Posted inଫୁରସତ

ଅଜବ ଗାଁ: ଯେଉଁଠି ଯମରାଜାଙ୍କ ପାଇଁ No Entry, ୧୦୦ ବର୍ଷ ଭିତରେ କେହି ବି ଜଣେ ମରିନାହାନ୍ତି

ଦୁନିଆରେ ଏପରି ଅନେକ ସ୍ଥାନ ଅଛି , ଯାହା ବିଷୟରେ ଜାଣି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ଏପରି ଏକ ଅନନ୍ୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗତ ୧୦୦ ବର୍ଷ ମଧ୍ୟରେ ଜଣେ ହେଲେ ବି ବ୍ୟକ୍ତି ମୃତ୍ୟୁବରଣ କରିନାହାନ୍ତି। ଏହି ସ୍ଥାନ ବିଷୟରେ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ। ଏହା ଜାଣି ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଏଠାରେ କ’ଣ କେହି ରହନ୍ତି ନାହିଁ? ଆଜ୍ଞା ହଁ, ଏଠାରେ ଲୋକମାନେ ରୁହନ୍ତି କିନ୍ତୁ ଗତ ୧୦୦ ବର୍ଷ ମଧ୍ୟରେ କେହି ମରିନାହାନ୍ତି।

ଆମେ ଉତ୍ତର ମେରୁରେ ଅବସ୍ଥିତ ଲଙ୍ଗ ଇୟରବେନ ସହର ବିଷୟରେ କହୁଛୁ। ଏହି ସ୍ଥାନଟି ବର୍ଷସାରା ଅତ୍ୟନ୍ତ ଥଣ୍ଡା ରହିଥାଏ। ଯାହା ଯୋଗୁ ଏଠାରେ ମୃତଦେହ ପଚିବା ପ୍ରାୟ ଅସମ୍ଭବ। ଏଠାକାର ତାପମାତ୍ରା ଏକ ଡିପ୍‌ ଫ୍ରିଜର ପରି। ଯାହା ଯୋଗୁ ଏଠାକାର ସରକାର ଲୋକଙ୍କ ମୃତ୍ୟୁକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ପ୍ରତିବର୍ଷ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ। ସେଥିପାଇଁ ପ୍ରତିବର୍ଷ ଏହି ସ୍ଥାନରେ ଲଗାତର ୭୬ ଦିନ ପାଇଁ ଦିନ ଥାଏ।

ମାତ୍ର ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ଅନନ୍ୟ ସହର
ଏଠାରେ ରହୁଥିବା ଅଧିକାଂଶ ଲୋକ ଖ୍ରୀଷ୍ଟିଆନ ଧର୍ମର ଅନୁଗାମୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଠାରେ ଶେଷ ମୃତ୍ୟୁ ୧୯୧୭ରେ ହୋଇଥିଲା। ସେତେବେଳେ ମୃତଦେହକୁ ସେଠାରେ କବର ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମୃତଦେହ ପଚିଯାଇ ନାହିଁ ଏବଂ ଏଥିରେ ଥିବା ଭାଇରସ୍‌ ଏବେ ବି ସମ୍ପୂର୍ଣ୍ଣ ସକ୍ରିୟ ଅଛି। ତେଣୁ ସହରରେ ଲୋକଙ୍କୁ ରକ୍ଷା କରିବା ପାଇଁ, ସରକାର ଏଠାରେ ମୃତ୍ୟୁକୁ ନିଷିଦ୍ଧ କରିଛନ୍ତି।

୨୦୦୦ ପରେ ସରକାର ଏକ ବ୍ୟବସ୍ଥା କରିଛନ୍ତି ଯେ, ଯେତେବେଳେ କାହାର ମୃତ୍ୟୁ ହେବାକୁ ଯାଉଥିବ ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ସ୍ଥାନକୁ ପଠାଯିବାର ବ୍ୟବସ୍ଥା କରିଛନ୍ତି। ତା’ପରେ ସେହି ବ୍ୟକ୍ତିଙ୍କ ଶେଷକୃତ୍ୟ ସେହି ସ୍ଥାନରେ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri