Posted inଫୁରସତ

ଆଇନର କଡ଼ାକଡ଼ି ପ୍ରୟୋଗ ହେବା ଦରକାର

‘ନିଷିଦ୍ଧ ଡ୍ରଗ’ ବିଷୟରେ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଅଛନ୍ତି। କେତେଗୁଡ଼ିଏ ନିଶା କରାଉଥିବା, ଯନ୍ତ୍ରଣା ଲାଘବ କରାଉଥିବା, ମସ୍ତିଷ୍କକୁ ଉତ୍ତେଜିତ କରାଉଥିବା, ଅତ୍ୟଧିକ ଆନନ୍ଦ ସୃଷ୍ଟି କରୁଥିବା ସହିତ ବ୍ୟବହାରକାରୀମାନଙ୍କୁ ଏକ ପ୍ରକାର ଉନ୍ମାଦନା ଓ ମିଛ ସନ୍ତୁଷ୍ଟି ପ୍ରଦାନ କରୁଥିବା ପଦାର୍ଥମାନ ଭଲ ଜଣାପଡୁଥିଲେ ମଧ୍ୟ ଏସବୁ ଶରୀର, ପରିବାର, ସମାଜ ତଥା ଦେଶମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇଛି। ଏସବୁର ମାତ୍ରାଧିକ ଚୋରାଚାଲାଣ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ସମାନ୍ତରାଳ ଅର୍ଥନୀତି, ଯୁଦ୍ଧର ଘନଘଟା, ଅନୈତିକ ବେପାର, ଅପରାଧ ଦୁନିଆ ଓ ପ୍ରକାରାନ୍ତରେ ମାନବ ସମାଜ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଛି।
କୋକେନ୍‌, ଅଫିମ, ଚରସ୍‌ ଏବଂ ମାରି ଜୁଆନା ଇତ୍ୟାଦି କେବଳ ବ୍ୟବହାରକାରୀମାନଙ୍କୁ ବିପଥଗାମୀ କରିନାହିଁ, ଯୁଦ୍ଧର ପ୍ରମୁଖ କାରଣ ମଧ୍ୟ ହୋଇଛି। ଏହାଦ୍ୱାରା ଦେଶମାନେ ବରବାଦ ହୋଇଯାଇଛନ୍ତି ଏବଂ ହେଉଛନ୍ତି ମଧ୍ୟ।
ପ୍ରତିବର୍ଷ ଜୁନ୍‌ ୨୬ ତାରିଖକୁ ‘ଅନ୍ତର୍ଜାତୀୟ ନିଷିଦ୍ଧ ଔଷଧ ଅପବ୍ୟବହାର ଓ ଏହାର ଚୋରାଚାଲାଣ ଦିବସ’ ବା ‘ନିଷିଦ୍ଧ ଔଷଧ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି, ‘ତଥ୍ୟ ପ୍ରମାଣ ପ୍ରାଞ୍ଜଳ ଅଟେ : ଏହାର ପ୍ରତିଷେଧକ ପାଇଁ ଅର୍ଥ ବିନିଯୋଗ ଜରୁରୀ’। ନିଷିଦ୍ଧ ଔଷଧ ପ୍ରସାର ଏବଂ ବ୍ୟବହାର ବନ୍ଦ ପାଇଁ ଜନସାଧାରଣ ଓ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଏଥିପାଇଁ ପ୍ରଣୟନ କରାଯାଇଥିବା ୧୯୮୫ ମସିହାର ନାର୍କୋଟିକ୍‌ ଡ୍ରଗ୍‌ସ ଆଣ୍ଡ ସାଇକୋଟପିକ ସବ୍‌ଷ୍ଟାନ୍ସ ଆକ୍ଟ-୧୯୮୫ (ଏନ୍‌ଡିପିଏସ୍‌)ରେ ଏହିସବୁ ନିଷିଦ୍ଧ ପଦାର୍ଥର ଉତ୍ପାଦନ, ଚାଷ, ମହଜୁଦ, ବିକ୍ରି କରିବା, କ୍ରୟ, ଚାଲାଣ ଓ ବ୍ୟବହାର କରିବାକୁ ଅପରାଧ ରୂପେ ବିବେଚନା କରାଯାଇ ସେଥିପାଇଁ ଉପଯୁକ୍ତ ଦଣ୍ଡବିଧାନ କରାଯାଇଛି। ଏହି ଦଣ୍ଡ ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ ବର୍ଷ କାରାବାସ ମଧ୍ୟ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏହି କଠୋର ଆଇନ୍‌କୁ ଗୁରୁତ୍ୱ ଦୃଷ୍ଟିରୁ ୧୯୮୮, ୨୦୦୧, ୨୦୧୪ ଏବଂ ୨୦୨୧ରେ ସଂଶୋଧନ କରାଯାଇ ଅଧିକ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏହିପରି ଦୃଢ଼ ଆଇନ୍‌ ଥିଲେ ମଧ୍ୟ ପ୍ରଚଳିତ ଆଇନ୍‌ର ଫଳରେ ଅପରାଧୀମାନେ ସହଜରେ ଖସିଯାଇ ପୁଣି ଥରେ ସେମାନଙ୍କର ବ୍ୟବସାୟରେ ଲାଗିଯାଉଛନ୍ତିି।
ନିଷିଦ୍ଧ ପଦାର୍ଥମାନ ମୁଖ୍ୟତଃ କୋକା, ଅଫିମ, ଗଞ୍ଜେଇ, ଇକ୍‌ଷୋନିସରୁ ପ୍ରସ୍ତୁତ ଦ୍ରବ୍ୟ। ଏହା ଏଲଏସଡି, ହେରୋଇନ୍‌, କୋକେନ୍‌ ଇତ୍ୟାଦି ଅଟନ୍ତି। କେତେକ ମାନସିକ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧ ଯଥା-ନିଦ ପାଇଁ, ବିଷାଦ ପାଇଁ, ଅବସାଦ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମଧ୍ୟ ଅଟନ୍ତି। ଏହା ସହିତ ମଫିନ୍‌, ଫେଣ୍ଟାନିଲ୍‌, ମେଥାଡନ୍‌, ନାଇଟ୍ରାଜେପାସ ଇତ୍ୟାଦି ମଧ୍ୟ ପ୍ରମୁଖ ଅଟନ୍ତି।
ପୃଥିବୀରେ ଏସବୁର ବହୁଳ ଦୁରୁପଯୋଗ କରାଯାଉଥିବାରୁ ବିଶେଷତଃ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି। ଅନେକ ଦେଶରେ ଅଫିମ ପ୍ରବଳ ପରିମାଣରେ ଚାଷ କରାଯାଉଛି। ଆମ ରାଜ୍ୟରେ ମଧ୍ୟ ଅନେକ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି। କଲମ୍ବିଆ, ପେରୁ, ଇକ୍ୱେଡର, ଅଷ୍ଟ୍ରେଲିଆ, ମେକ୍‌ସିକୋ ଆଦି ଦେଶରେ କୋକେନ ଚାଷ ବହୁଳ ଭାବରେ କରାଯାଉଛି। ବିଶ୍ୱର ୬୦ ପ୍ରତିଶତ କୋକେନ୍‌ କଲମ୍ବିଆରୁ ହିଁ ମିଳିଥାଏ।
ଏସବୁ ପଦାର୍ଥର ମାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ଏଥିପାଇଁ କଠୋର ଆଇନ୍‌ ପ୍ରଣୟନ ହୋଇଛି, ସେହି ଦୃଷ୍ଟିରୁ ଏହି ଆଇନ୍‌ କଡ଼ାକଡ଼ି ଭାବରେ ପାଳନ କରାଯିବା ଦରକାର। ସେଥିପାଇଁ କିପରି ଏସବୁର ଉତ୍ପାଦନ, ଚାଲାଣ ଏବଂ ବିତରଣ ତଥା ପ୍ରସାର ନ ହୋଇପାରିବ ସେ ନେଇ ଦୃଢ଼ ପଦକ୍ଷେପ ନିଆଯିବା ଦରକାର।
-ଡା. ରାମଚନ୍ଦ୍ର ରାଉତ,
ମାନସିକ ରୋଗ ତାଲିମପ୍ରାପ୍ତ ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri