ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କେନ୍ଦୁଝର ଗସ୍ତ, ବିଭିନ୍ନ ବିଭାଗ ବୁଲି…

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କେନ୍ଦୁଝର ଗସ୍ତରେ ଆସି ମଣ୍ଡୁଆ ଓ ବଣିଆପାଟରେ ଥିବା ସଖି ଶକ୍ତି ସଦନ ଗସ୍ତ କରି ଅନ୍ତେବାସିନୀମାନଙ୍କ ସହ ଭାବ ବିନିମୟ କରି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନ କରି ଉପଲବ୍ଧ ସ୍ବାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ। ଜିଲା ମଣ୍ଡଳ କାରାଗାର ଗସ୍ତ କରି ମହିଳା କଏଦୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ସେମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେନେଇ ଆଲୋକପାତ କରିଥିଲେ। ସଦର ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କ ପରିଦର୍ଶନରେ ଯାଇ ମହିଳା ଓ ଶିଶୁ ମାନଙ୍କ ଲାଗି ଉଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟାର ତଦାରଖ କରିଥିଲେ। ମହାନ୍ତିଙ୍କ ଏହି ଗସ୍ତ ଅବସରରେ ସମାଜ ମଙ୍ଗଳ ଅଧିକାରୀ ଭାରତୀ ସାହୁ, ଜିଲା କାର୍ଯ୍ୟକ୍ରମ ଅଧିକାରୀ ବାସନ୍ତୀ ମହାନ୍ତ ଏବଂ ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ଜେନା ସାମିଲ ହୋଇଥିଲେ।

Share