ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୪୯ଜଣ ଆଣ୍ଟେନାଣ୍ଟ,୨ଜଣ ଲିପ୍ଟ ଅପରେଟର,୨ଅକ୍ସିଜେନ ପ୍ଲାଣ୍ଟ ଅପରେଟର,୬ଜଣ ହେଲପ ଡେକ୍ସ ମ୍ୟାନେଜର, ଜଣେ ଗାର୍ଡେନର,୩ ଜଣ ଏମ୍‌ଏସ୍‌ କେୟାର ସିକ୍ୟୁରିଟି ଆଲିଡ ସର୍ଭିସ ଏଜେନ୍ସି ମାଧ୍ୟମରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିଆସୁଛନ୍ତି। ବିଗତ କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ରେଗୁଲାର ଭାବେ ୨/୩ମାସ ଦରମା ନ ପାଇ ଜୀବନକୁ ବାଜି ଲଗେଇ ବିଭିନ୍ନ ସମସ୍ୟା ମଧ୍ୟରେ କାର୍ଯ୍ୟ କରିଥିଲେ। ଏବେ ମେଡିକାଲ କଲେଜ ହସ୍ପିଟାଲ ତଥା ଜିଲା ଡାକ୍ତରଖାନାରେ ଅଧିକ କର୍ମଚାରୀର ଆବଶ୍ୟକ ରହିଥିବା ଏବଂ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯାଉ ଥିବାରୁ ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି ରଖିଛନ୍ତି। ତେବେ ଏବେ ଗତ ୧୫ା୧୧ା୨୦୨୨ ଏବଂ ୯ା୦୨ା୨୦୨୩ଠାରୁ ପୁରାତନ ସଂସ୍ଥା ଏମ୍‌ଏସ୍‌ କେୟାର ସିକ୍ୟୁରିଟି ସଂସ୍ଥାର ଚୁକ୍ତିନାମା ଅବଧି ସରିଯାଇଛି। ବର୍ତ୍ତମାନ ଟେଣ୍ଡର ପାଇଥିବା ଲ୍ୟାଣ୍ତକ ସର୍ଭିସ ୧୫ା୦୨ା୨୦୨୩ ତାରିଖ ଠିକା କର୍ମଚାରୀଙ୍କ ସାର୍ଟିଫିକେଟ ଭେରିଫିକେସନ,ବ୍ୟାଙ୍କ ବୋର୍ଡ ଏଗ୍ରିମେଣ୍ଟ ଆଦି କରି ନେଇଥିଲା। ମାତ୍ର ଏହି କର୍ମଚାରୀମାନଙ୍କ ନାମ ସଂସ୍ଥାରେ ନ ଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି।୨ମାସରୁ ୪ମାସ ହେବ ବିଭିନ୍ନ ବିଭାଗରେ ସମସ୍ତେ କାର୍ଯ୍ୟ କରିଆସୁଛନ୍ତି। ହେଲେ ବକେୟା ଦରମା ମିଳିପାରିନାହିଁ ବୋଲି ଅଭିଯୋଗ ହୋଇଛି। ସ୍ବଳ୍ପ ଦରମାରେ ଚାକିରି କରିଆସୁଥିବା ବେଳେ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟକର ହୋଇପଡୁଛି। ଏଣୁ ଅଫ୍‌ ରିଲିଭର ଏବଂ ୨୧ବର୍ଷ ବୟସସୀମାରେ ଥିବା ଯେଉଁମାନଙ୍କୁ ଛଟେଇ କରିଛନ୍ତି ପୁନଃ ନିଯୁକ୍ତି ଦାବିରେ ବିଶ୍ବଜିତ ବାରିକ,ଦେବାଶିଷ ସାହୁ,ଚନ୍ଦନ କୁମାର ଲୋହାର,ଚିନ୍ମୟ କୁମାର ସାହୁଙ୍କ ସମେତ ବହୁ ଠିକା କର୍ମଚାରୀଗଣ ସିଡିଏମ୍‌ଓ ଡକ୍ଟର କେ.ସି. ପୃଷ୍ଟିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri