ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଦିଗପହଣ୍ଡି ଗସ୍ତ: ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ଗସ୍ତରେ ରାଜ୍ୟ ପର୍ଯ୍ୟଟନ ସଚିବ ତଥା କମିଶନର ବାଲୱନ୍ତ ସିଂ ଆସିଛନ୍ତି। ମଙ୍ଗଳବାର ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ ଏବଂ ଅଙ୍ଗନୱାଡ଼ି ଗୃହ ପରିଦର୍ଶନ କରିଥିଲେ। ଅଙ୍ଗନୱାଡ଼ି ଶିଶୁମାନଙ୍କ ସହ ସେମାନଙ୍କ ଖାଦ୍ୟ ପେୟ, ଶୈଶବ ଶିକ୍ଷା ଦାନ ସମ୍ପର୍କରେ ପଚାରି ସେମାନଙ୍କ ବୁଦ୍ଧିମତା ପରଖି ଥିଲେ। ଗଞ୍ଜାମ-ଗଜପତି ଜିଲା ନୋଡାଲ ସଚିବ ଦାୟିତ୍ୱରେ ଥିବା ସିଂ ବାସୁଦେବପୁର ଗ୍ରାମର ମିଶନ ଶକ୍ତି ଗୃହକୁ ବୁଲି ଉପସ୍ଥିତ ମହିଳାମାନଙ୍କୁ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ପରେ ସେ ପଞ୍ଚାୟତ କାର୍ଯ୍ୟାଳୟ ସହ ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ୫-ଟି ହାଇସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀନୀ ତ୍ରିପାଠୀଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଚିବଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପ ଜିଲାପାଳ ଦୀନା ଦସ୍ତାଗିର, ପ୍ରୋବେସନାରୀ ଆଇଏଏସ ପ୍ରଣିତା ଦାସ, ଦିଗପହଣ୍ଡି ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ, ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥି, ଅଙ୍ଗନୱାଡ଼ି ସୁପର ଭାଇଜର ସଞ୍ଜୁଲତା ପାଣିଗ୍ରାହୀ, ବିପିସି ଦୁର୍ଯ୍ୟୋଧନ ମଲ୍ଲିକ, ବିପିଏମ୍‌ ସଙ୍ଗୀତା ପଣ୍ଡା, ବ୍ଳକ ସହକାରୀ ଯନ୍ତ୍ରୀ ଇଂ.ରାଜୀବ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଇଂ.ତପସ୍ବିନୀ ପାଢ଼ୀ, ସରପଞ୍ଚ ଏମ.ଶ୍ୟାମଘନ, ସେବା ସମବାୟ ସମିତି ସଭାପତି ଡ.ସନାତନ ଦୋରା, ସାମାଜିକ କର୍ମୀ ଏମ.ନରସିଂହ, ଏମ.ସନ୍ତୋଷ, ଜି.ଦାସ ରେଡ୍ଡୀ, କେ.ଭୀମଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ପରେ ସଚିବ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ପାନ୍ଥ ନିବାସରେ ପହଞ୍ଚି ଦିଗପହଣ୍ଡି ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ପ୍ରଧାନଙ୍କ ସହ ପର୍ଯ୍ୟଟନ କ୍ଷେତ୍ରର ବହୁବିଧ ବିକାଶ ଦିଗରେ ବିସ୍ତୃତ ଆଲୋଚନା କରିବା ସହ ବିଭାଗ ପକ୍ଷରୁ ପ୍ରସ୍ତୁତ ଡିଟେଲ ପ୍ରୋଜେକ୍ଟ ରିପୋର୍ଟର ଅନୁଧ୍ୟାନ କରିଥିଲେ। ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ.ବନୋଜ ସେଠୀଙ୍କ ସମେତ ବହୁ ସରକାରୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri