Posted inଜାତୀୟ

Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ କରାଯାଇଛି। ସୂର୍ଯ୍ୟଙ୍କ କିରଣ ମାଧ୍ୟମରେ ରାମଲଲାଙ୍କ ମସ୍ତକରେ ତିଲକ କରାଯାଇଛି। କେବଳ ଅଯୋଧ୍ୟା ନୁହେଁ ଆଜି ପୁରା ଦେଶ ରାମମୟ ହୋଇଛି।

ଉତ୍ତର ପ୍ରଦେଶର ପବିତ୍ର ନଗରୀ ଅଯୋଧ୍ୟା ରାମ ନବମୀ ପାଳନ ପାଇଁ ସଜେଇ ହୋଇଉଠିଛି। ହଜାର ହଜାର ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ ସମାଗମ କରିଛନ୍ତି। ଏହି ଦିନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ଯ୍ୟ ତିଲକ ସମାରୋହ

 

ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ର୍ନିମିତ ଏହି ସୂର୍ଯ୍ୟ ତିଲକ ଏକ ବାର୍ଷିକ ଆଧ୍ୟାତ୍ମିକ ଘଟଣା। ଏଥିରେ ଏକ ବିଶେଷ ଦର୍ପଣ ଏବଂ ଲେନ୍ସ ଆଧାରିତ ଯନ୍ତ୍ର ସାହାଯ୍ୟରେ ସୂର୍ଯ୍ୟଙ୍କ କିରଣ ରାମଲଲାଙ୍କ ମୂର୍ତ୍ତିର ମସ୍ତକରେ ତିଲକ ପରି ପଡିଥାଏ। ରୁର୍କୀର ସେନ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ବୈଜ୍ଞାନିକମାନଙ୍କ ଦଳ ଏହାକୁ ଏଭଳି ଭାବେ ଡିଜାଇନ କରିଛନ୍ତି ଯେ, ପ୍ରତି ରାମ ନବମୀରେ ମଧ୍ୟାହ୍ନ ୧୨ଟାରେ ପ୍ରାୟ ୬ ମିନିଟ ପାଇଁ ସୂର୍ଯ୍ୟକିରଣ ରାମଙ୍କ ମୂର୍ତ୍ତିର ମସ୍ତକରେ ପଡିଥାଏ।

ଏହାପୂର୍ବରୁ କେତେକ ଜୈନ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ତିଲକ ପ୍ରଣାଳୀ ରହିଛି, କିନ୍ତୁ ସେଗୁଡ଼ିକର ଡିଜାଇନ ଭିନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri