ଅନୁଦାନ ଅଭାବରୁ ଅଟକିଛି

ମାଧପୁର, ୩୧ା୫ ଜଳକଷ୍ଟରେ କଟିଗଲା ଖରାଦିନ। ପିଇବା ପାଣି ପାଇଁ ଡହଳବିକଳ ହେଲେ ଲୋକେ। ଅଥଚ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଓଭର ହେଡ୍‌ ପାଣି ଟାଙ୍କି କାମରେ ଆସିଲାନାହିଁ। କାରଣ ଟାଙ୍କି ସିନା ନିର୍ମାଣ ସରିଛି, ହେଲେ ପାଣି ଯୋଗାଣ ପାଇଁ ତିଆରି ହୋଇନି ପମ୍ପ ହାଉସ୍‌ କି ବିଛାଯାଇନି ପାଇପ୍‌। ତେଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାଧପୁର ଅଞ୍ଚଳବାସୀ ହାତପାଆନ୍ତାରେ ପାନୀୟ ଜଳ ପାଇବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଟାଙ୍କି ନିର୍ମାଣର ଦୀର୍ଘ ୩ବର୍ଷ ପରେ ବି ଅଧୁରା ରହିଯାଇଛି।
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳବାସୀଙ୍କୁ ଜଳସଙ୍କଟରୁ ମୁକ୍ତି ଦେବାକୁ ୨୦୧୮-୧୯ରେ ସ୍ଥାନୀୟ ଖେଳପଡ଼ିଆରେ ‘ବସୁଧା’ ଯୋଜନାରେ ନିର୍ମାଣ କରାଯାଇଥିଲା ଏକ ଓଭରହେଡ୍‌ ପାଣିଟାଙ୍କି। ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ଟାଙ୍କିରେ ଖର୍ଚ୍ଚ ହୋଇଛି ୨୪ ଲକ୍ଷ ଟଙ୍କା। ଗ୍ରାମ ନିକଟବର୍ତ୍ତୀ କନ୍ଧପଡ଼ା ପାନୀୟ ଜଳ ପ୍ରକଳ୍ପରୁ ପାଣି ଆସିବା ଲାଗି ଯୋଜନା କରାଯାଇଥିଲା। ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଧପୁର, କୁନ୍ଦନାଳୀ, ବଲୁଆଘରା ଗ୍ରାମବାସୀ ପାଣି ପାଇପାରନ୍ତେ। ହେଲେ ଅନୁଦାନ ନ ଥିବାରୁ ପାଇପ୍‌ ବିଛା ସହ ପମ୍ପ ହାଉସ ନିର୍ମାଣ କାର୍ଯ୍ୟ ଅଟକି ରହିଛି। ତେଣୁ କେବଳ ଓଭରହେଡ୍‌ ଟାଙ୍କିରେ ସୀମିତ ରହିଯାଇଛି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ଅନ୍ୟପଟେ ପ୍ରଶାସନ ଏବଂ ଜନପ୍ରତିନିଧିମାନେ ଏ ଦିଗରେ ତତ୍ପରତା ଦେଖାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କୁହନ୍ତି, ମଞ୍ଜୁର ହୋଇଥିବା ଟଙ୍କାରେ ଟାଙ୍କି ନିର୍ମାଣ ଶେଷ ହୋଇଛି। ସରକାର ଅଧିକ ଅର୍ଥ ଯୋଗାଇ ଦେଲେ ପାଇପ୍‌ ବିଛାଇବା ଏବଂ ପମ୍ପ ହାଉସ ନିର୍ମାଣ ହେବ। ଏହାପରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ବିଡିଓ ସନ୍ତୋଷ କୁମାର ସାହୁ କୁହନ୍ତି, ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଅନୁଧ୍ୟାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri