ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ ଏହି କାରବାର ବୃଦ୍ଧି ପାଇବା ଯୋଗୁ ଗରିବ ଶ୍ରେଣୀର ଲୋକ ଆର୍ଥିକ ଅନାଟନ ଭୋଗିଲେଣି ଏହାକୁ ରୋକିବାକୁ ମହିଳାମାନେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି ବୋଲି ଗ୍ରାମର ପ୍ରସନ୍ନ ପ୍ରଧାନ କହିଛନ୍ତି। ଏକାଧିକ ବ୍ୟବସାୟୀ ଦେଶୀ ଏବଂ ବିଦେଶୀ ମଦ କାରବାରରେ ଲିପ୍ତ ରହୁଛନ୍ତି। ଅଞ୍ଚଳରେ ଏହି ମଦ କାରବାର ବୃଦ୍ଧି ଯୋଗୁ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଥିବା ଅଭିଯୋଗ ହେଉଛି।
ସେହିପରି ସିମନବାଡି ଅଞ୍ଚଳରେ ପୁଣି ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ଗତ କିଛି ଦିନ ପୂର୍ବରୁ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିବା ସହ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଥିଲେ। ପରେ କିଛି ଦିନ ଏହି ବ୍ୟବସାୟୀ କରୁଥିବା ବ୍ୟବସାୟୀ ନିରବି ଯାଇଥିଲେ ପୁଣି ଏବେ ଅବାଧରେ ଜୋରଦାର ବିକ୍ରିବଟା କରୁଥିବା ଅଭିଯୋଗ ହେଉଛି ।
Dharitri – Odisha’s No.1 Odia Daily