ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୪୯ଜଣ ଆଣ୍ଟେନାଣ୍ଟ,୨ଜଣ ଲିପ୍ଟ ଅପରେଟର,୨ଅକ୍ସିଜେନ ପ୍ଲାଣ୍ଟ ଅପରେଟର,୬ଜଣ ହେଲପ ଡେକ୍ସ ମ୍ୟାନେଜର, ଜଣେ ଗାର୍ଡେନର,୩ ଜଣ ଏମ୍‌ଏସ୍‌ କେୟାର ସିକ୍ୟୁରିଟି ଆଲିଡ ସର୍ଭିସ ଏଜେନ୍ସି ମାଧ୍ୟମରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିଆସୁଛନ୍ତି। ବିଗତ କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ରେଗୁଲାର ଭାବେ ୨/୩ମାସ ଦରମା ନ ପାଇ ଜୀବନକୁ ବାଜି ଲଗେଇ ବିଭିନ୍ନ ସମସ୍ୟା ମଧ୍ୟରେ କାର୍ଯ୍ୟ କରିଥିଲେ। ଏବେ ମେଡିକାଲ କଲେଜ ହସ୍ପିଟାଲ ତଥା ଜିଲା ଡାକ୍ତରଖାନାରେ ଅଧିକ କର୍ମଚାରୀର ଆବଶ୍ୟକ ରହିଥିବା ଏବଂ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯାଉ ଥିବାରୁ ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି ରଖିଛନ୍ତି। ତେବେ ଏବେ ଗତ ୧୫ା୧୧ା୨୦୨୨ ଏବଂ ୯ା୦୨ା୨୦୨୩ଠାରୁ ପୁରାତନ ସଂସ୍ଥା ଏମ୍‌ଏସ୍‌ କେୟାର ସିକ୍ୟୁରିଟି ସଂସ୍ଥାର ଚୁକ୍ତିନାମା ଅବଧି ସରିଯାଇଛି। ବର୍ତ୍ତମାନ ଟେଣ୍ଡର ପାଇଥିବା ଲ୍ୟାଣ୍ତକ ସର୍ଭିସ ୧୫ା୦୨ା୨୦୨୩ ତାରିଖ ଠିକା କର୍ମଚାରୀଙ୍କ ସାର୍ଟିଫିକେଟ ଭେରିଫିକେସନ,ବ୍ୟାଙ୍କ ବୋର୍ଡ ଏଗ୍ରିମେଣ୍ଟ ଆଦି କରି ନେଇଥିଲା। ମାତ୍ର ଏହି କର୍ମଚାରୀମାନଙ୍କ ନାମ ସଂସ୍ଥାରେ ନ ଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି।୨ମାସରୁ ୪ମାସ ହେବ ବିଭିନ୍ନ ବିଭାଗରେ ସମସ୍ତେ କାର୍ଯ୍ୟ କରିଆସୁଛନ୍ତି। ହେଲେ ବକେୟା ଦରମା ମିଳିପାରିନାହିଁ ବୋଲି ଅଭିଯୋଗ ହୋଇଛି। ସ୍ବଳ୍ପ ଦରମାରେ ଚାକିରି କରିଆସୁଥିବା ବେଳେ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟକର ହୋଇପଡୁଛି। ଏଣୁ ଅଫ୍‌ ରିଲିଭର ଏବଂ ୨୧ବର୍ଷ ବୟସସୀମାରେ ଥିବା ଯେଉଁମାନଙ୍କୁ ଛଟେଇ କରିଛନ୍ତି ପୁନଃ ନିଯୁକ୍ତି ଦାବିରେ ବିଶ୍ବଜିତ ବାରିକ,ଦେବାଶିଷ ସାହୁ,ଚନ୍ଦନ କୁମାର ଲୋହାର,ଚିନ୍ମୟ କୁମାର ସାହୁଙ୍କ ସମେତ ବହୁ ଠିକା କର୍ମଚାରୀଗଣ ସିଡିଏମ୍‌ଓ ଡକ୍ଟର କେ.ସି. ପୃଷ୍ଟିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri