Posted inଜାତୀୟ

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…

ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା ଟିମ ଗଠନ କରାଯାଇଛି । ସେମାନେ ପ୍ରତ୍ୟେକ ଜିଲାରେ ପୋଷ୍ଟ ହେବେ। ଏହି ମହିଳା ଟିମ ଯୌନ ଅପରାଧ ମାମଲାର ତଦନ୍ତ କରିବେ।

ବାସ୍ତବରେ, ନୂତନ ନିୟମ ଲାଗୁ ହେବା ମାତ୍ରେ ବୈଜ୍ଞାନିକ ପ୍ରମାଣ ବିନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ପୋଲିସ ମୁଖ୍ୟାଳୟ ଦ୍ୱାରା ରାଜ୍ୟର ୧୫୦ ମହିଳା ପୋଲିସ କର୍ମଚାରୀଙ୍କୁ ଚୟନ କରାଯାଇଛି। ସେମାନଙ୍କର ସ୍ବତନ୍ତ୍ର ତାଲିମ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ, ୩୪୩ ମହିଳା ପୋଲିସ କର୍ମଚାରୀ ଏହି ଟିମରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିଥିଲେ। କିନ୍ତୁ, ବର୍ତ୍ତମାନ, ସେମାନ ମଧ୍ୟରୁ କେବଳ ୧୫୦ ଜଣଙ୍କୁ ଏହି ଟିମ ପାଇଁ ଚୟନ କରାଯାଇଛି।

ଏହି ବିଷୟରେ ସୂଚନା ପ୍ରଦାନ କରି ଝାଡଖଣ୍ଡର ପୋଲିସ ଡିଜିପି ଅଜୟ କୁମାର ସିଂ କହିଛନ୍ତି ମହିଳା ପୋଲିସ କର୍ମଚାରୀଙ୍କୁ ଚାରି ପ୍ରକାରର ତାଲିମ ଦିଆଯାଉଛି, ଯେଉଁଥିରେ ଆଇନ, ମନୋବିଜ୍ଞାନ, ଡାକ୍ତରୀ ଏବଂ ଫରେନସିକ୍ସ ତାଲିମ ରହିଛି। ୨୮ ଦିନର ତାଲିମ ପରେ, ଏହି ସ୍ବତନ୍ତ୍ର ଟିମ ପ୍ରତ୍ୟେକ ଜିଲାର ମହିଳା ପୋଲିସ ଷ୍ଟେଶନରେ ପୋଷ୍ଟ କରାଯିବେ ଏବଂ ଯଦି ଜିଲାରେ ଯୌନ ଅପରାଧର କୌଣସି ଘଟଣା ସାମ୍ନାକୁ ଆସେ ତେବେ ଏହି ଟିମ ଏହାର ଅନୁସନ୍ଧାନ କରିବେ। ଯୌନ ଅପରାଧ ସହ ଜଡିତ ପ୍ରମାଣ ସଂଗ୍ରହ ତଥା ତଦନ୍ତରେ ସହଯୋଗ କରିବା ଦାୟତ୍ୱେ ଏହି ଦଳର ଏକ ବିଶେଷ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri