିଲେ, ଟିକିରିର ଯୁଆଡେ ଲଜିଂ କି ହୋଟେଲ ଦେଖିବେ ସବୁଠି ଉତ୍କଳ କମ୍ପାନୀ କର୍ମଚାରୀ, ଯେଉଁମାନେ ବାହାରୁ ଆସି ଅଛନ୍ତି। ଏଠାରେ ଘରଭଡ଼ା ମଧ୍ୟ ସେମାନେ ନେଇଛନ୍ତି। ତେଣୁ ଲଜିଂ, ରୁମ୍‌ କେତେବେଳେ ଖାଲିପଡେ ନାହିଁ। ଯେଉଁମାନେ ହୋଟେଲ କିମ୍ବା ଲଜିଂ କରିଛନ୍ତି ସେମାନେ ପ୍ରାୟତଃ ବାହାରୁ ଆସି ବ୍ୟବସାୟ କରୁଥିବା ବେଳେ ଆଉ କେତେଜଣ ରାଜନେତା ଅଟନ୍ତି। ସ୍ଥାନୀୟ ଲୋକଙ୍କର ଏଠାରେ କିଛି ସ୍ଥିତି ନାହିଁ ବୋଲି ସେ କହିଛନ୍ତି।

ନୂଆପଡ଼ା ବଜାରଠାରେ ଓହ୍ଲାଇବା ପରେ ରାସ୍ତା ଉପରେ ଉତ୍କଳ ଆଲୁମିନା କମ୍ପାନୀର ଏକ ହସ୍ପିଟାଲ ପଡ଼ିବ। ସେଠାରେ ଓହ୍ଲାଇ ହସ୍ପିଟାଲ ପାଚେରି ସମ୍ମୁଖରେ ଅର୍ଥାତ୍‌ ରାସ୍ତାର ଅପରପାର୍ଶ୍ୱରେ ଥିବା ଫେଲିକ୍ସ ବେହେରାଙ୍କ ପାଖରେ ପହଞ୍ଚିଥିଲୁ। ସେ ସେଠାରେ ଗୋଟିଏ ଛୋଟିଆ ଦରଜୀ ଦୋକାନ କରିଛନ୍ତି। ତାଙ୍କ ପାଖରେ ବସିପଡ଼ି ସୁବିଧା ଅସୁବିଧା ବିଷୟରେ ପଚାରିବା ପରେ ପରିଚୟ ରଖିବା ସହ ଆମ ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଏହାପରେ କମ୍ପାନୀ ହେବାପରେ କ’ଣ ସବୁ ସୁବିଧା ମିଳିଛି ବୋଲି ପଚାରିବାରୁ ସେ କହିଛନ୍ତି, ଏ ପର୍ଯ୍ୟନ୍ତ କିଛି ମିଳିନାହିଁ କି ଆଗକୁ ମଧ୍ୟ ମିଳିବନି। କମ୍ପାନୀ ଆପଣଙ୍କ ଜମି ନେଇଛି କି, ଯାହାସବୁ ସୁବିଧା ମିଳିବା କଥା ମିଳିଛି ନା ନାହିଁ ପଚାରିବାରୁ ସେ କହିଛନ୍ତି, କମ୍ପାନୀ ହେବାପରେ କିଛି ପାଇନାହୁଁ। କେବଳ ୪୪ ସେଣ୍ଟ ଜମିର ଟଙ୍କା ମିଳିଛି। ପ୍ରତାରଣା କରିବାଟା ସମସ୍ତେ କରିବେ। କମ୍ପାନୀ ଯଦି କହିବା ଅନୁଯାୟୀ ଚାକିରି ଦେଇଥାଆନ୍ତା ତେବେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଏକ ଜମିକୁ ନେଇ ମାମଲା ଚାଲି ନ ଥାଆନ୍ତା।

ସେ ଆହୁରି କହିଛନ୍ତି, ମୋର ଦୋକାନ ଥିବା ପଟ୍ଟାଜମି ନେବାକୁ ମଧ୍ୟ କମ୍ପାନୀ ଚେଷ୍ଟା କରୁଛି। ଡାକ୍ତରଖାନା ପାଚେରି ସମ୍ମୁଖରେ ଥିବା ତାଙ୍କ ଜମିକୁ ଦେଖାଇ ସେ କହିଛନ୍ତି, ଡ୍ରେନ୍‌ଠାରୁ ହାତେ ଦି ହାତେ ରାସ୍ତା ଆଡ଼କୁ ତାଙ୍କର ପଟ୍ଟାଜମି ଅଛି। କିନ୍ତୁ ଏସବୁ ଉତ୍କଳ କମ୍ପାନୀ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। ତହସିଲଦାର ଆସିଲେ ବାଉଣ୍ଡାରି ଆଡ଼କୁ ଚେନ ପକେଇ ଦେଉଛନ୍ତି ଆଉ ଯେମିତି ଭୁତାଉଛନ୍ତି ତାହା ଜଣାପଡୁଛି। ସେପ୍ଟେମ୍ବର ୩ ତାରିଖରେ ତହସିଲଦାର ହାଇକୋର୍ଟଙ୍କ ନୋଟିସ ପାଇ ଜମି ମାପିବାକୁ ଆସିଥିଲେ। ଜମି ଯେମିତି ଅଛି ସେମିତି ମାପିଲେ ସିନା ହେବ। ସେମିତି ନ ମାପି କମ୍ପାନୀ ପାଖକୁ ଯାଇ ମୁଣାରେ ଟଙ୍କା ଭର୍ତ୍ତିକରି ଆସି ମାପିଲେ ଯାହା ସାଧାରଣ ଲୋକଙ୍କ ଅବସ୍ଥା ହେବ ତାହା ମୋର ହେଉଛି। ଏହା ହେଉଛି କମ୍ପାନୀ ଏବଂ ଆମ ପ୍ରଶାସକଙ୍କ କଥା। ପ୍ରଶାସକମାନେ ସବୁକିଛି ଜାଣୁଛନ୍ତି। ତହସିଲଦାର ଜାଣୁନାହାନ୍ତି
କି ଜମି କୋଉଠି ଅଛି। ୧୬ ବର୍ଷ ହେଲା ଆମ ଜମିରେ ଆମେ କିଛି କରିପାରୁ ନାହିଁ। ୫ରୁ ୭ ବର୍ଷ ହେଲା ଥାନା, ଜିଲାପାଳ ଅଫିସ, ତହସିଲ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ସମୟ ପଳାଇଲା। ଏହା ଭିତରେ ୩ ଥର ବାଉଣ୍ଡାରି ସେମାନେ କଲାବେଳେ ଭାଙ୍ଗିଛୁ। ଏହାପରେ କମ୍ପାନୀ ରାତାରାତି ବାଉଣ୍ଡାରି କରିଛି। ଆଉ ଯେତେବେଳେ ଭାଙ୍ଗିବାକୁ ଗଲୁ ଉଲଗ୍ନ କରି ରାସ୍ତାରେ ଚଲେଇକି ନେଲେ। ଥାନାରେ ରିପୋର୍ଟ ଦେବାପରେ ଯିଏ ଇଞ୍ଜିନିୟର ଥିଲେ ଆଟ୍ରୋସିଟି ମାମଲା ଲାଗିବା ଭୟରେ ପଳାଇଗଲେ ବୋଲି ଫେଲିକ୍ସ ଦୁଃଖର ସହ ନିଜ କଥା ବର୍ଣ୍ଣନା କରୁଥାଆନ୍ତି। ନିଜ କଥା ସାରିବା ପରେ ସେ ଆମକୁ ଡିମିଣ୍ଡି, ବାଗିରଝୋଲା, କୁଚେଇପଦର ଏବଂ ଡି କରଲ ଗାଁକୁ ଗଲେ କମ୍ପାନୀ ଓ ଅଫିସରଙ୍କ ଜୁଲମର ବହୁ ଚିତ୍ର ଦେଖିବାକୁ ମିଳିବ ବୋଲି କହି ରାସ୍ତା ଦେଖାଇଥିଲେ। ଆଉ ଏହାପରେ ଆମେ ଡିମିଣ୍ଡି ଏବଂ ସେଠାରୁ ବାଗିରଝୋଲା, କୁଚିପଦର, ଡି କରଲ ଗାଁକୁ ଯାଇ ଯାହା ଦେଖିଲୁ ତାହା ବର୍ଣ୍ଣନାକଲେ ଆଖିକୁ ଲୁହ ଆସିଯାଉଛି। ବାହାରୁ କିଏ ଯାଇ ପହଞ୍ଚିଲେ ଲୋକମାନେ ନିଜ ନାଁ ଲେଖିବାକୁ କହି ଖଣ୍ଡେ ଘର, ରାଶନକାର୍ଡ ଏବଂ ଭତ୍ତା ବ୍ୟବସ୍ଥା କରାଇଦେବାକୁ ଆକୁଳ ବିନତି କରୁଛନ୍ତି। କିଏ ଆସିଛି, କାହିଁକି ଆସିଛି ସେମାନେ କିଛି ବୁଝନ୍ତିନାହିଁ। ଏହି ଗାଁରୁ ମଧ୍ୟ ଜମି ନେଇଯାଇ ଉତ୍କଳ କମ୍ପାନୀ ୧୬ ବର୍ଷ ହେଲା କାହାକୁ ଟଙ୍କା ଦେଇନାହିଁ ତ ଆଉ କେହି ଜାଣିବା ପୂର୍ବରୁ ସେମାନଙ୍କ ଜମି ନିଜ ନାଁରେ ରେକର୍ଡ କରାଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri