ରାସ୍ତା ଅବରୋଧକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ରାସ୍ତା ଅବରୋଧ କରି ବ୍ୟବସାୟୀମାନଙ୍କ ବିରୋଧରେ ପୌର ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୌରାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲି ରାସ୍ତା ଉପରେ ସାମଗ୍ରୀ ରଖୁଥିବା ବ୍ୟବସାୟୀଙ୍କର ବିଭିନ୍ନ ଦୋକାନ ସାମଗ୍ରୀ ଜବତ କରାଯାଇଛି। ଦେବଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁ, ଦେବଗଡ଼ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ସହିତ ପୌର ପ୍ରଶାସନ ଏବଂ ପୋଲିସ ସଦଳବଳ ପୌରାଞ୍ଚଳର ମୁଖ୍ୟ ବଜାର ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରିବା ସହ ଦୋକାନ ବାହାରେ ବିଭିନ୍ନ ସାମଗ୍ରୀ ରଖି ରାସ୍ତା ଅବରୋଧ କରିଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ସମୟରେ ରାସ୍ତା ଉପରେ ସାମଗ୍ରୀ ରଖି ରାସ୍ତା ଅବରୋଧ କରିଥିବା ଦୁଇଜଣ ବ୍ୟବସାୟୀଙ୍କ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ପରେ ଉକ୍ତ ବ୍ୟବସାୟୀ ଦ୍ୱୟଙ୍କଠାରୁ ୪ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିବା ପରେ ଜବତ ହୋଇଥିବା ଉକ୍ତ ସାମଗ୍ରୀ ଫେରସ୍ତ କରିବା ସହ ସହିତ ଭବିଷ୍ୟତରେ ଏହାର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଥିଲେ। ଏହି ସମୟରେ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଆସିଷ୍ଟାଣ୍ଟ କଲେକ୍ଟର ରେଖା ମହାନ୍ତ ଉପସ୍ଥିତ ଥିଲେ। ପୌର ପରିଷଦ ପକ୍ଷରୁ ପୌରାଞ୍ଚଳରେ ନିୟମିତ ଯାଞ୍ଚ କରାଯିବ ଏବଂ ରାସ୍ତା ଅବରୋଧକାରୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଅନେକ ବ୍ୟବସାୟୀ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାମଗ୍ରୀକୁ ବାହାରେ ପ୍ରଦର୍ଶନ କରୁଛନ୍ତି। ଫଳରେ ପୌରାଞ୍ଚଳର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଏହି ସମସ୍ୟା ଦୂର କରିବା ନିମନ୍ତେ ଦୋକାନ ବାହାରେ କିମ୍ବା ରାସ୍ତା ଉପରେ କୌଣସି ସାମଗ୍ରୀ ନ ରଖିବାକୁ ପୌର ପରିଷଦ ପକ୍ଷରୁ ପୂର୍ବରୁ ଏକାଧିକ ବାର ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଏହାକୁ ଅମାନ୍ୟ କଲେ ସେମାନଙ୍କର ସାମଗ୍ରୀ ଜବତ କରାଯିବାକୁ ଚେତାବନୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri