Posted inଜାତୀୟ

ଭାରତରେ ଖବରଦାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଉ

ଚେନ୍ନାଇ, ୨୩ା୬: ଭାରତୀୟ ଗଣମାଧ୍ୟମ ଆକ୍ରମଣର ସମ୍ମୁଖୀନ ହୋଇଥିବା କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟସ୍‌ (ସିପିଜେ) କହିଛି। ଭାରତରେ ଖବରଦାତାମାନଙ୍କୁ ଧମକ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେବା ନିମନ୍ତେ ସିପିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନିବେଦନ କରିଛି। ଆମେରିକାକୁ ମୋଦିଙ୍କ ଗସ୍ତ ପୂର୍ବରୁ ସିପିଜେ ଏକ ବିବୃତିରେ କହିଥିଲା, ଭାରତ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର, ତଥାପି ଗଣମାଧ୍ୟମ ପାଇଁ ଏହା ବିଶ୍ୱର ସବୁଠୁ ବିପଜ୍ଜନକ ରାଷ୍ଟ୍ର। ସିପିଜେ ଏବଂ ଏହାର ସହଯୋଗୀ ସଂଗଠନ ବୁଧବାର ଓ୍ବାଶିଂଟନ ପୋଷ୍ଟରେ ଏକ ପୂରାପୃଷ୍ଠା ଛାପିଥିଲେ। ଭାରତରେ ଖବରଦାତାମାନେ କିପରି ଶାରୀରିକ ହିଂସା, ନିର୍ଯାତନା, ମିଛ ମୋକଦ୍ଦମା ଓ ସାମାଜିକ ଗଣମାଧ୍ୟମରେ ଘୃଣିତା ପ୍ରଚାରର ସମ୍ମୁଖୀନ ହେଉଛନ୍ତି, ତାହା ଏଥିରେ ଦର୍ଶାଯାଇଛି। ଏହାକୁ ସେମାନେ ‘ମିଡିଆ କ୍ରାକ୍‌ଡାଉନ୍‌’ କହିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଅଟକ ରଖାଯାଇଥିବା ୬ ଖବରଦାତାଙ୍କୁ ମୁକ୍ତ କରିବା ପାଇଁ ମୋଦିଙ୍କୁ କହିବାକୁ ସେମାନେ ବାଇଡେନ୍‌ଙ୍କୁ ଅନୁରୋଧ କରିଛନ୍ତି। ଭାରତ ସର୍ବବୃହତ ଗଣତନ୍ତ୍ର ହୋଇଥିବାରୁ ମୁକ୍ତ ଓ ସ୍ବାଧୀନ ଗଣମାଧ୍ୟମ ସୁନିଶ୍ଚିତ କରିବା ଆବଶ୍ୟକ। ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବେ ଆମେରିକା ଏହାକୁ ସ୍ଥାନ ଦେବ ବୋଲି ଆଶା କରାଯାଉଥିବା ସିପିଜେର ଅଧ୍ୟକ୍ଷ ଜୋଡି ଗିନ୍‌ସେବର୍ଗ କହିଛନ୍ତି। ମୋଦି କ୍ଷମତାକୁ ଆସିବା ପରଠୁ ଗଣମାଧ୍ୟମ ଉପରେ କାର୍ଯ୍ୟାନୁଷ୍ଠାନ ବଢ଼ିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri