ହାତୀଙ୍କ ଅବାଧ ଗତିକୁ ରୋକ

ଅନୁଗୋଳ,୨୪।୯(ଅମିତ କୁମାର ସାମଲ): ଅନୁଗୋଳ ସର୍କିଟ ହାଉସ ଠାରେ ଅନୁଗୋଳ ଜିଲା ବନ ବିଭାଗର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ହାତୀଙ୍କ ଅବାଧ ଗତିକୁ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗତ ଏପ୍ରିଲ ୧ରୁ ଏଯାଏ ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ କେବଳ ବନ୍ତଳା ରେଞ୍ଜର ୧୪ଜଣ ରହିଥିବାରୁ ଉପବାଚସ୍ପତି ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ହାତୀ-ମଣିଷ ଲଢେଇକୁ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଅମାତ କହିଥିଲେ, ଢେଙ୍କାନାଳ ରେଞ୍ଜ ଅଞ୍ଚଳରେ ତାରବାଡ଼ କରାଯାଇଥିବାରୁ ସେଠାରେ ହାତୀ ଉପଦ୍ରବ ହ୍ରାସ ପାଇଛି। ସେହି ଅଞ୍ଚଳର ହାତୀମାନେ ଅନୁଗୋଳର ବିଭିନ୍ନ ଉପଖଣ୍ଡ ଜଙ୍ଗଲ ଅଞ୍ଚଳକୁ ଆସି ଧନଜୀବନ କ୍ଷତି ଘଟାଉଛନ୍ତି। ଏହାର ନିରାକରଣ ପାଇଁ ସାତକୋଶିଆ ଅଞ୍ଚଳରେ ଫଳ ଓ ଡାଳଯୁକ୍ତ ଚାରା ଲଗାଯାଇ ପ୍ରଚୁର ପରିମାଣର ଖାଦ୍ୟ ଶସ୍ୟ ବଢ଼ାଗଲେ ହାତୀମାନେ ଆଉ ଜନବସତି ଆଡକୁ ଆସିବେ ନାହିଁ। ଏହାଛଡ଼ା ଜନସଚେତନତା ସୃଷ୍ଟି କରିବା, ତାରବାଡ଼ ଲଗାଇବା, ଏର୍ଲି ୱାର୍ନିଂ ସିଷ୍ଟମ ଲଗାଇବା, ଟ୍ରେଞ୍ଚ ଖୋଳି ହାତୀମାନଙ୍କ ଅବାଧ ଗତିକୁ ରୋକିବା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା ଯୋଗଦେଇ ଜିଲାର ବିଭିନ୍ନ ବନଖଣ୍ଡରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କଞ୍ଜା ଠାରୁ ନୂଆଖେତା ସରଂକ୍ଷିତ ଜଙ୍ଗଲ କଡେ କଡେ ମୋଟ ୯କି.ମି. ଏବଂ କନ୍ତମେଘ ଜଙ୍ଗଲ ନିକଟରେ ୨ କିମି ପର୍ଯ୍ୟନ୍ତ ଟ୍ରେଞ୍ଚ ଖୋଳାଯାଇ ସାରିଛି। ବାକି କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ। ମୋଟ ୬୮ଟି ଅର୍ଲି ୱାର୍ନିଙ୍ଗ ସିଷ୍ଟମରୁ ୨୫ଗୋଟି ଲଗାଯାଇସାରିଛି। ମୋଟ ୪୧ କିମି ତାରବାଡ଼ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବଶୀଘ୍ର କାର୍ଯ୍ୟ ସମାପ୍ତ କରାଯିବ ବୋଲି ଆଞ୍ଚଳିକ ବନ ସଂରକ୍ଷକ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଉପଖଣ୍ଡ ଅଧିକାରୀ ଏବଂ ଅନ୍ୟ ବନ ଅଧିକାରୀ, ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri