Posted inଫୁରସତ

ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ

ମିନ୍ସକ୍‌, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍‌ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି। ଏଠାରେ ପ୍ରତିବର୍ଷ ଜୁଲାଇ ୬ ଅବା ୭ରେ ଏକ ଉତ୍ସବ ପାଳିତ ହୋଇଥାଏ। ଉତ୍ସବରେ ଜଳନ୍ତା ନିଆଁରେ ଲୋକେ ନାଚିଥାନ୍ତି। ଏହା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଚଳିତ ବର୍ଷ ଜୁଲାଇ ୬ରେ ବେଲାରୁଷ୍‌ ରାଜଧାନୀ ମିନ୍ସକ୍‌ରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଶହ ଶହ ଲୋକ ରାତି ସାରା ଉଜାଗର ରହି ନିଆଁରେ ନାଚିଛନ୍ତି। ଏହି ଉତ୍ସବକୁ ସ୍ଥାନୀୟ ଭାଷାରେ କୁପାଲା କୁହାଯାଇଥାଏ। ଏହି ଉତ୍ସବ ଦିନ ରାତିରେ ଶୋଇବାକୁ ବାରଣ କରାଯାଇଥାଏ। ରୋଗମୁକ୍ତ ରହିବା ଲାଗି ଲୋକେ ଗୋଟିଏ ରାତି ଉଜାଗର ରହିଥାନ୍ତି। ଏହି ଉତ୍ସବକୁ ୟୁକ୍ରେନ୍‌, ରୁଷ୍‌ ଏବଂ ପୋଲାଣ୍ଡରେ ମଧ୍ୟ ଅତି ଆନନ୍ଦ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର: ପ୍ରଥମ ଦରମାକୁ ତିନିମାସ ଖର୍ଚ୍ଚ କରିଥିଲି

ଗଞ୍ଜାମ ଜିଲା ଧରାକୋଟରେ ମୋ ଜନ୍ମ। ସାତ ଭାଇଭଉଣୀ (୫ ଭାଇ ଓ ୨ ଭଉଣୀ) ମଧ୍ୟରେ ମୁଁ ସବା ସାନ। ତେଣୁ ବ୍ରହ୍ମପୁରରୁ ସ୍କୁଲ୍‌...

ରହସ୍ୟମୟ ଜଙ୍ଗଲ

ପୃଥିବୀରେ ଜଙ୍ଗଲ ତ ଅନେକ ରହିଛି, କିନ୍ତୁ ଏମିତି ବି କିଛି ଜଙ୍ଗଲ ଅଛି ଯାହାର ଅଜବ ରୂପରେଖ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବା...

ପ୍ରଥମେ ହନିମୁନ୍‌ ପରେ ବିବାହ…

ଛତିଶଗଡ଼ ବସ୍ତର ଅଞ୍ଚଳରେ ବାସ କରୁଥିବା ଗୋଣ୍ଡ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ପରମ୍ପରା ଅନୁସାରେ ବରକନ୍ୟାଙ୍କୁ ବିବାହ ପୂର୍ବରୁ...

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌।...

ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..

ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍‌ର ଏନ୍ସଡେଲ୍‌ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର...

୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ...

କାର୍‌ ଦୁର୍ଘଟଣା ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ବିନା କପାଳରେ ଦିଶୁଛନ୍ତି ଏଭଳି, ସ୍ମରଣଶକ୍ତି ବି..

ଦୁର୍ଘଟଣା ବଦଳାଇଦେଲା ଜୀବନ। ପୂର୍ବରୁ ଯେଉଁ ଚେହେରାକୁ ନେଇ ଗର୍ବ କରୁଥିଲେ ଏବେ ସେହି ମୁହଁକୁ ଦେଖିଲେ ବିଶ୍ୱାସ ହେଉ ନାହିଁ। ଏଭଳି କିଛି ଘଟିଛି...

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

Advertisement


Archives

Model This Week