ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ ପ୍ରଭାବ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ଖୋଲା ଥିବାବେଳେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ରହିଛି। ସମସ୍ତ ପ୍ରାଥମିକ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବା, ମଣ୍ଡିରେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବା, ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାଁରେ ଯାନବାହନ ଚଳାଉଥିବା ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ ବନ୍ଦ କରାଯିବା, ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ବିଦ୍ୟୁତ ଗ୍ରାହକଙ୍କଠାରୁ ଜୁଲୁମ ବନ୍ଦ କରାଯିବା ପ୍ରଭୃତି ଅନ୍ୟାନ୍ୟ ଦାବିରେ ରାଜ୍ୟ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦ ପାଳନକୁ ରାଜ୍ୟ କଂଗ୍ରେସ କମିଟି ସମର୍ଥନ କରିଥିଲେ ମଧ୍ୟ ସ୍ଥାନୀୟ କଂଗ୍ରେସ ସଙ୍ଗଠନ ବନ୍ଦ ପାଳନରେ ସାମିଲ ନ ଥିଲେ। ଦିଗପହଣ୍ଡି ଅଞ୍ଚଳରେ ନବ ନିର୍ମାଣ କୃଷକ ସଙ୍ଗଠନର କୌଣସି ଶାଖା କିମ୍ବା ସଭ୍ୟ ନ ଥିବା କାରଣରୁ ବନ୍ଦ ପାଳନ କରାଯାଇ ନ ଥିବା ଜଣାପଡ଼ିଛି। ଭୋରରେ ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲାକୁ ଗାଡ଼ି ଚଳାଚଳ ସ୍ବାଭାବିକ ଥିବାବେଳେ ସମସ୍ତ ସ୍କୁଲ କଲେଜ, ଅଫିସ ଦପ୍ତର, ଦୋକାନ ବଜାର ପ୍ରତିଦିନ ଭଳି ଖୋଲା ରହିଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ

ଭୁବନେଶ୍ୱର,୧୬।୩: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ। ସେ ଭୋଟ ଦେଇ ଚୁପ୍‌ଚାପ୍‌ ଚାଲି ଯାଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚାଲଯାଇଥିଲେ।…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri