ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ:  ହଟହଟା ହେଉଛନ୍ତି ଯାତ୍ରୀ

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ  ହେଉନାହିଁ ଅନ୍‌ଲାଇନ୍‌  ବୁକିଂ। ଫଳରେ  ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଏକାଧିକ ଗ୍ରାମବାସୀ ନିର୍ଭର  କରନ୍ତି। ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍‌ଟି ଫେରୁଛି। ଅନ୍‌ଲାଇନ ଟିକେଟ ହେଉ ନ ଥିବା ବେଳେ ଅଫଲାଇନରେ ମଧ୍ୟ ଦାରିଙ୍ଗବାଡି, ସିମନବାଡି ପାଇଁ ଟିକେଟ ମିଳୁନାହିଁ। ବାଲିଗୁଡା ଯାତ୍ରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ଦାରିଙ୍ଗବାଡି, ସିମନବାଡି ଯାତ୍ରୀମାନେ ଆଗୁଆ ଟିକେଟ ନପାଇ ବହୁତ ହଇରାଣ ହେଉଛନ୍ତି।
ଏ ନେଇ ବସ୍‌ରେ ଯାଉଥିବା କଣ୍ଡକ୍ଟର ଅମୀୟ ମିଶ୍ରଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାର ନ ଥିବା ବେଳେ ପ୍ରଥମେ ବାଲିଗୁଡାରେ ହିଁ ଟିକେଟ କଟାଯିବ। ବଳକା ରହିଲେ ଏପଟେ ଅନ୍ୟକୁ ଟିକେଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଦାରିଙ୍ଗବାଡି ଅଞ୍ଚଳରେ ଯାତ୍ରୀ ଅସନ୍ତୋଷ ହେବା ସହ ଯାତ୍ରୀଙ୍କ ପାଇଁ ଅନ୍‌ଲାଇନ କାହିଁକି ଖୋଲାଯାଉନାହିଁ ସେ ନେଉ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ହାତରେ ଏହି ସବୁ ସମସ୍ୟାର ସମାଧାନ ନାହିଁ ଏହାକୁ ଜିଲା ପରିବହନ ପାଟିଚାଳକ  ତଦାରଖ କରୁଥିବା ସେ କହିଛନ୍ତ। ପ୍ରକାଶ ଯେ ଦାରିଙ୍ଗବାଡରୁ ଜିଲା ବାହାରକୁ ମାତ୍ର ୨ ଟି ବସ୍‌ ଯାତାୟାତ କରୁଛି । ଗୋଟିଏ ଗଞ୍ଜାମ ଜିଲା ଭଞ୍ଜନଗରରୁ ଦାରିଙ୍ଗବାଡି ଓ ଅନ୍ୟଟି ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ବାଲିଗୁଡା ଯାତାୟତ କରୁଛି। ମାତ୍ର ଏଥିପ୍ରତି ଯାତ୍ରୀମାନେ କେତେ ହଇରାଣ ଭୋଗୁଛନ୍ତି ତାର ତଦାରଖ ସଠିକ ଭାବେ ହୋଇପାରୁ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଯାତ୍ରୀମାନେ ସରକାରଙ୍କ ଏହି ବସ୍‌ ଗୁଡିକରୁ ସଠିକ ସୁବିଧା ପାଇପାରୁନାହାନ୍ତି ଓ ଘରୋଇ ବସ୍‌ରେ ଭଡା ଅଧିକା ଦେଇ ବାଧ୍ୟ ହୋଇ ଯାତ୍ରା କରୁଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri