ରାଜ୍ୟସ୍ତରୀୟ ଓପନ ବଡିବିଲଡିଂ ଚମ୍ପିୟାନଶିପ: ସ୍ବର୍ଣ୍ଣ ପଦକ ଜିତିଲେ ଅନନ୍ତ

ଭୁବନେଶ୍ୱର,୪।୪: ଓଡ଼ଶା ବଡି ବିଲଡିଂ ସଂଘ ପୁରୀ ପକ୍ଷରୁ ଆୟୋଜିତ ବୀର କଳିଙ୍ଗ ପୁତ୍ର ରାଜ୍ୟସ୍ତରୀୟ ଓପନ ବଡି ବିଲଡିଂ ଚମ୍ପିୟାନଶିପ ୨୦୨୫ରେ ଭୁବନେଶ୍ୱରର ଅନନ୍ତ କୁମାର ନାୟକ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତା’ସହିତ ପୁରୁଷ ଫିଜିକ୍ସରେ ମଧ୍ୟ ଟପ୍‌ ପାଞ୍ଚ ନମ୍ବରରେ ରହିଛନ୍ତି l

ଭୁବନେଶ୍ୱର ଝାରପଡ଼ା ସ୍ଥିତ ବିଙ୍ଗଷ୍ଟ୍ରଙ୍ଗ ୨୪ଜିମରେ ଗୁରୁ ଶୁଭାଶିଷ ପାତ୍ରଙ୍କଠାରୁ ଅନନ୍ତ ଶିକ୍ଷା ଲାଭ କରୁଛନ୍ତି। ୬୫ କିଲୋଗ୍ରାମ ଓଜନର ଭାରଉତ୍ତୋଳନ କରି ଅନନ୍ତ ଏହି ସଫଳତା ହାସଲ କରିଛନ୍ତି l ଆୟୋଜକ ମହାସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ସହସମ୍ପାଦକ ପ୍ରଫୁଲ୍ଲ କୁମାର ଚନ୍ଦ୍ର, ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରତିଯୋଗିତାରେ ଓଡ଼ିଶାରୁ ୧୫୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭିନ୍ନ ସୋପାନ ସଫଳତାର ସହ ଅତିକ୍ରମ କରି ଅନନ୍ତ ଓପନ ବଡି ବିଲଡିଂରେ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ଗୁରୁ ଏବଂ ଅନୁଷ୍ଠାନର ବୋଲି ମତ ରଖିଛନ୍ତି।  ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri