ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା ହୋଇଥିବାରୁ ପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟବାସୀଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ହେଲେ ଏହି ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ପୁଣି ଥରେ ଦୋହଲାଇ ଦେଇଛି। ବର୍ଷା ଏବଂ କୁଆପଥର ମାଡ଼ରେ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ବର୍ଷା ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ ହୋଇଯାଇଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ବହୁ ଫସଲ ନଷ୍ଟ ହୋଇଛି। ସେହିପରି ନବରଙ୍ଗପୁରରେ ମକା ଚାଷ, ରାୟଗଡ଼ା, ମାଲକାନଗିରିରେ ତରଭୁଜ ଏବଂ କୋରାପୁଟରେ ବହୁ ପରିବା ଚାଷ ନଷ୍ଟ ହୋଇଛି। ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତିି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଏକାଧିକ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା, ବନ୍ଧକେରା, ବ୍ରହ୍ମଗିରି, ସନ୍ଧ୍ୟାତଳ, ସାନବନ୍ଧକେରା ଆଦି ବିଭିନ୍ନ ଗ୍ରାମରେ ହୋଇଥିବା ଧାନ ଫସଲ କ୍ଷତି ହୋଇଛି। ବର୍ଷା ଲାଗିରହିଲେ ଧାନ ଗଜା ହେବା ସହ ପାଚିଲା ଧାନ ଉଜୁଡ଼ିଯିବ ବୋଲି ଚାଷୀ ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ସେହିପରି କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଚିନାବାଦାମ ଫସଲ ନଷ୍ଟ ହୋଇଯାଇଛି। କିଛିଦିନ ପରେ ଚାଷୀମାନେ ଚିନାବାଦାମ ଅମଳ କରିଥାନ୍ତେ। ହେଲେ ଅମଳ ପୂର୍ବରୁ ଅଦିନିଆ ବର୍ଷା ଫସଲ ଉଜାଡ଼ିଦେଲା। ଆଉ ଦୁଇଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅଧୀନ ନିଜାମପୁର ପଞ୍ଚାୟତ ଦୁମୁଦା, ଖମଟଣା, ଗୋବିନ୍ଦପୁର ଏବଂ କଲ୍ୟାଣପୁର ବଞ୍ଚାୟତର ଶତାଧିକ ଏକର ଚାଷ ଜମିରେ ହୋଇଥିବା ରବି ଫସଲ ଯଥା ମକା, କୋବି, ବାଇଗଣ, ବୋଇତାଳୁ ଆଦି ନଷ୍ଟ ହୋଇଯାଇଛି। ବ୍ଲକ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇବାକୁ ଚାଷୀମାନେ ଦାବି କରିଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ଏବଂ ବନ୍ତ ବ୍ଲକ ଅଞ୍ଚଳର ବିଭିନ୍ନସ୍ଥାନରେ ବର୍ଷା ଓ କୁଆ ପଥର ମାଡ଼ରେ ସୂର୍ଯ୍ୟମୁଖୀ, ବିରି, ମୁଗ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ମାଲକାନଗିରି ଜିଲାର ପଡ଼ିଆ,କାଲିମେଳା, ମାଲକାନଗିରି ମାଥିଲି, ଚିତ୍ରକୋଣ୍ଡା ଆଦି ବ୍ଲକରେ ପ୍ରବଳ ବର୍ଷା ଫଳରେ ବ୍ୟାପକ ତରଭୁଜ ଚାଷ ନଷ୍ଟ ହୋଇଛି। ସେହିପରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ମକାଚାଷ ଜମିରେ ଶୋଇ ପଡ଼ିଛି। ଚାଷୀମାନେ ଧାରକରଜ କରି ଚାଷ କରିଥିବାବେଳେ ଅମଳ ପୂର୍ବରୁ ପ୍ରକୃତି ଦାଉ ସାଧିଛି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି।
ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରୁ ରବିବାର ଅପରାହ୍ନ ମଧ୍ୟରେ କେବଳ ଦେବଗଡ଼ ଜିଲାକୁ ଛାଡ଼ି ରାଜ୍ୟର ସମସ୍ତ ଜିଲାରେ ବର୍ଷା ହୋଇଛି। ଏହି ସମୟରେ କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କୋରାପୁଟ ଜୟପୁରରେ ସର୍ବାଧିକ ୧୪୮.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ମାଥିଲିରେ ୧୨୯, କୋରାପୁଟରେ ୧୨୨, ଭଦ୍ରକ ତିହିଡ଼ିରେ ୧୧୨, ବାଲେଶ୍ୱର ରେମୁଣାରେ ୯୧, ଭଦ୍ରକ ବାସୁଦେବପୁରରେ ୯୦, ମାଲକାନଗିରି ପାଦିଆରେ ୮୦ କୋରାପୁଟ ସିମିଳିଗୁଡ଼ାରେ ୭୭, ମାଲକାନଗିରିରେ ୭୪.୧, ବାଲେଶ୍ୱର ସୋରୋରେ ୭୧, ବାଲେଶ୍ୱରରେ ୭୦.୮, ମୟୂରଭଞ୍ଜ କପ୍ତିପଦାରେ ୬୬, କୋରାପୁଟ ଲମତାପୁଟରେ ୫୭.୪, କଟକ ନରସିଂହପୁରରେ ୫୭ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାକୁ ଥିବାବେଳେ ସୋମବାର ୬ଟି ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ପାଣିପାଗ ବିଭାଗ ସୋମବାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ କାଳବୈଶାଖୀ ସହ ବଜ୍ରପାତ ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ତେବେ ଆସନ୍ତା ୨୪ଘଣ୍ଟା ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସୁନ୍ଦରଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳରେ କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ବହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri