ମନ୍ଦିରରୁ ଠେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି

କବିସୂର୍ଯ୍ୟନଗର,୧୬ା୧୨(କୃପାସିନ୍ଧୁ ସ୍ବାଇଁ): ଚୋରଙ୍କ ଟାର୍ଗେଟରେ ଗଞ୍ଜାମ ଜିଲାର ଦେବାଦେବୀ ମନ୍ଦିର। ବିଭିନ୍ନ ମନ୍ଦିରରୁ ଦେବାଦେବୀଙ୍କ ସୁନାରୁପା ଅଳଙ୍କାର ଚୋରି ଘଟଣା ଘଟୁଥିଲା। ଏବେ ମନ୍ଦିରରୁ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହେଲାଣି। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗରରେ। ରବିବାର ରାତିରେ ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି। ଏହା ସମସ୍ତଙ୍କୁ ବିସ୍ମିତ କରିଛି l ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଛନଭିନ ଆରମ୍ଭ କରିଛି।

କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା କନକଦୁର୍ଗା ମନ୍ଦିରରେ ପଶି କେତେକ ଦୁର୍ବୃତ୍ତ କେଉଁ କାଳରୁ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ମା’ କନକଦୁର୍ଗାଙ୍କ ମୂର୍ତ୍ତି ସମେତ ୯ଟି ମୂର୍ତ୍ତି ଚୋରି କରି ନେଇଛନ୍ତି।

ଏନେଇ ମନ୍ଦିର ପୂଜାରୀ ଥାନାରେ ଅଭିଯୋଗ କରିଛନ୍ତି। ସବୁଦିନ ଭଳି ରବିବାର ପୂଜାରୀ ସନ୍ଧ୍ୟାରେ ନୀତି ସାରି ମନ୍ଦିରରେ ଚାବି ପକାଇ ଘରକୁ ଯାଇଥିଲେ l ରାତିରେ କେତେଜଣ ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଭିତରକୁ ପଶି ପୂଜା ପାଉଥିବା ସମସ୍ତ ୯ଟି ମୂର୍ତ୍ତି ଚୋରି କରି ନେଇଯାଇଲେ।

ସୋମବାର ସଂକ୍ରାନ୍ତି ହେତୁ ବହୁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନ୍ଦିରରେ ଭିଡ଼ ଜମିଥିଲା l ମାତ୍ର ମନ୍ଦିରରେ ଠାକୁର ନ ଥିଲେ। ଶ୍ରଦ୍ଧାଳୁମାନେ ଦର୍ଶନ କରି ନ ପାରି ନିରାଶରେ ଘରକୁ ଫେରିଥିଲେ l ସୂଚନାଯୋଗ୍ୟ, କବିସୂର୍ଯ୍ୟ ନଗର ଛିନ୍ନମସ୍ତା ମନ୍ଦିରରୁ ଚୋରି, ସୋରଡ଼ା ୩ଟି ମନ୍ଦିରରୁ ଚୋରି, ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ଘଟଣା ପରେ ପୁଣି କବି ସୂର୍ଯ୍ୟନଗରର ଆଠଗଡପାଟଣାସ୍ଥିତ କନକଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଛି। ଅନ୍ୟ ମନ୍ଦିରଗୁଡିକରୁ ଟଙ୍କା, ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ବେଳେ କନକଦୁର୍ଗାଙ୍କ ମନ୍ଦିରରୁ ଦୁର୍ବତ୍ତମାନେ ଠାକୁରଙ୍କ ମୂର୍ତ୍ତି ଚୋରି କରି ନେଇଛନ୍ତି। ପୋଲିସ ତୁରନ୍ତ ସମ୍ପୃକ୍ତ ଚୋରଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri