ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ ବ୍ୟାଟେରି ଚୋରି ହେଉଛି। ଏଥିସହ ଏବେ ରାସ୍ତାକଡ଼ରେ, ଘର ସମ୍ମୁଖରେ ରହିଥିବା ୪ ଓ ୬ ଚକିଆ ଗାଡ଼ିରୁ ବ୍ୟାଟେରି ଚୋରି ହେଉଥିବା ନେଇ ଚିନ୍ତା ବଢ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ।

ପ୍ରକାଶ ଯେ, ସିମନବାଡ଼ି ବାସିନ୍ଦା ତଥା ପୂର୍ବତନ ପ୍ରଧାନଶିକ୍ଷକ ତଥା କୁଇକୁଳ ସମିତିର ବ୍ଲକ ସମ୍ପାଦକ ଶୁକଦେବ କୁମାର ପ୍ରଧାନଙ୍କ ଟ୍ରାକ୍ଟର ନଂ ( ଓଡି ୧୨ ବି ୩୯୧୬ )ଟି ଘର ସମ୍ମୁଖରେ ରହିଥିବା ବେଳେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବ୍ୟାଟେରି ଖୋଲି ଚୋରି କରିଥିବା ଶୁକଦେବ କହିଛନ୍ତି। ସେ  ଏନେଇ ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି। କେବଳ ଟ୍ରାକ୍ଟର ନୁହଁ ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁବିଧା ଲାଗି ସରକାର ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରିଥିଲେ। ହେଲେ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ରାସ୍ତା କଡ଼ରୁ ସୋଲାର ପ୍ୟାନେଲ ସମେତ ବ୍ୟାଟେରି ଚୋରି ହୋଇଯାଇଥିବାବେଳେ ଏବେ ରାଜପଥ କଡ଼ରେ ଯାତାୟାତ କରିବା ଲୋକଙ୍କ ପାଇଁ ଭୟ ସୃଷ୍ଟି କରୁଛି। ବିଭାଗ ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସେହିପରି ସିମନବାଡ଼ି ବଣିକ ସଂଘର ସଭାପତି ଏସ. ଅମୂଲ୍ୟ କୁମାର ସୁବୁଦ୍ଧି ଓ କର୍ମକର୍ତ୍ତା ଦାରିଙ୍ଗବାଡ଼ି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଅଚଳ ହୋଇଥିବା ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ଦେଖାଯାଇଛି। ସିମନବାଡ଼ି ଅଞ୍ଚଳରେ ଜୁଆଖେଳ ଓ ଚୋରାମଦ କାରବାର ବୃଦ୍ଧି ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସହ ଚୋରି ସଂଖ୍ୟା ବୃଦ୍ଧି ପାଇଛି ବୋଲି ଶୁକଦେବ  ଅଭିଯୋଗ କରିଛନ୍ତି। ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri