ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ:  ହଟହଟା ହେଉଛନ୍ତି ଯାତ୍ରୀ

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ  ହେଉନାହିଁ ଅନ୍‌ଲାଇନ୍‌  ବୁକିଂ। ଫଳରେ  ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଏକାଧିକ ଗ୍ରାମବାସୀ ନିର୍ଭର  କରନ୍ତି। ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍‌ଟି ଫେରୁଛି। ଅନ୍‌ଲାଇନ ଟିକେଟ ହେଉ ନ ଥିବା ବେଳେ ଅଫଲାଇନରେ ମଧ୍ୟ ଦାରିଙ୍ଗବାଡି, ସିମନବାଡି ପାଇଁ ଟିକେଟ ମିଳୁନାହିଁ। ବାଲିଗୁଡା ଯାତ୍ରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ଦାରିଙ୍ଗବାଡି, ସିମନବାଡି ଯାତ୍ରୀମାନେ ଆଗୁଆ ଟିକେଟ ନପାଇ ବହୁତ ହଇରାଣ ହେଉଛନ୍ତି।
ଏ ନେଇ ବସ୍‌ରେ ଯାଉଥିବା କଣ୍ଡକ୍ଟର ଅମୀୟ ମିଶ୍ରଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାର ନ ଥିବା ବେଳେ ପ୍ରଥମେ ବାଲିଗୁଡାରେ ହିଁ ଟିକେଟ କଟାଯିବ। ବଳକା ରହିଲେ ଏପଟେ ଅନ୍ୟକୁ ଟିକେଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଦାରିଙ୍ଗବାଡି ଅଞ୍ଚଳରେ ଯାତ୍ରୀ ଅସନ୍ତୋଷ ହେବା ସହ ଯାତ୍ରୀଙ୍କ ପାଇଁ ଅନ୍‌ଲାଇନ କାହିଁକି ଖୋଲାଯାଉନାହିଁ ସେ ନେଉ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ହାତରେ ଏହି ସବୁ ସମସ୍ୟାର ସମାଧାନ ନାହିଁ ଏହାକୁ ଜିଲା ପରିବହନ ପାଟିଚାଳକ  ତଦାରଖ କରୁଥିବା ସେ କହିଛନ୍ତ। ପ୍ରକାଶ ଯେ ଦାରିଙ୍ଗବାଡରୁ ଜିଲା ବାହାରକୁ ମାତ୍ର ୨ ଟି ବସ୍‌ ଯାତାୟାତ କରୁଛି । ଗୋଟିଏ ଗଞ୍ଜାମ ଜିଲା ଭଞ୍ଜନଗରରୁ ଦାରିଙ୍ଗବାଡି ଓ ଅନ୍ୟଟି ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ବାଲିଗୁଡା ଯାତାୟତ କରୁଛି। ମାତ୍ର ଏଥିପ୍ରତି ଯାତ୍ରୀମାନେ କେତେ ହଇରାଣ ଭୋଗୁଛନ୍ତି ତାର ତଦାରଖ ସଠିକ ଭାବେ ହୋଇପାରୁ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଯାତ୍ରୀମାନେ ସରକାରଙ୍କ ଏହି ବସ୍‌ ଗୁଡିକରୁ ସଠିକ ସୁବିଧା ପାଇପାରୁନାହାନ୍ତି ଓ ଘରୋଇ ବସ୍‌ରେ ଭଡା ଅଧିକା ଦେଇ ବାଧ୍ୟ ହୋଇ ଯାତ୍ରା କରୁଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri