ଅଧିକ ରୋଜଗାର ପାଇଁ ଷ୍ଟ୍ରବେରି ଚାଷ

ଦାରିଙ୍ଗବାଡି,୨୦ା୧୦(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୁଣି ଏହି ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। କନ୍ଧମାଳ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ ଏବଂ ଉଦ୍ୟାନ ବିଭାଗର ସହଯୋଗରେ ଚଳିତ ଥର ୩ଟି ସ୍ଥାନରେ ୭୦ହଜାର ଷ୍ଟ୍ରବେରି ଚାରା ରୋପଣ କରାଯାଇଛି। ଏଥିପାଇଁ ଗତବର୍ଷ ଏହି ଚାଷ କରାଯାଉଥିବା ସ୍ଥାନରେ ପୁଣି ୧୫ ହଜାର ଚାରା ରୋପଣ କରାଯାଉଛି। ଗତ ବର୍ଷ ସେଠାରେ ୫ ଲକ୍ଷ ଟଙ୍କା ବିନିମୟରେ ୨୦ ହଜାର ଚାରା ରୋପଣ କରି ପ୍ରାୟ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରୋଜଗାର କରିପାରିଛନ୍ତି। ତେଣୁ ଚଳିତ ବର୍ଷ ଆହୁରି ଅଧିକା ରୋଜଗାରକ୍ଷମ କରିବା ପାଇଁ ଆହୁରି ଦୁଇଟି ସ୍ଥାନରେ କରାଯାଉଛି। ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମର ଆଶା ସ୍ବୟଂ ସହାୟକ ଗୋଷ୍ଠି ଏବଂ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲି ଗ୍ରାମର ଜୀବନ ଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଠି ପକ୍ଷରୁ ମୋଟ ୨ ହେକ୍ଟର ଜମିରେ ୫୫ ହଜାର ଚାରା ରୋପଣ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋରଦାର ଉଦ୍ୟମ କରୁଥିବା ଓଡିଶା ଜୀବନଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପିଣ୍ଟୁ ନାୟକ କହିଛନ୍ତି। ଷ୍ଟ୍ରବେରି ଚାଷ ସଫଳ ହୋଇଥିବା ବେଳେ ଏବେ ଡ୍ରାଗନ ଫଳ ଚାଷ କରାଯିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋରଦାର କାର୍ଯ୍ୟ କରୁଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri