ମନ୍ଦିରରୁ ଠେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି

କବିସୂର୍ଯ୍ୟନଗର,୧୬ା୧୨(କୃପାସିନ୍ଧୁ ସ୍ବାଇଁ): ଚୋରଙ୍କ ଟାର୍ଗେଟରେ ଗଞ୍ଜାମ ଜିଲାର ଦେବାଦେବୀ ମନ୍ଦିର। ବିଭିନ୍ନ ମନ୍ଦିରରୁ ଦେବାଦେବୀଙ୍କ ସୁନାରୁପା ଅଳଙ୍କାର ଚୋରି ଘଟଣା ଘଟୁଥିଲା। ଏବେ ମନ୍ଦିରରୁ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହେଲାଣି। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗରରେ। ରବିବାର ରାତିରେ ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି। ଏହା ସମସ୍ତଙ୍କୁ ବିସ୍ମିତ କରିଛି l ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଛନଭିନ ଆରମ୍ଭ କରିଛି।

କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରେ ପଶି କେତେକ ଦୁର୍ବୃତ୍ତ କେଉଁ କାଳରୁ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ମା’ କନକଦୁର୍ଗାଙ୍କ ମୂର୍ତ୍ତି ସମେତ ୯ଟି ମୂର୍ତ୍ତି ଚୋରି କରି ନେଇଛନ୍ତି।

ଏନେଇ ମନ୍ଦିର ପୂଜାରୀ ଥାନାରେ ଅଭିଯୋଗ କରିଛନ୍ତି। ସବୁଦିନ ଭଳି ରବିବାର ପୂଜାରୀ ସନ୍ଧ୍ୟାରେ ନୀତି ସାରି ମନ୍ଦିରରେ ଚାବି ପକାଇ ଘରକୁ ଯାଇଥିଲେ l ରାତିରେ କେତେଜଣ ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଭିତରକୁ ପଶି ପୂଜା ପାଉଥିବା ସମସ୍ତ ୯ଟି ମୂର୍ତ୍ତି ଚୋରି କରି ନେଇଯାଇଲେ।

ସୋମବାର ସଂକ୍ରାନ୍ତି ହେତୁ ବହୁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନ୍ଦିରରେ ଭିଡ଼ ଜମିଥିଲା l ମାତ୍ର ମନ୍ଦିରରେ ଠାକୁର ନ ଥିଲେ। ଶ୍ରଦ୍ଧାଳୁମାନେ ଦର୍ଶନ କରି ନ ପାରି ନିରାଶରେ ଘରକୁ ଫେରିଥିଲେ l ସୂଚନାଯୋଗ୍ୟ, କବିସୂର୍ଯ୍ୟ ନଗର ଛିନ୍ନମସ୍ତା ମନ୍ଦିରରୁ ଚୋରି, ସୋରଡ଼ା ୩ଟି ମନ୍ଦିରରୁ ଚୋରି, ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ଘଟଣା ପରେ ପୁଣି କବି ସୂର୍ଯ୍ୟନଗରର ଆଠଗଡପାଟଣାସ୍ଥିତ କନକଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଛି। ଅନ୍ୟ ମନ୍ଦିରଗୁଡିକରୁ ଟଙ୍କା, ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ବେଳେ କନକଦୁର୍ଗାଙ୍କ ମନ୍ଦିରରୁ ଦୁର୍ବତ୍ତମାନେ ଠାକୁରଙ୍କ ମୂର୍ତ୍ତି ଚୋରି କରି ନେଇଛନ୍ତି। ପୋଲିସ ତୁରନ୍ତ ସମ୍ପୃକ୍ତ ଚୋରଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri