ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରାଇଛି: ୪୦ ଥର କହିଲେଣି ଟ୍ରମ୍ପ୍‌

ନ୍ୟୁୟର୍କ/ଓ୍ବାଶିଂଟନ୍‌,୨୨ା୯: ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଦୋହରାଇଛନ୍ତି। ଏଥିସହ ସେ ୭ ଯୁଦ୍ଧ ବନ୍ଦ କରାଇଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି।
ଆମେରିକାନ୍‌ କୋର୍ନେଷ୍ଟୋନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫାଉଣ୍ଡର୍ସ ଡିନରରେ ଶନିବାର ଯୋଗଦେଇ ଟ୍ରମ୍ପ୍‌ କହିଛନ୍ତି, ବିଶ୍ୱ ମଞ୍ଚରେ ଆମେ ପୁଣି ଏପରି କାର୍ଯ୍ୟ କରୁଛୁ, ଯଦ୍ଦ୍ବାରା ଅଭୂତପୂର୍ବ ସମ୍ମାନ ମିଳୁଛି। ଆମେ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧ ବନ୍ଦ କରାଉଛୁ। ଭାରତ-ପାକିସ୍ତାନ ଏବଂ ଥାଇଲାଣ୍ଡ-କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଆମେ ବନ୍ଦ କରାଇଛୁ। ପ୍ରକଶ ଯେ. ଆତଙ୍କବାଦୀଙ୍କ ପହଲଗାମ୍‌ ଆକ୍ରମଣ ପରେ ମେ’ ୭ରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଥିଲେ। ମେ’ ୧୦ ଅପରାହ୍ନରେ ଏହି ସାମରିକ ସଂଘର୍ଷର ବିରାମ ହୋଇଥିଲା। ଅସ୍ତ୍ରବିରତି ନେଇ ଭାରତ ପକ୍ଷରୁ ଘୋଷଣା କରାଯିବା ପୂର୍ବରୁ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ବିଷୟ ଟ୍ରମ୍ପ୍‌ ୪୦ ଥର ଦାବି କଲେଣି। ଅନ୍ୟପକ୍ଷେ ଭାରତ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନ ଥିବା କହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର…

କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ…

ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ।…

‘ପ୍ରତି ଘରକୁ ଲକ୍ଷ୍ମୀ ଆସିଲେ’, Budgetରେ ଏମିତି କ’ଣ କଲେ ଅର୍ଥମନ୍ତ୍ରୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ Budget ଉପସ୍ଥାପନ କରିଥିଲେ। ସବୁଥର ପରି, ଏଥର ବି…

ଶୀତ କମିଛି, କମିନି ପର୍ଯ୍ୟଟକଙ୍କ ସଂଖ୍ୟା, ସକାଳୁ ରାତି ପର୍ଯ୍ୟନ୍ତ…

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri