ଗ୍ରୀଷ୍ମରେ ବେହାଲ ଆମେରିକାବାସୀ, ଘୋଷଣା ହେଲା ହିଟ ଏମରଜେନ୍ସି

ଓ୍ବାଶିଂଟନ,୨୯।୭: ଆମେରିକାରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ମିଡଓ୍ବେଷ୍ଟ ଓ ଇଷ୍ଟ କୋଷ୍ଟରେ ବିଶ୍ୱାସ ନ ହେବା ଭଳି ଗରମ ଅନୁଭୁତ ହୋଇଛି। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଜାତୀୟ ପାଣିପାଗ ସେବା (ଏନଡବ୍ଲୁଏସ) କହିଛି ଯେ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଆମେରିକାର ୧୭୦ମିଲିୟନ ବା ୧୭ କୋଟିରୁ ଅଧିକ ଲୋକଙ୍କ ପାଇଁ ଅତ୍ୟଧିକ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନରେ ହିଟ ଇଣ୍ଡେsକ୍ସ ରିଡିଂ ଅନେକ ସ୍ଥାନରେ ୧୦୦ ଡିଗ୍ରୀ ଫାରେନହାଇଟ (୩୮ ଡିଗ୍ରୀ ସେଲସିୟସ) ଉପରକୁ ଚାଲଇଯାଇଥିଲା।
ସିକାଗୋ, ନ୍ୟୁୟର୍କ ଏବଂ ଫିଲାଡେଲଫିଆ ସମେତ ଦେଶର କେତେକ ବଡ ସହର ଗରମ ତାପମାତ୍ରାକୁ ଏଡାଇବାକୁ ଅସମର୍ଥ ଲୋକମାନଙ୍କ ପାଇଁ ସର୍ବସାଧାରଣ ଲାଇବ୍ରେରୀ ଏବଂ କମ୍ୟୁନିଟି ସେଣ୍ଟରରେ କୁଲିଂ ସେଣ୍ଟର ଖୋଲିଛନ୍ତି। ଅତ୍ୟଧିକ ଉତ୍ତାପ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇପାରେ ଏବଂ ଏହା ସାଂଘାତିକ ମଧ୍ୟ ହୋଇପାରେ ବୋଲି ବୋଷ୍ଟନ ସହର ଉତ୍ତାପ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ନିଜ ୱେବସାଇଟରେ କହିଛି।
ଆମେରିକାର ସହରର ଅଧିକାରୀ ତଥା ଭବିଷ୍ୟବାଣୀକାରୀମାନେ ବାହାରେ କାମ କରୁଥିବା କିମ୍ବା ବାହାରେ ରହୁଥିବା ଲୋକଙ୍କୁ, ୬୫ବର୍ଷରୁ ଅଧିକ ବୟସ୍କ, ଶିଶୁ ଏବଂ କ୍ରନିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗରମ ପାଗରେ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି। କାରଣ ଉତ୍ତାପ ସ୍ବାସ୍ଥ୍ୟ ପାଇଁ ବିପଦଜନକ ଅଟେ। ଏନଡବ୍‌ଲୁଏସ କହିଛି, ପ୍ରଚୁର ପରିମାଣାର ତରଳ ପଦାର୍ଥ ପିଅନ୍ତୁ, ଶୀତତାପ ନିୟନ୍ତ୍ରିତ କୋଠରୀରେ ରୁହନ୍ତୁ, ସୂର୍ଯ୍ୟଙ୍କଠାରୁ ଦୂରେଇ ରୁହନ୍ତୁ ଏବଂ ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କର ଯତ୍ନ ନିଅନ୍ତୁ, ଏବଂ ପବ୍ଲିକ ପୁଲ ଏବଂ ସ୍ପ୍ରେ ଗ୍ରାଉଣ୍ଡ ଶୁକ୍ରବାର ଓ ଶନିବାର ସର୍ବସାଧାରଣଙ୍କ ପାଇଁ କିଛି ଘଣ୍ଟା ବୃଦ୍ଧି କରିଛ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri