ରାଜ୍ୟର ସଫଳତା ନବୀନଙ୍କ ସୁଶାସନର ପ୍ରତିଫଳନ: ବିଜେଡି

ଭୁବନେଶ୍ୱର,୨୬।୧ (ଅନିଲଦାସ): ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ବାସ୍ଥ୍ୟସୂଚୀରେ, ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନରେ ରହିଛି। ଏହି ରିପୋର୍ଟକୁ ନେଇ ଶନିବାର ବିଜୁ ଜନତା ଦଳ ଭାଜପାକୁ ଘେରିଛି। ଶନିବାର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି , ଭାଜପା ନେତା ଓ ମନ୍ତ୍ରୀମାନଙ୍କ ଦ୍ୱାରା ବାରମ୍ବାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାରକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ରିପୋର୍ଟରେ ଭୁଲ୍‌ ପ୍ରମାଣିତ ହୋଇଛି।
ସେ କହିଛନ୍ତି, ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି, ଯେଉଁଥିରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆଚିଭର୍‌ ବର୍ଗରେ ରହିଛି। ନୀତି ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଲଗାତର ଭାବେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଆସୁଛି। ତେଣୁ ଦୀର୍ଘସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି।
ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁଯାୟୀ ସାମଗ୍ରିକ ୬୭.୮ପଏଣ୍ଟ ପାଇ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୫.୨ ପଏଣ୍ଟ ପାଇ ଛତିଶଗଡ଼ ଦ୍ୱିତୀୟ ଓ ୫୩.୬ ପଏଣ୍ଟ ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁଯାୟୀ, ଓଡ଼ିଶା ଋଣ ସୂଚକାଙ୍କରେ ୯୯.୦ ଓ ନିୟମିତ ଋଣ ପୈଠ ଓ ଉନ୍ନତ ଋଣ ସ୍ଥିତିରେ ୬୪.୦ ସହିତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଆର୍ଥିକଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ୫୪, ବ୍ୟୟର ଗୁଣାମତ୍କମାନରେ ୫୨ ଓ ରାଜସ୍ବ ସଂଗ୍ରହରେ ୬୯.୯ ରହିଛି। ଓଡ଼ିଶାର ବିତ୍ତୀୟ ନିଅଣ୍ଟ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବନିମ୍ନ ରହିଛି। ୨୦୦୦-୦୧ରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୬.୯ ଭଳି ଉଚ୍ଚ ସ୍ତରରେ ଥିଲା, ଯାହା ୨୦୨୨-୨୩ ବେଳକୁ ମାତ୍ର ୨ପ୍ରତିଶତକୁ ଖସିଆସିଛି। ୨୦୧୯-୨୦ ପରଠାରୁ ଲଗାତର ଭାବେ ଓଡ଼ିଶାର ଋଣ ଭାର ହ୍ରାସ ପାଇବାରେ ଲାଗିଛି।
ଏହି ରିପୋର୍ଟରେ ଓଡ଼ିଶାର ରାଜସ୍ବ ସଂଗ୍ରହ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିଥିବା ଦର୍ଶାଯାଇଛି। ୨୦୦୦ରେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡୁଥିଲା ଓ ପରେ ରିଜର୍ଭ ବ୍ୟାଙ୍କ ଓଭରଡ୍ରାଫ୍ଟ ଦେବାକୁ ମନାକରି ଦେଇଥିଲା ବୋଲି ସଂତୃପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri