ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା ହୋଇଥିବାରୁ ପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟବାସୀଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ହେଲେ ଏହି ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ପୁଣି ଥରେ ଦୋହଲାଇ ଦେଇଛି। ବର୍ଷା ଏବଂ କୁଆପଥର ମାଡ଼ରେ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ବର୍ଷା ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ ହୋଇଯାଇଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ବହୁ ଫସଲ ନଷ୍ଟ ହୋଇଛି। ସେହିପରି ନବରଙ୍ଗପୁରରେ ମକା ଚାଷ, ରାୟଗଡ଼ା, ମାଲକାନଗିରିରେ ତରଭୁଜ ଏବଂ କୋରାପୁଟରେ ବହୁ ପରିବା ଚାଷ ନଷ୍ଟ ହୋଇଛି। ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତିି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଏକାଧିକ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା, ବନ୍ଧକେରା, ବ୍ରହ୍ମଗିରି, ସନ୍ଧ୍ୟାତଳ, ସାନବନ୍ଧକେରା ଆଦି ବିଭିନ୍ନ ଗ୍ରାମରେ ହୋଇଥିବା ଧାନ ଫସଲ କ୍ଷତି ହୋଇଛି। ବର୍ଷା ଲାଗିରହିଲେ ଧାନ ଗଜା ହେବା ସହ ପାଚିଲା ଧାନ ଉଜୁଡ଼ିଯିବ ବୋଲି ଚାଷୀ ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ସେହିପରି କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଚିନାବାଦାମ ଫସଲ ନଷ୍ଟ ହୋଇଯାଇଛି। କିଛିଦିନ ପରେ ଚାଷୀମାନେ ଚିନାବାଦାମ ଅମଳ କରିଥାନ୍ତେ। ହେଲେ ଅମଳ ପୂର୍ବରୁ ଅଦିନିଆ ବର୍ଷା ଫସଲ ଉଜାଡ଼ିଦେଲା। ଆଉ ଦୁଇଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅଧୀନ ନିଜାମପୁର ପଞ୍ଚାୟତ ଦୁମୁଦା, ଖମଟଣା, ଗୋବିନ୍ଦପୁର ଏବଂ କଲ୍ୟାଣପୁର ବଞ୍ଚାୟତର ଶତାଧିକ ଏକର ଚାଷ ଜମିରେ ହୋଇଥିବା ରବି ଫସଲ ଯଥା ମକା, କୋବି, ବାଇଗଣ, ବୋଇତାଳୁ ଆଦି ନଷ୍ଟ ହୋଇଯାଇଛି। ବ୍ଲକ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇବାକୁ ଚାଷୀମାନେ ଦାବି କରିଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ଏବଂ ବନ୍ତ ବ୍ଲକ ଅଞ୍ଚଳର ବିଭିନ୍ନସ୍ଥାନରେ ବର୍ଷା ଓ କୁଆ ପଥର ମାଡ଼ରେ ସୂର୍ଯ୍ୟମୁଖୀ, ବିରି, ମୁଗ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ମାଲକାନଗିରି ଜିଲାର ପଡ଼ିଆ,କାଲିମେଳା, ମାଲକାନଗିରି ମାଥିଲି, ଚିତ୍ରକୋଣ୍ଡା ଆଦି ବ୍ଲକରେ ପ୍ରବଳ ବର୍ଷା ଫଳରେ ବ୍ୟାପକ ତରଭୁଜ ଚାଷ ନଷ୍ଟ ହୋଇଛି। ସେହିପରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ମକାଚାଷ ଜମିରେ ଶୋଇ ପଡ଼ିଛି। ଚାଷୀମାନେ ଧାରକରଜ କରି ଚାଷ କରିଥିବାବେଳେ ଅମଳ ପୂର୍ବରୁ ପ୍ରକୃତି ଦାଉ ସାଧିଛି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି।
ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରୁ ରବିବାର ଅପରାହ୍ନ ମଧ୍ୟରେ କେବଳ ଦେବଗଡ଼ ଜିଲାକୁ ଛାଡ଼ି ରାଜ୍ୟର ସମସ୍ତ ଜିଲାରେ ବର୍ଷା ହୋଇଛି। ଏହି ସମୟରେ କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କୋରାପୁଟ ଜୟପୁରରେ ସର୍ବାଧିକ ୧୪୮.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ମାଥିଲିରେ ୧୨୯, କୋରାପୁଟରେ ୧୨୨, ଭଦ୍ରକ ତିହିଡ଼ିରେ ୧୧୨, ବାଲେଶ୍ୱର ରେମୁଣାରେ ୯୧, ଭଦ୍ରକ ବାସୁଦେବପୁରରେ ୯୦, ମାଲକାନଗିରି ପାଦିଆରେ ୮୦ କୋରାପୁଟ ସିମିଳିଗୁଡ଼ାରେ ୭୭, ମାଲକାନଗିରିରେ ୭୪.୧, ବାଲେଶ୍ୱର ସୋରୋରେ ୭୧, ବାଲେଶ୍ୱରରେ ୭୦.୮, ମୟୂରଭଞ୍ଜ କପ୍ତିପଦାରେ ୬୬, କୋରାପୁଟ ଲମତାପୁଟରେ ୫୭.୪, କଟକ ନରସିଂହପୁରରେ ୫୭ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାକୁ ଥିବାବେଳେ ସୋମବାର ୬ଟି ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ପାଣିପାଗ ବିଭାଗ ସୋମବାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ କାଳବୈଶାଖୀ ସହ ବଜ୍ରପାତ ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ତେବେ ଆସନ୍ତା ୨୪ଘଣ୍ଟା ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସୁନ୍ଦରଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳରେ କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ବହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri