Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେରିବେ ଷ୍ଟୋଇନିସ୍‌

ଲକ୍ଷ୍ନୌ,୧୨ା୧୦(ପି.ଟି.): ଗୁରୁବାର ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ପରସ୍ପର ସାମ୍ନା କରିବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସହିତ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଚେନ୍ନାଇର ଭାରତ ବିପକ୍ଷ ଲୋ ସ୍କୋରିଂ ମ୍ୟାଚରେ ପରାଜିତ ହୋଇଥିଲା ଅଷ୍ଟ୍ରେଲିଆ। ଲକ୍ଷ୍ନୌରେ ଏହି ମ୍ୟାଚ୍‌ଟି ଖେଳାଯିବାକୁ ଥିବାବେଳେ ଏହି ପିଚ୍‌ଟି ଅବ୍ୟବହୃତ ରହିଛି। ଆଇପିଏଲର ଲୋ ସ୍କୋରଂ ମ୍ୟାଚ ପରେ ପିଚ୍‌କୁ ଖୋଳି ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ପାଞ୍ଚ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟପ୍‌ ଅର୍ଡରରେ ସ୍ମିଥ୍‌ ଓ ଓ୍ବାର୍ନର ଭଲ ସ୍କୋର କରିଥିଲେ ମଧ୍ୟ ମିଡିଲ ଅର୍ଡର ଖେଳାଳି ବିଫଳ ହୋଇଥିଲେ।

ତେବେ ମାର୍କସ୍‌ ଷ୍ଟୋଇନିସଙ୍କ ପ୍ରତ୍ୟାବର୍ତ୍ତନ ସହିତ ମିଡିଲ ଅର୍ଡର ବ୍ୟାଟିଂ ବିଫଳତା ଦୂର କରିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ। ୧୯୯୨ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାକୁ ସୁଧାରିବାକୁ ଦଳ ପ୍ରୟାସ କରିବ। ଚେପକ୍‌ର ଟର୍ନିଂ ଟ୍ରାକ୍‌ରେ ଓ୍ବାର୍ନର ଓ ସ୍ମିଥ୍‌ ୩୦ ରନ୍‌ ଉପରେ ସ୍କୋର କରିଥିଲେ। ତେବେ ଆଡାମ୍‌ ଜାମ୍ପାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି କ୍ୱାଲିଟି ସ୍ପିନର ନ ରହିବା ଦଳର ସମୀକରଣକୁ ଖରାପ କରୁଛି। ବ୍ୟାଟିଂ ଓପନ୍‌ କରିଥିବା ମିଚେଲ୍‌ ମାର୍ଶ ବିଶେଷ କିଛି କରି ପାରି ନ ଥିବା ବେଳେ ବିରାଟ କୋହଲିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡା କରିଥିଲେ। ହାର୍ମଷ୍ଟ୍ରିଙ୍ଗ ଇଞ୍ଜୁରୀରୁ ପ୍ରତ୍ୟାବର୍ତ୍ତନ କରିଥିବା ମାର୍କସ୍‌ ଷ୍ଟୋଇନିସ ପ୍ଲେଇଙ୍ଗ ୧୧ରେ କାମେରନ୍‌ ଗ୍ରୀନଙ୍କ ସ୍ଥାନ ନେବେ। ପୂର୍ବରୁ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ଖେଳି ସାରିଥିବା ବେଳେ ଏହା ଦଳ ପାଇଁ ଲାଭଦାୟକ ହେବ।

ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଚମତ୍କାର ବିଜୟ ସହିତ ଦୃଢ ଆତ୍ମବିଶ୍ୱାସରେ ନଜର ଆସିଛି। ପ୍ରଥମ ମ୍ୟାଚ୍‌ରେ ୩ ଜଣ ଖେଳାଳି ଶତକ ହାସଲ କରିଥିବା ବେଳେ ସମାନ ଫର୍ମ ବଜାୟ ରଖିବାକୁ ଚାହିଁବ ଦଳ। ଦକ୍ଷିଣ ଆଫ୍ରିକା ଦଳର ଓପନର ରହିଥିବା କ୍ୱିଣ୍ଟନ୍‌ ଡି କକ ଲକ୍ଷ୍ନୌ ପକ୍ଷରୁ ଖେଳୁଥିବାରୁ ସେ ମଧ୍ୟ ସ୍ଥାନୀୟ ପରିବେଶ ସହ ଅଭ୍ୟସ୍ତ। ବିଶ୍ୱକପ୍‌ର ଦ୍ରୁତତମ ଶତକ ହାସଲ କରିଥିବା ଏଡେନ୍‌ ମାରକ୍ରମଙ୍କ ନିକଟରୁ ମଧ୍ୟ ଦକ୍ଷିଣ ଆଫ୍ରିକା ସମାନ ଫର୍ମ ଆଶା କରିବ। ଯଦି ଏକାନା ଷ୍ଟାଡିୟମର ପିଚ୍‌ ସ୍ପିନ୍‌ ସହାୟକ ରହିବ ତେବେ ଦଳ ଟାବରେଜ୍‌ ସାମ୍‌ସୀଙ୍କୁ ସାମିଲ କରିପାରେ। ପେସ୍‌ ବୋଲିଂ ଦକ୍ଷିଣ ଆଫ୍ରିକାର ବଡ ସମସ୍ୟା ରହିଛି।

ଆନରିଚ୍‌ ନୋର୍ଜେଙ୍କ ଅନୁପସ୍ଥିତିରେ କାଗିସୋ ରବାଡାଙ୍କ ଉପରେ ଅତିରିକ୍ତ ଚାପ ପଡୁଛି। ଲୁଙ୍ଗି ଏନ୍‌ଗିଡି ଓ ମାର୍କୋ ଜାନସେନ୍‌ଙ୍କ ବୋଲିଂ ଏତେଟା ପ୍ରଭାବଶାଳୀ ରହିନାହିଁ। ପ୍ରଥମ ମ୍ୟାଚ୍‌ ପରାଜୟ ପରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଦୃଢ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଉଭୟ ଦଳ ମଧ୍ୟରେ ଏହା ବିଶ୍ୱକପର ସପ୍ତମ ମୁକାବିଲା ରହିବ। ପୂର୍ବରୁ ୬ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଥର ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ ଥର ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ଶେଷ ଥର ପାଇଁ ୨୦୧୯ରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri